ବ୍ୟାଙ୍କରେ ପଡିରହିଛି ୪୮,୦୦୦ କୋଟି, କେହି ନାହାନ୍ତି ଦାବିଦାର

The Sakala Picture
Published On

ନୂଆଦିଲ୍ଲୀ : କରୋନା ମହାମାରୀ ପରେ ବର୍ତ୍ତମାନର ମହଙ୍ଗା ବଜାର ସମୟରେ ଲୋକଙ୍କୁ ଘର ଚଳାଇବା ମୁସ୍କିଲ ହୋଇପଡୁଛି। ଏଭଳି ସମୟରେ କୋଟି କୋଟି ଟଙ୍କା ଦେଶର ବ୍ୟାଙ୍କରେ ପଡ଼ିଛି, ଯାହାର କେହି ଉତ୍ତରାଧିକାରୀ ନାହଁାନ୍ତି। ସମ୍ପ୍ରତି ଦେଶର ବ୍ୟାଙ୍କଗୁଡିକରେ ଦାବିହୀନ ଜମା ରାଶିର ପରିମାଣ ବଢ଼ିବାରେ ଲାଗିଛି। ବ୍ୟାଙ୍କରେ ଜମା ହୋଇଥିବା ୪୮ ହଜାର କୋଟି ଟଙ୍କାର କେହି ଦାବିଦାର ନାହାନ୍ତି। ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଭଳି ଅନାବଶ୍ୟକ ଟଙ୍କାକୁ ସେମାନଙ୍କର ଯୋଗ୍ୟ ଉତ୍ତରାଧିକାରୀଙ୍କ […]

ନୂଆଦିଲ୍ଲୀ : କରୋନା ମହାମାରୀ ପରେ ବର୍ତ୍ତମାନର ମହଙ୍ଗା ବଜାର ସମୟରେ ଲୋକଙ୍କୁ ଘର ଚଳାଇବା ମୁସ୍କିଲ ହୋଇପଡୁଛି। ଏଭଳି ସମୟରେ କୋଟି କୋଟି ଟଙ୍କା ଦେଶର ବ୍ୟାଙ୍କରେ ପଡ଼ିଛି, ଯାହାର କେହି ଉତ୍ତରାଧିକାରୀ ନାହଁାନ୍ତି। ସମ୍ପ୍ରତି ଦେଶର ବ୍ୟାଙ୍କଗୁଡିକରେ ଦାବିହୀନ ଜମା ରାଶିର ପରିମାଣ ବଢ଼ିବାରେ ଲାଗିଛି। ବ୍ୟାଙ୍କରେ ଜମା ହୋଇଥିବା ୪୮ ହଜାର କୋଟି ଟଙ୍କାର କେହି ଦାବିଦାର ନାହାନ୍ତି। ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଭଳି ଅନାବଶ୍ୟକ ଟଙ୍କାକୁ ସେମାନଙ୍କର ଯୋଗ୍ୟ ଉତ୍ତରାଧିକାରୀଙ୍କ ନିକଟକୁ ପଠାଇବା ପାଇଁ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି। ବ୍ୟାଙ୍କ ଅନୁଯାୟୀ ଦେଶର ୮ଟି ରାଜ୍ୟ ଅଛି, ଯେଉଁଠାରେ ବ୍ୟାଙ୍କରେ ଏହିଭଳି ଭାେବ ସର୍ବାଧିକ ପରିମାଣର ଦାବିବିହୀନ ଅର୍ଥ ପଡିରହିଛି।

ଆହୁରି ପଢ଼ନ୍ତୁ: UPI ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି, ଆମେରିକା ଚାପରେ ମୋଦୀ ସରକାର କାମ କରୁଥିବା ଅଭିଯୋଗ

ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୦-୨୧ରେ ବ୍ୟାଙ୍କଗୁଡିକରେ ଏହି ଦାବିବିହୀନ ଟଙ୍କା ପରିମାଣ ୩୯,୨୬୪ କୋଟି ଟଙ୍କା ଥିଲା। ଏଥିସହିତ, ୨୦୨୧-୨୨ ଆର୍ଥିକବର୍ଷରେ ବ୍ୟାଙ୍କଗୁଡିକରେ ଏହି ଅର୍ଥ ପରିମାର ୪୮,୨୬୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତେଣୁ ଦାବିହୀନ ଜମାକାରୀଙ୍କ ପ୍ରକୃତ ଦାବିଦାରଙ୍କୁ ଖୋଜିବା ପାଇଁ ଏକ ଜାତୀୟ ଅଭିଯାନ ଆରମ୍ଭ କରାଯାଇଛି। ଆରବିଆଇ ଅନୁଯାୟୀ, ଦେଶରେ ତାମିଲନାଡୁ, ପଞ୍ଜାବ, ଗୁଜୁରାଟ, ମହାରାଷ୍ଟ୍ର, ବଙ୍ଗଳା, କର୍ଣ୍ଣାଟକ, ବିହାର ଏବଂ ତେଲେଙ୍ଗାନା/ଆନ୍ଧ୍ରପ୍ରଦେଶ ଭଳି ୮ଟି ରାଜ୍ୟରେ ଏଭଳି ଦାବିହୀନ ରାଶି ପରିମାଣ ଅଧିକ ରହିଛି।

ଆହୁରି ପଢ଼ନ୍ତୁ: ଋଷ ତୈଳ ଆମଦାନୀ ଉପରେ ଆମେରିକାର କଟକଣା: କଡ଼ା ଜବାବ ଦେଲା ଭାରତ

କେନ୍ଦ୍ରୀୟ ବ୍ୟାଙ୍କର ନିୟମ ଅନୁଯାୟୀ, ସଞ୍ଚୟ/ସାମ୍ପ୍ରତିକ ଆକାଉଣ୍ଟ ଯେଉଁଥିରେ ୧୦ ବର୍ଷ ଧରି କ୍ରମାଗତ ଭାବେ କୌଣସି କାରବାର ହୋଇନାହିଁ କିମ୍ବା ୧୦ ବର୍ଷ ପରିପକ୍ବତା ପରେ ମଧ୍ୟ କୌଣସି ଦାବି କରାଯାଇନାହିଁ, ତାହାକୁ ‘ଦାବି ବିହୀନ ଅର୍ଥ’ ପରି ଧରା ଯାଇଥାଏ। ଆରବିଆଇ ଅନୁଯାୟୀ, ଯଦିଓ ଏହି ପରିମାଣର କୌଣସି ଦାବିଦାର ନାହାଁନ୍ତି, ତଥାପି ଏହା ଉପରେ ସୁଧ ପ୍ରଦାନ ଜାରି ରହିଥାଏ। ଏହିପରି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ଚାହାଁନ୍ତି, ତେବେ ସେ ସଂପୃକ୍ତ ବ୍ୟାଙ୍କକୁ ଯାଇ ସେହି ଆକାଉଣ୍ଟକୁ ପୁନର୍ବାର ଖୋଲି ସୁଧ ସହିତ ସେହି ଅର୍ଥ ରାଶି ଉଠାଇପାରିବେ। ବ୍ୟାଙ୍କର କହିବା ହେଉଛି ଯେ, ଅନେକ ସଚେତନତା ଅଭିଯାନ ସତ୍ତ୍ବେ ଏହିଭଳି ଦାବିହୀନ ଅର୍ଥର ପ୍ରକୃତ ମାଲିକ ବାହାରକୁ ଆସୁନାହାଁନ୍ତି, ଯେଉଁଥିପାଇଁ ଏହାର ପରିମାଣ ପ୍ରତିବର୍ଷ ବଢିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଟାଟା ସନ୍ସ ଚେୟାରମ୍ୟାନ୍ ଭାବେ ଏନ୍. ଚନ୍ଦ୍ରଶେଖରନ୍‌ଙ୍କ କାର୍ଯ୍ୟକାଳ ଆହୁରି ୫ ବର୍ଷ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର