ଆଜି ବିଶ୍ବ ପ୍ରେସ୍‌ ସ୍ବାଧୀନତା ଦିବସ…

The Sakala Picture
Published On

ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଗାଣତାନ୍ତ୍ରିକ ସୁରକ୍ଷା ପାଇଁ ଗଣମାଧ୍ୟମ ଅହରହ ପ୍ରୟାସ କରିଥାଏ। ଏହା ଯେତିକି ପ୍ରଗତିଶୀଳ, ସକାରାତ୍ମକ ହେବ ସମାଜ ସେତିକି ସୁଦୃଢ଼ ଏବଂ ଉନ୍ନତ ହେବ । ଯେଉଁ ଦେଶର ଗଣମାଧ୍ୟମ ଯେତେ ମୁକ୍ତ ଓ ସ୍ବାଧୀନ, ସେ ଦେଶର ଗଣତନ୍ତ୍ର ସେତେ ସମୃଦ୍ଧ।  ଗଣମାଧ୍ୟମ ଯେତେ ସ୍ୱାଧୀନ ଓ ସଶକ୍ତ ହେବ ଆମ ସମାଜ ସେତେ ସମୃଦ୍ଧ ହେବ। ଏହି କଥାକୁ ଉପଲବ୍ଧି କରି ଜାତିସଂଘର ସାଧାରଣ ପରିଷଦ ୧୯୯୩ ମସିହାରେ […]

ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଗାଣତାନ୍ତ୍ରିକ ସୁରକ୍ଷା ପାଇଁ ଗଣମାଧ୍ୟମ ଅହରହ ପ୍ରୟାସ କରିଥାଏ। ଏହା ଯେତିକି ପ୍ରଗତିଶୀଳ, ସକାରାତ୍ମକ ହେବ ସମାଜ ସେତିକି ସୁଦୃଢ଼ ଏବଂ ଉନ୍ନତ ହେବ । ଯେଉଁ ଦେଶର ଗଣମାଧ୍ୟମ ଯେତେ ମୁକ୍ତ ଓ ସ୍ବାଧୀନ, ସେ ଦେଶର ଗଣତନ୍ତ୍ର ସେତେ ସମୃଦ୍ଧ।  ଗଣମାଧ୍ୟମ ଯେତେ ସ୍ୱାଧୀନ ଓ ସଶକ୍ତ ହେବ ଆମ ସମାଜ ସେତେ ସମୃଦ୍ଧ ହେବ। ଏହି କଥାକୁ ଉପଲବ୍ଧି କରି ଜାତିସଂଘର ସାଧାରଣ ପରିଷଦ ୧୯୯୩ ମସିହାରେ ମେ’ ୩କୁ ବିଶ୍ବ ପ୍ରେସ୍‌ ସ୍ବାଧୀନତା ଦିବସ ଭାବେ ପାଳନ କରାଯିବା ନେଇ ଘୋଷଣା କରିଥିଲା। ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ ମନେ ରଖିବା ପାଇଁ ଉତ୍ସର୍ଗୀକୃତ।

ଆହୁରି ପଢ଼ନ୍ତୁ: ଭାରତର ନୂଆ 'ରେସଲିଂ କିଙ୍ଗ୍': ହରିୟାଣାର ଇମଲୋଟା ଗାଁର ସୁଜିତ କଲକଲଙ୍କ କମାଲ

ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସାମ୍ବାଦିକଙ୍କ ଗୁରୁତ୍ବ କେତେ ତାହା ଅବଗତ କରାଇବା ନିମନ୍ତେ ଏହି ଦିବସ ପାଳିତ ହୋଇ ଆସୁଛି। ଗଣମାଧ୍ୟମ ଓ ସାମ୍ବାଦିକଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏହି ଦିବସ ବାର୍ତ୍ତା ପ୍ରଦାନ କରିଥାଏ। ସେହିପରି ମୁକ୍ତ ଗଣମାଧ୍ୟମର ଆବଶ୍ୟକତା ନେଇ ଏହି ଦିବସ ବାର୍ତ୍ତା ବହନ କରିଥାଏ। ଗଣମାଧ୍ୟମର ସ୍ବାଧୀନତା ଦ୍ୱାରା ହିଁ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସନ୍ତୁଳନ ରକ୍ଷା ହୋଇପାରିବ ଓ ଏହା ସମାଜକୁ ଏକ ସକାରାତ୍ମକ ଦିଗରେ ନେବାରେ ସକ୍ଷମ ହେବ। ବିଶ୍ବସ୍ତରରେ ପାଳିତ ହେଉଥିବା ଏହି ଦିବସରେ ବିଭିନ୍ନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥାଏ।

ଆହୁରି ପଢ଼ନ୍ତୁ: ସୁନ୍ଦରପଦା ଆଜାଦନଗର ବିସ୍ଫୋରଣ ଘଟଣା: କ୍ୟାପିଟାଲ ହସ୍ପିଟାଲରେ NIA ଟିମର ତଦନ୍ତ

03 May 2025 By The Sakala

ଆଜି ବିଶ୍ବ ପ୍ରେସ୍‌ ସ୍ବାଧୀନତା ଦିବସ…

ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଗାଣତାନ୍ତ୍ରିକ ସୁରକ୍ଷା ପାଇଁ ଗଣମାଧ୍ୟମ ଅହରହ ପ୍ରୟାସ କରିଥାଏ। ଏହା ଯେତିକି ପ୍ରଗତିଶୀଳ, ସକାରାତ୍ମକ ହେବ ସମାଜ ସେତିକି ସୁଦୃଢ଼ ଏବଂ ଉନ୍ନତ ହେବ । ଯେଉଁ ଦେଶର ଗଣମାଧ୍ୟମ ଯେତେ ମୁକ୍ତ ଓ ସ୍ବାଧୀନ, ସେ ଦେଶର ଗଣତନ୍ତ୍ର ସେତେ ସମୃଦ୍ଧ।  ଗଣମାଧ୍ୟମ ଯେତେ ସ୍ୱାଧୀନ ଓ ସଶକ୍ତ ହେବ ଆମ ସମାଜ ସେତେ ସମୃଦ୍ଧ ହେବ। ଏହି କଥାକୁ ଉପଲବ୍ଧି କରି ଜାତିସଂଘର ସାଧାରଣ ପରିଷଦ ୧୯୯୩ ମସିହାରେ ମେ’ ୩କୁ ବିଶ୍ବ ପ୍ରେସ୍‌ ସ୍ବାଧୀନତା ଦିବସ ଭାବେ ପାଳନ କରାଯିବା ନେଇ ଘୋଷଣା କରିଥିଲା। ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ ମନେ ରଖିବା ପାଇଁ ଉତ୍ସର୍ଗୀକୃତ।

ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସାମ୍ବାଦିକଙ୍କ ଗୁରୁତ୍ବ କେତେ ତାହା ଅବଗତ କରାଇବା ନିମନ୍ତେ ଏହି ଦିବସ ପାଳିତ ହୋଇ ଆସୁଛି। ଗଣମାଧ୍ୟମ ଓ ସାମ୍ବାଦିକଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏହି ଦିବସ ବାର୍ତ୍ତା ପ୍ରଦାନ କରିଥାଏ। ସେହିପରି ମୁକ୍ତ ଗଣମାଧ୍ୟମର ଆବଶ୍ୟକତା ନେଇ ଏହି ଦିବସ ବାର୍ତ୍ତା ବହନ କରିଥାଏ। ଗଣମାଧ୍ୟମର ସ୍ବାଧୀନତା ଦ୍ୱାରା ହିଁ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସନ୍ତୁଳନ ରକ୍ଷା ହୋଇପାରିବ ଓ ଏହା ସମାଜକୁ ଏକ ସକାରାତ୍ମକ ଦିଗରେ ନେବାରେ ସକ୍ଷମ ହେବ। ବିଶ୍ବସ୍ତରରେ ପାଳିତ ହେଉଥିବା ଏହି ଦିବସରେ ବିଭିନ୍ନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର