୭ ପ୍ରତିଶତ ଖସିଲାଣି ଅଶୋଧିତ ତେଲ ଦର; ହେଲେ ଦାମ କମାଉନାହାନ୍ତି ତେଲ କମ୍ପାନୀ

The Sakala Picture
Published On

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏକ ହିସାବ ଅନୁଯାୟୀ ମାତ୍ର ସପ୍ତାହକ ମଧ୍ୟରେ ବଜାରେରେ ଅଶୋଧିତ ତୈଳ ଦର ଅନୁନ୍ୟ ୭ ପ୍ରତିଶତ ହ୍ରାସ ଘଟିଲାଣି। ହେଲେ ତୈଳ କମ୍ପାନୀମାନେ ଏ ପର୍ଯ୍ୟନ୍ତ ପେଟ୍ରୋଲ ମୂଲ୍ୟ ସଂଶୋଧନ କରୁନାହାନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଯୋଗୁ ତୈଳ କମ୍ପାନୀମାନେ ଚଳିତମାସ ୧୮ରୁ ୨୦ ମଧ୍ୟରେ କେବଳ ଡିଜେଲ ମୂଲ୍ୟରେ ସାମାନ୍ୟ ସୁଧାର ଘୋଷଣା […]

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏକ ହିସାବ ଅନୁଯାୟୀ ମାତ୍ର ସପ୍ତାହକ ମଧ୍ୟରେ ବଜାରେରେ ଅଶୋଧିତ ତୈଳ ଦର ଅନୁନ୍ୟ ୭ ପ୍ରତିଶତ ହ୍ରାସ ଘଟିଲାଣି। ହେଲେ ତୈଳ କମ୍ପାନୀମାନେ ଏ ପର୍ଯ୍ୟନ୍ତ ପେଟ୍ରୋଲ ମୂଲ୍ୟ ସଂଶୋଧନ କରୁନାହାନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଯୋଗୁ ତୈଳ କମ୍ପାନୀମାନେ ଚଳିତମାସ ୧୮ରୁ ୨୦ ମଧ୍ୟରେ କେବଳ ଡିଜେଲ ମୂଲ୍ୟରେ ସାମାନ୍ୟ ସୁଧାର ଘୋଷଣା କରିଥିଲେ। ଫଳରେ ଡିଜେଲ ପ୍ରତି ଲିଟର ପିଛା ୬୦ ପଇସା ପର୍ଯ୍ୟନ୍ତ ହ୍ରାସ ଘଟିଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଢ଼େର ହ୍ରାସ ଘଟିଛି। ବ୍ରେଣ୍ଟ କ୍ରୁଡ ଦର ଏବେ ୪ ମାସର ସର୍ବନିମ୍ନ ସ୍ତରରେ କାରବାର ହେଉଛି। କେବଳ ଚଳିତ ସପ୍ତାହରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟରେ ୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ଶୁକ୍ରବାର କାରବାର ବନ୍ଦ ହେବା ବେଳକୁ ବ୍ରେଣ୍ଟ କ୍ରୁଡ ପ୍ରତି ବ୍ୟାରେଲ ପିଛା ୧.୩୭ ଡଲାର  ହ୍ରାସ ଘଟି ବ୍ୟାରେଲ ପିଛା ୬୫.୧୮ ଡଲାରରେ ବିକ୍ରି ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଭାରତୀୟ ତୈଳ କମ୍ପାନୀଙ୍କ ଭଲ ଖବର ହୋଇପାରେ କିନ୍ତୁ ଖାଉଟିଙ୍କ ପାଇଁ ନୁହେଁ। କାରଣ ଅଗଷ୍ଟ ୧୮ ଓ ୨୦ ତାରିଖରେ ହୋଇଥିବା ମୂଲ୍ୟ ସଂଶୋଧନରେ ତୈଳ କମ୍ପାନୀଗୁଡିକ କେବଳ ଡିଜେଲ ଦର ସଂଶୋଧନ କରିଥିଲେ। ଏଥିରେ ଲିଟର ପିଛା ପ୍ରାୟ ୬୦ ପଇସା ହ୍ରାସ କରିଛନ୍ତି। ହେଲେ କମ୍ପାନୀଗୁଡିକ ଏ ପର୍ଯ୍ୟନ୍ତ ପେଟ୍ରୋଲ ଦର ଅପରିବର୍ତ୍ତିତ ରଖିଛନ୍ତି। ରାଜଧାନୀ ନୂଆଦିଲ୍ଲୀରେ ଶନିବାର ଡିଜେଲ ପ୍ରତି ଲିଟର ୮୯ଟଙ୍କା ୨୭ ପଇସା ଦରରେ ବିକ୍ରି ହୋଇଥିବାବେଳେ ପୂର୍ବ ପରି ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୮୪ ପଇସା ମୂଲ୍ୟରେ ବିକ୍ରି ହେଉଛି। ନୂଆଦିଲ୍ଲୀ ଭଳି ଆଜି ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୭ଟଙ୍କା ୮୩ ପଇସା ଦରରେ ବିକ୍ରି ହେଉଥିବାବେଳେ ଡିଜେଲ ୯୬ ଟଙ୍କା ୮୪ ପଇସା ଦରରେ ବିକ୍ରି ହେଉଛି। ସେହିପରି କଲକାତାରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୮ ପଇସା ମୂଲ୍ୟରେ ବିକ୍ରି ହେଉଥିବାବେଳେ ଡିଜେଲ ୯୨ଟଙ୍କା ୩୨ ପଇସା ଦରରେ ବିକ୍ରି ହେଉଛି।  ନିକଟରେ ତାମିଲନାଡୁ ସରକାର ପେଟ୍ରୋଲ ଲିଟର ପିଛା ୩ ଟଙ୍କା ହ୍ରାସ କରିଥିଲେ। ଏଣୁ ଚେନ୍ନାଇରେ ପେଟ୍ରୋଲ ପ୍ରତି ଲିଟର ୯୯ଟଙ୍କା ୪୭ ପଇସା ଓ ଡିଜେଲ ୯୩ ଟଙ୍କା ୮୪ ପଇସା ଦରରେ ବିକ୍ରି ହେଉଛି।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

