ଆମେରିକାରେ ମୁଦ୍ରାସ୍ଫୀତିର ଭୟଙ୍କର ରୂପ; ଘର ଚଳାଇବା ଚିନ୍ତାରେ ୩୭% ଲୋକ

The Sakala Picture
Published On

ନୂଆଦିଲ୍ଲୀ: ଦୁଇ ବର୍ଷ ହେବ ମହଙ୍ଗା ବଜାର ସ୍ଥିତି ଦେଶରେ ଲୋକଙ୍କ ନିଦ ହଜାଇଦେଲାଣି। ଖାଲି ଭାରତ କାହିଁକି ଆମେରିକା ଭଳି ବିକଶିତ ରାଷ୍ଟ୍ରରେ ମଧ୍ୟ ଦରଦାମ୍‌ ତାତି ରହିଛି। ଅର୍ଥାତ୍‌ ଉଚ୍ଚ ମୁଦ୍ରାସ୍ଫୀତି ଆମେରିକା ଭଳି ବିଶ୍ବର ବୃହତ ଅର୍ଥନୀତିର ଲୋକଙ୍କୁ ଅସୁବିଧାରେ ପକାଇଛି। ଏକ ରିପୋର୍ଟ ଅନୁଯାୟୀ, ଦେଶର ଏକ ତୃତୀୟାଂଶ ଜନସଂଖ୍ୟା ଘରର ଖର୍ଚ୍ଚ ପୂରଣ କରିବା କଷ୍ଟକର ହୋଇପଡୁଛି। ଅର୍ଥାତ୍‌ ଅତ୍ୟାବଶ୍ୟକ ସାମଗ୍ରୀର ଉଚ୍ଚ ଦରଦାମ୍‌ ଯୋଗୁ ଆମେରିକାରେ ୩୭% ଲୋକଙ୍କୁ […]

ନୂଆଦିଲ୍ଲୀ: ଦୁଇ ବର୍ଷ ହେବ ମହଙ୍ଗା ବଜାର ସ୍ଥିତି ଦେଶରେ ଲୋକଙ୍କ ନିଦ ହଜାଇଦେଲାଣି। ଖାଲି ଭାରତ କାହିଁକି ଆମେରିକା ଭଳି ବିକଶିତ ରାଷ୍ଟ୍ରରେ ମଧ୍ୟ ଦରଦାମ୍‌ ତାତି ରହିଛି। ଅର୍ଥାତ୍‌ ଉଚ୍ଚ ମୁଦ୍ରାସ୍ଫୀତି ଆମେରିକା ଭଳି ବିଶ୍ବର ବୃହତ ଅର୍ଥନୀତିର ଲୋକଙ୍କୁ ଅସୁବିଧାରେ ପକାଇଛି। ଏକ ରିପୋର୍ଟ ଅନୁଯାୟୀ, ଦେଶର ଏକ ତୃତୀୟାଂଶ ଜନସଂଖ୍ୟା ଘରର ଖର୍ଚ୍ଚ ପୂରଣ କରିବା କଷ୍ଟକର ହୋଇପଡୁଛି। ଅର୍ଥାତ୍‌ ଅତ୍ୟାବଶ୍ୟକ ସାମଗ୍ରୀର ଉଚ୍ଚ ଦରଦାମ୍‌ ଯୋଗୁ ଆମେରିକାରେ ୩୭% ଲୋକଙ୍କୁ ଏବେ ଘର ଚଳାଇବା ଚିନ୍ତା ଘାରିଛି। ଜୁଲାଇ ମାସରେ ଦେଶର ୩୭.୪ ପ୍ରତିଶତ ବୟସ୍କ କହିଛନ୍ତି ଯେ ଅତ୍ୟଧିକ ଦରଦାମ୍‌ ଯୋଗୁ ପରିବାର ଖର୍ଚ୍ଚ ପରିଚାଳନାରେ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଠାରୁ ବଡ ସମସ୍ୟା ହେଉଛି ମିସିସିପି ରାଜ୍ୟରେ। ଏଠାରେ ୪୯.୫ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ମୌଳିକ ଜିନିଷଗୁଡ଼ିକର ଖର୍ଚ୍ଚ ପୂରଣ କରିବାକୁ ସକ୍ଷମ ନୁହଁନ୍ତି। ଏହି ସଂଖ୍ୟା ଆଲାବାମାରେ ୪୫.୫ ପ୍ରତିଶତ, ପଶ୍ଚିମ ଭର୍ଜିନିଆରେ ୪୩.୫ ପ୍ରତିଶତ ଏବଂ ଲୁଧିଆନାରେ ୪୩.୧ ପ୍ରତିଶତ ରହିଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଆମେରିକାରେ ୧୦ଟି ରାଜ୍ୟ ରହିଛି ଯେଉଁଠାରେ ୪୦ ପ୍ରତିଶତ ବୟସ୍କ ବ୍ୟକ୍ତି କହିଛନ୍ତି ଯେ ଘରର ଖର୍ଚ୍ଚ ପୂରଣ କରିବା ସେମାନଙ୍କ ପାଇଁ ବେଶ କଷ୍ଟକର ହୋଇପଡିଛି। ଦେଶରେ ଏଭଳି ସ୍ଥିତି ସେତିକି ବେଳେ ଉପୁଜିଛି ଯେତେବେଳେ ଦେଶରେ କ୍ରେଡିଟ କାର୍ଡ ଋଣ ଏକ ଟ୍ରିଲିୟନ ଡଲାର ଅତିକ୍ରମ କରିଯାଇଛି। ଏହା ସ୍ପଷ୍ଟ ଯେ ଖାଦ୍ୟ ସାମଗ୍ରୀର ମୂଲ୍ୟ, ଭଡା ଏବଂ ଉପଯୋଗିତା ଲୋକଙ୍କ ଦରମା ବୃଦ୍ଧି ଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ବର୍ଷ ଦେଶରେ ମୁଦ୍ରାସ୍ଫୀତି ହାର ୩.୨ ପ୍ରତିଶତ ରହିଥିଲା, ଯାହା ଚଳିତବର୍ଷ ୨.୫ ପ୍ରତିଶତକୁ ଖସିଆସିଛି। କିନ୍ତୁ ତଥାପି ସାଧାରଣ ଲୋକଙ୍କ ପାଇଁ ରୋଜଗାର କରିବା କଷ୍ଟକର ହୋଇପଡିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

କେବଳ ଆମେରିକା ନୁହେଁ, ସମଗ୍ର ବିଶ୍ୱ ଏହି ସମୟରେ ମୁଦ୍ରାସ୍ଫୀତିର ଶିକାର ହେଉଛି। ବର୍ତ୍ତମାନ ସମୟରେ ମୁଦ୍ରାସ୍ଫୀତିର ସବୁଠାରୁ ବଡ ମୁକାବିଲା କରୁଛି ଆର୍ଜେଣ୍ଟିନା। ଆର୍ଜେଣ୍ଟିନାରେ ମୁଦ୍ରାସ୍ଫୀତି ହାର ୨୩୭%ରେ ପହଞ୍ଚିଛି। ଏ କ୍ଷେତ୍ରରେ ସିରିଆ ଦ୍ୱିତୀୟ ସ୍ଥାନରେ ରହିଛି। ଦୀର୍ଘ ଦିନ ଧରି ଗୃହଯୁଦ୍ଧରେ ପୀଡିତ ଏହି ଦେଶରେ ମୁଦ୍ରାସ୍ଫୀତି ହାର ୧୨୦%। ତୁର୍କୀରେ ମୁଦ୍ରାସ୍ଫୀତି ହାର ୫୧.୯%, ଭେନେଜୁଏଲାରେ ୩୫.୫% ଲେବାନନ୍‌ରେ ୩୫.୪୫, ପାକିସ୍ତାନରେ ୯.୬% ଏବଂ ବାଂଲାଦେଶରେ ୧୧.୬୬% ରହିଛି। ଭାରତରେ ମୁଦ୍ରାସ୍ଫୀତି ହାର ୩.୬%। ବିଶ୍ବରେ ରାଷ୍ଟ୍ରଗୁଡିକ ମଧ୍ୟରେ ବର୍ତ୍ତମାନ ଚାଇନାରେ ମୁଦ୍ରାସ୍ଫୀତି ସବୁଠୁ କମ୍‌ ରହିଛି। ସେଠାରେ ମୁଦ୍ରାସ୍ଫୀତି ହାର ୦.୬% ପ୍ରତିଶତ ଅଛି। ଇଟାଲୀରେ ମୁଦ୍ରାସ୍ଫୀତି ହାର ୧.୧%, ସାଉଦି ଆରବରେ ୧.୬%, ଆୟର୍ଲାଣ୍ଡରେ ୧.୭% ଫ୍ରାନ୍ସରେ ୧.୮%, ସ୍ୱିଡେନରେ ୧.୯%, ଜର୍ମାନୀରେ ୧.୯%, ଦକ୍ଷିଣ କୋରିଆରେ ୨% ଏବଂ ଇଣ୍ଡୋନେସିଆରେ ୨.୧୨% ରହିଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର