ନିର୍ଯାତନା ନିଆଁ : ନ୍ୟାୟ ଦେଲେ ନାହିଁ ସରକାର, ଜଳିଗଲା ଏକ କଅଁଳ ସ୍ୱପ୍ନ
ଭୁବନେଶ୍ୱର : ଅଧ୍ୟାପକଙ୍କ ଯୌନ ଅନୁଗ୍ରହ ଦାବିକୁ ପ୍ରତ୍ୟାଖ୍ୟାନ କରି ରୋଷର ଶିକାର ହୋଇଥିବା ସୌମ୍ୟାଶ୍ରୀ ସରକାରଙ୍କଠାରୁ ଲୋଡ଼ିଥିଲେ ନ୍ୟାୟ। କଲେଜ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ସାଂସଦ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ତାଙ୍କର ଅନୁନୟ କେହି ଶୁଣିଲେ ନାହିଁ, କେହି ଗୁରୁତ୍ୱ ଦେଲେ ନାହିଁ। ଓଲଟି ତାଙ୍କୁ ଭୁଲ ବୋଲି ପ୍ରମାଣିତ କରିବାକୁ କଲେଜ କର୍ତ୍ତୃପକ୍ଷ ଲାଗିପଡ଼ିଲେ। ବ୍ୟବସ୍ଥା ବିରୋଧରେ ବିଦ୍ରୋହ କରି ସୌମ୍ୟାଶ୍ରୀ ନିଜ ଦେହରେ ନିଆଁ ଲଗାଇ […]
ଭୁବନେଶ୍ୱର : ଅଧ୍ୟାପକଙ୍କ ଯୌନ ଅନୁଗ୍ରହ ଦାବିକୁ ପ୍ରତ୍ୟାଖ୍ୟାନ କରି ରୋଷର ଶିକାର ହୋଇଥିବା ସୌମ୍ୟାଶ୍ରୀ ସରକାରଙ୍କଠାରୁ ଲୋଡ଼ିଥିଲେ ନ୍ୟାୟ। କଲେଜ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ସାଂସଦ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ତାଙ୍କର ଅନୁନୟ କେହି ଶୁଣିଲେ ନାହିଁ, କେହି ଗୁରୁତ୍ୱ ଦେଲେ ନାହିଁ। ଓଲଟି ତାଙ୍କୁ ଭୁଲ ବୋଲି ପ୍ରମାଣିତ କରିବାକୁ କଲେଜ କର୍ତ୍ତୃପକ୍ଷ ଲାଗିପଡ଼ିଲେ। ବ୍ୟବସ୍ଥା ବିରୋଧରେ ବିଦ୍ରୋହ କରି ସୌମ୍ୟାଶ୍ରୀ ନିଜ ଦେହରେ ନିଆଁ ଲଗାଇ ଦେଲେ। ଆଉ ଦୁଇଦିନ ଏମ୍ସରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଦେଲେ।
ଦୀର୍ଘଦିନ ଧରି ସମ୍ପୃକ୍ତ ଅଧ୍ୟାପକଙ୍କ ଦ୍ୱାରା ସୌମ୍ୟାଶ୍ରୀ ମାନସିକ ନିର୍ଯାତନାର ଶିକାର ହୋଇଥିଲେ। ଅଧ୍ୟାପକଜଣକ ତାଙ୍କଠାରୁ ଯୌନ ଅନୁଗ୍ରହ ଦାବି କରି ଯୌନ ନିର୍ଯାତନା ପ୍ରଦାନ କରିଥିବା ସଂକ୍ରାନ୍ତରେ ସେ କଲେଜ ଅଧ୍ୟକ୍ଷଙ୍କୁ ଅବଗତ କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ପରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ମାତ୍ର କୌଣସି ପଦକ୍ଷେପ ନିଆଗଲା ନାହିଁ। ମାସ ମାସ ଧରି ସେ ଭୟ ଏବଂ ଯନ୍ତ୍ରଣାରେ ରହିବା ପରେ ଜୁଲାଇ ୧ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଏ ସମ୍ପର୍କରେ ‘ଏକ୍ସ’ରେ ଅବଗତ କରିଥିଲେ। କଲେଜ ଅଧ୍ୟକ୍ଷ ଏହି ପ୍ରସଙ୍ଗରେ ମଧ୍ୟ ନିରବ ରହିଲେ ଓ ନିଜ ଅଧ୍ୟାପକଙ୍କୁ ଘଣ୍ଟ ଘୋଡ଼ାଇଲେ। ଅତ୍ୟନ୍ତ ବିମର୍ଷ ହୋଇ ଗତ ୧୨ ତାରିଖରେ ସେ କଲେଜ ଅଧ୍ୟକ୍ଷଙ୍କ କୋଠରୀ ବାହାରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ। ତାଙ୍କ ଶରୀରର ୯୦ ଭାଗରୁ ଊର୍ଦ୍ଧ୍ବ ପୋଡ଼ିଗଲା। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଗଲା। ଏମ୍ସ କର୍ତ୍ତୃପକ୍ଷ ଏକ ଡ଼ାକ୍ତରୀ ଟିମ୍ ଗଠନ କରି ତାଙ୍କର ଚିକିତ୍ସା କରୁଥିଲେ। ଜୀବନରକ୍ଷା ପ୍ରଣାଳୀ ମଧ୍ୟରେ ରଖି ସୌମ୍ୟାଶ୍ରୀଙ୍କୁ ଚିକିତ୍ସା କରାଯାଉଥିଲା। ତାଙ୍କର କିଡ଼୍ନୀ କାମ କରୁ ନ ଥିଲା, ହୃଦସ୍ପନ୍ଦନ କ୍ଷୀଣ ହୋଇ ଯାଇଥିଲା। ଶେଷରେ ଆଜି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଡ଼ାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ତେବେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘୋଷଣା କରିବା ପରେ ବିଳମ୍ବିତ ରାତିରେ ଏମ୍ସ ପଛ ଫାଟକ ଦେଇ ତାଙ୍କର ଶବକୁ ବ୍ୟବଚ୍ଛେଦ ପାଇଁ ନିଆଯିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଶହଶହ ପୁଲିସ ଓ ଯୁବକର୍ମୀଙ୍କ ବଳୟ ମଧ୍ୟରେ ସୌମ୍ୟାଶ୍ରୀଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ନିଆଯିବା ସମୟରେ ବିଜେଡିର ଯୁବକର୍ମୀମାନେ ଏହାକୁ ତୀବ୍ର ବିରୋଧ କରିଥିଲେ। ରାତି ଅଧରେ ଶବ ବ୍ୟବଚ୍ଛେଦକୁ ବିରୋଧ କରିବା ସହ ଏହା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ଅଭିଯୋଗ କରିଥିଲେ। କିଛି କର୍ମୀ ରାସ୍ତା ଉପରେ ଶୋଇ ଆମ୍ବୁଲାନ୍ସ ଯିବାକୁ ଦେଇ ନ ଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ବଳପୂର୍ବକ ଉଠାଇ ଦେଇଥିଲା।
ସୋମବାର ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ ରାଷ୍ଟ୍ରପତି ଆଜି ପୀଡ଼ିତାଙ୍କୁ ବର୍ଣ୍ଣ ୟୁନିଟ୍ ମଧ୍ୟରେ ଦେଖିଥିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟ, ଚିକିତ୍ସା ଆଦି ସମ୍ପର୍କରେ ଡ଼ାକ୍ତରୀ ଟିମ୍ ଓ ପୀଡ଼ିତାଙ୍କ ପରିବାରର ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ମାତ୍ର ସେତେବେଳକୁ ପୀଡ଼ିତାଙ୍କର ମୃତ୍ୟୁ ଘଟି ସାରିଥିବା ସାଧାରଣରେ ଆଲୋଚନା ଚାଲିଥିଲା। ବିଳମ୍ବିତ ସନ୍ଧ୍ୟାରେ ଏଫ୍ଏମ୍ ସ୍ୱୟଂ ଶାସିତ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରି ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଯିବା ସୂଚନା ମିଳିବା ପରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚା ନିଶ୍ଚିତ ମନେ ହୋଇଥିଲା।
ସୋମବାର ବିରୋଧୀ ଏହି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ରାଜଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଉଭୟ ବିଜେଡି ଓ କଂଗ୍ରେସର ୩ ଜଣିଆ ପ୍ରତିନିଧି ଦଳ ସାକ୍ଷାତ କରିଥିଲେ। ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା, ଛାତ୍ରୀ ନିର୍ଯାତନା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବିଶେଷକରି ବାଲେଶ୍ୱର ପୀଡ଼ିତାଙ୍କ ସମ୍ପର୍କରେ ବିଜେଡି ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ଦାବି କରିଥିଲେ। ସେହିପରି କଂଗ୍ରେସ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ନିଶାଣ ସହ ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି କରିଛି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶଙ୍କଠାରୁ ଆରମ୍ଭ କରି ଅନେକ ଜାତୀୟ ନେତା ଡ଼ବଲ ଇଞ୍ଜିନ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ନିଜ ଛାତ୍ର ସଂଗଠନର ନେତ୍ରୀଙ୍କୁ ଯଦି ସରକାର ସୁରକ୍ଷା ଦେଇପାରୁ ନାହାନ୍ତି, ତାହେଲେ ରାଜ୍ୟରେ ମହିଳାଙ୍କ ସୁରକ୍ଷା କେମିତି ତାହା ସହଜରେ ଅନୁମେୟ ବୋଲି ସେମାନେ ମତପ୍ରକାଶ କରିଛନ୍ତି।