22 Aug 2021 By The Sakala

୭ ପ୍ରତିଶତ ଖସିଲାଣି ଅଶୋଧିତ ତେଲ ଦର; ହେଲେ ଦାମ କମାଉନାହାନ୍ତି ତେଲ କମ୍ପାନୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏକ ହିସାବ ଅନୁଯାୟୀ ମାତ୍ର ସପ୍ତାହକ ମଧ୍ୟରେ ବଜାରେରେ ଅଶୋଧିତ ତୈଳ ଦର ଅନୁନ୍ୟ ୭ ପ୍ରତିଶତ ହ୍ରାସ ଘଟିଲାଣି। ହେଲେ ତୈଳ କମ୍ପାନୀମାନେ ଏ ପର୍ଯ୍ୟନ୍ତ ପେଟ୍ରୋଲ ମୂଲ୍ୟ ସଂଶୋଧନ କରୁନାହାନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଯୋଗୁ ତୈଳ କମ୍ପାନୀମାନେ ଚଳିତମାସ ୧୮ରୁ ୨୦ ମଧ୍ୟରେ କେବଳ ଡିଜେଲ ମୂଲ୍ୟରେ ସାମାନ୍ୟ ସୁଧାର ଘୋଷଣା କରିଥିଲେ। ଫଳରେ ଡିଜେଲ ପ୍ରତି ଲିଟର ପିଛା ୬୦ ପଇସା ପର୍ଯ୍ୟନ୍ତ ହ୍ରାସ ଘଟିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଢ଼େର ହ୍ରାସ ଘଟିଛି। ବ୍ରେଣ୍ଟ କ୍ରୁଡ ଦର ଏବେ ୪ ମାସର ସର୍ବନିମ୍ନ ସ୍ତରରେ କାରବାର ହେଉଛି। କେବଳ ଚଳିତ ସପ୍ତାହରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟରେ ୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ଶୁକ୍ରବାର କାରବାର ବନ୍ଦ ହେବା ବେଳକୁ ବ୍ରେଣ୍ଟ କ୍ରୁଡ ପ୍ରତି ବ୍ୟାରେଲ ପିଛା ୧.୩୭ ଡଲାର  ହ୍ରାସ ଘଟି ବ୍ୟାରେଲ ପିଛା ୬୫.୧୮ ଡଲାରରେ ବିକ୍ରି ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଭାରତୀୟ ତୈଳ କମ୍ପାନୀଙ୍କ ଭଲ ଖବର ହୋଇପାରେ କିନ୍ତୁ ଖାଉଟିଙ୍କ ପାଇଁ ନୁହେଁ। କାରଣ ଅଗଷ୍ଟ ୧୮ ଓ ୨୦ ତାରିଖରେ ହୋଇଥିବା ମୂଲ୍ୟ ସଂଶୋଧନରେ ତୈଳ କମ୍ପାନୀଗୁଡିକ କେବଳ ଡିଜେଲ ଦର ସଂଶୋଧନ କରିଥିଲେ। ଏଥିରେ ଲିଟର ପିଛା ପ୍ରାୟ ୬୦ ପଇସା ହ୍ରାସ କରିଛନ୍ତି। ହେଲେ କମ୍ପାନୀଗୁଡିକ ଏ ପର୍ଯ୍ୟନ୍ତ ପେଟ୍ରୋଲ ଦର ଅପରିବର୍ତ୍ତିତ ରଖିଛନ୍ତି। ରାଜଧାନୀ ନୂଆଦିଲ୍ଲୀରେ ଶନିବାର ଡିଜେଲ ପ୍ରତି ଲିଟର ୮୯ଟଙ୍କା ୨୭ ପଇସା ଦରରେ ବିକ୍ରି ହୋଇଥିବାବେଳେ ପୂର୍ବ ପରି ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୮୪ ପଇସା ମୂଲ୍ୟରେ ବିକ୍ରି ହେଉଛି। ନୂଆଦିଲ୍ଲୀ ଭଳି ଆଜି ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୭ଟଙ୍କା ୮୩ ପଇସା ଦରରେ ବିକ୍ରି ହେଉଥିବାବେଳେ ଡିଜେଲ ୯୬ ଟଙ୍କା ୮୪ ପଇସା ଦରରେ ବିକ୍ରି ହେଉଛି। ସେହିପରି କଲକାତାରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୮ ପଇସା ମୂଲ୍ୟରେ ବିକ୍ରି ହେଉଥିବାବେଳେ ଡିଜେଲ ୯୨ଟଙ୍କା ୩୨ ପଇସା ଦରରେ ବିକ୍ରି ହେଉଛି।  ନିକଟରେ ତାମିଲନାଡୁ ସରକାର ପେଟ୍ରୋଲ ଲିଟର ପିଛା ୩ ଟଙ୍କା ହ୍ରାସ କରିଥିଲେ। ଏଣୁ ଚେନ୍ନାଇରେ ପେଟ୍ରୋଲ ପ୍ରତି ଲିଟର ୯୯ଟଙ୍କା ୪୭ ପଇସା ଓ ଡିଜେଲ ୯୩ ଟଙ୍କା ୮୪ ପଇସା ଦରରେ ବିକ୍ରି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp