ବିଶ୍ୱର ଶ୍ରେଷ୍ଠ ୨୫୦ ହସ୍ପିଟାଲ ମଧ୍ୟରେ ଭାରତର ୩

The Sakala Picture
Published On

ନୂଆଦିଲ୍ଲୀ : ମହାମାରୀ କରୋନା କାଳରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବ୍ୟବସ୍ଥା ବିଶ୍ବର ସବୁ ଦେଶଙ୍କ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଥିଲା। ଯାହାକୁ ନେଇ ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଠାରୁ ଆରମ୍ଭ କରି ଏସୀୟ ମହାଦେଶରେ ସତର୍କ ଘଣ୍ଟି ବାଜିଥିଲା। ଏହିକ୍ରମରେ ପ୍ରାୟ ସବୁ ଦେଶ ନିଜ ନିଜର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ କାର୍ଯ୍ୟ କରିଥିଲେ। ବିଗତ ୩ ବର୍ଷ ମଧ୍ୟରେ ବିଶ୍ବସ୍ତରରେ ସ୍ବାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନକୁ ନେଇ ଏକ ରିପୋର୍ଟ ପ୍ରକାଶ […]

ନୂଆଦିଲ୍ଲୀ : ମହାମାରୀ କରୋନା କାଳରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବ୍ୟବସ୍ଥା ବିଶ୍ବର ସବୁ ଦେଶଙ୍କ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଥିଲା। ଯାହାକୁ ନେଇ ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଠାରୁ ଆରମ୍ଭ କରି ଏସୀୟ ମହାଦେଶରେ ସତର୍କ ଘଣ୍ଟି ବାଜିଥିଲା। ଏହିକ୍ରମରେ ପ୍ରାୟ ସବୁ ଦେଶ ନିଜ ନିଜର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ କାର୍ଯ୍ୟ କରିଥିଲେ। ବିଗତ ୩ ବର୍ଷ ମଧ୍ୟରେ ବିଶ୍ବସ୍ତରରେ ସ୍ବାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା ବେଳେ ୨୦୨୪ରେ ବିଶ୍ବର ଶ୍ରେଷ୍ଠ ୨୫୦ ହସ୍ପିଟାଲ ସମ୍ପର୍କରେ ମଧ୍ୟ ରିପୋର୍ଟ ପ୍ରକାଶ କରାଯାଇଛି।

ଆହୁରି ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀରେ ବଢୁଛି ଉତ୍ତେଜନା: ଭାରତୀୟ ତୈଳ ଟ୍ୟାଙ୍କରକୁ ଫେରାଇ ଦେଲା ଇରାନ

ବିଶ୍ବର ଯେକୌଣସି ରାଷ୍ଟ୍ର ତୁଳନାରେ ଆମେରିକାର ହସ୍ପିଟାଲ ବ୍ୟବସ୍ଥା ସବୁଠୁ ଉନ୍ନତ ବୋଲି ପୂର୍ବରୁ ରେକର୍ଡ ରହି ଆସିଥିଲା। କିନ୍ତୁ କରୋନା କାଳରେ ଯେଭଳି ସ୍ଥିତି ଉପୁଜିଥିଲା ତାହା ଆମେରିକାର ହେଲଥ୍ କେୟାର ସିଷ୍ଟମକୁ ନେଇ ବିଭିନ୍ନ ସ୍ତରରେ ବିତର୍କ ବଢାଇଥିଲା। ଏହାସତ୍ତ୍ବେ ଏବେ ପ୍ରକାଶ ପାଇଥିବା ରିପୋର୍ଟରେ ମଧ୍ୟ ଆମେରିକା ସବୁଠୁ ଆଗୁଆ ରହିଥିବା ଜଣାପଡ଼ିଛି। ବିଶ୍ବର ୨୫୦ଟି ସର୍ବୋତ୍ତମ ହସ୍ପିଟାଲର ସୂଚୀରେ ଆମେରିକାର ସବୁଠୁ ଅଧିକ ଭାବେ ୪୩ ହସ୍ପିଟାଲ ଅଛନ୍ତି। ଏହି ତାଲିକାର ପ୍ରଥମ ଶ୍ରେଷ୍ଠ ହସ୍ପିଟାଲ ମଧ୍ୟରେ ଆମେରିକାର ୪ଟି ହସ୍ପିଟାଲ ରହିଛି। ନ୍ୟୁୟର୍କ ଷ୍ଟେଟର ରୋଚେଷ୍ଟରସ୍ଥିତ ମେୟୋ କ୍ଲିନିକ୍‌ ବିଶ୍ବର ଏକ ନମ୍ବର ହସ୍ପିଟାଲ ଭାବେ ସ୍ଥାନ ପାଇଛି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ପୁଣି ଉତ୍ତେଜନା: ହର୍ମୁଜ୍ ପ୍ରଣାଳୀକୁ ନେଇ ବିବାଦ, ୩ ପ୍ରତିଶତ ବଢ଼ିଲା ଅଶୋଧିତ ତୈଳ ଦର

ସେହିପରି ଦ୍ୱିତୀୟ ସ୍ଥାନରେ ଆମେରିକାର କ୍ଲିଭଲ୍ୟାଣ୍ଡ କ୍ଲିନିକ୍, ତୃତୀୟ ସ୍ଥାନରେ କାନାଡାର ଟୋରଣ୍ଟୋ ଜେନେରାଲ ୟୁନିଭର୍ସିଟି ହେଲଥ୍ ନେଟୱାର୍କ, ଚତୁର୍ଥ ସ୍ଥାନରେ ଆମେରିକାର ଜନ୍ସ ହପକିନ୍ସ ହସ୍ପିଟାଲ ଥିବା ବେଳେ ପଞ୍ଚମ ସ୍ଥାନରେ ଆମେରିକାର ମାସାଚ୍ୟୁସେଟସ୍ ଜେନେରାଲ ହସ୍ପିଟାଲ ରହିଛି। ଏହି ତାଲିକାର ଶ୍ରେଷ୍ଠ ୧୦ ସ୍ଥାନରେ ଜର୍ମାନୀ, ସ୍ୱିଡେନ, ଇସ୍ରାଏଲ ଓ ଫ୍ରାନ୍ସର ହସ୍ପିଟାଲ ରହିଛି। ଜର୍ମାନୀର ୨୩ ଏବଂ ଦକ୍ଷିଣ କୋରିଆର ୧୭ ହସ୍ପିଟାଲକୁ ଏହି ତାଲିକାରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ ୨୫୦ ଶ୍ରେଷ୍ଠ ହସ୍ପିଟାଲ ତାଲିକାରେ ଭାରତର ମାତ୍ର ୩ଟି ହସ୍ପିଟାଲ ସାମିଲ ରହିଛି। ଏଥିରୁ ୨ଟି ସରକାରୀ ହସ୍ପିଟାଲ ହୋଇଥିବା ବେଳେ ଗୋଟିଏ ଘରୋଇ ହସ୍ପିଟାଲ ରହିଛି।

ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)କୁ ୧୧୩ ତମ ସ୍ଥାନ ମିଳିଛି। ସେହିପରି ଗୁରୁଗ୍ରାମର ଘରୋଇ ହସ୍ପିଟାଲ ମେଦାନ୍ତ ହସ୍ପିଟାଲ ୧୬୬ତମ ସ୍ଥାନରେ ଥିବା ବେଳେ ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଟ୍ୟୁଟ୍ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ପିଜିଆଇଏମଇଆର) ୨୪୬ତମ ସ୍ଥାନରେ ରହିଛି।ସେଣ୍ଟ୍ରାଲ ବ୍ୟୁରୋ ଅଫ ହେଲଥ୍ ଇଣ୍ଟେଲିଜେନ୍ସ (ସିବିଏଚଆଇ)ଙ୍କ ୨୦୧୯ ରିପୋର୍ଟ ଅନୁସାରେ ଭାରତରେ ମୋଟ ୨୩,୫୮୧ ସରକାରୀ ହସ୍ପିଟାଲ ଓ ୨୨ କେନ୍ଦ୍ର ସରକାରଙ୍କ ହସ୍ପିଟାଲ ଥିଲା। ଗତ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଥିବା କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ୩୦ଟି ରାଷ୍ଟ୍ରର ୨୪୦୦ ହସ୍ପିଟାଲର ତଥ୍ୟ ଏବଂ ପ୍ରାୟ ୮୫,୦୦୦ ମେଡିକାଲ ବିଶେଷଜ୍ଞଙ୍କ ଦ୍ବାରା ଅନଲାଇନ ବ୍ୟବସ୍ଥାରେ କରାଯାଇଥÒବା ସର୍ଭେ ଆଧାରରେ ୨୫୦ ଶ୍ରେଷ୍ଠ ହସ୍ପିଟାଲର ଏହି ତାଲିକା ଜାରି କରାଯାଇଛି।

03 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp