ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ବିପୁଳ ଭୋଟରେ ଜିତିବୁ, ମୋ ଉପରେ ଭରସା ରଖିଥିବାରୁ ଧନ୍ୟବାଦ : ଦୀପାଳି ଦାସ

The Sakala Picture
Published On

ଝାରସୁଗୁଡା : ଆସନ୍ତା ମେ ୧୦ରେ ଝାରସୁଗୁଡା ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ। ଏନେଇ ଗତ ୨୯ ତାରିଖ ଅର୍ଥାତ ବୁଧବାର ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିବା ପରେ ୪୮ ଘଣ୍ଟା ମଧ୍ୟରେ ବିଜୁ ଜନତା ଦଳ ପ୍ରତମ ଦଳ ଭାବେ ତାର ପ୍ରାର୍ଥୀ ଘୋଷା କରିଛି। ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ନେଇ ଦୀପାଳିଙ୍କ […]

ଝାରସୁଗୁଡା : ଆସନ୍ତା ମେ ୧୦ରେ ଝାରସୁଗୁଡା ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ। ଏନେଇ ଗତ ୨୯ ତାରିଖ ଅର୍ଥାତ ବୁଧବାର ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିବା ପରେ ୪୮ ଘଣ୍ଟା ମଧ୍ୟରେ ବିଜୁ ଜନତା ଦଳ ପ୍ରତମ ଦଳ ଭାବେ ତାର ପ୍ରାର୍ଥୀ ଘୋଷା କରିଛି। ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ନେଇ ଦୀପାଳିଙ୍କ ନାଁରେ ମୋହର ମାରିଛନ୍ତି । ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ନିଜର ପ୍ରଥମ ବୟାନରେ ଦୀପାଳି ଦାସ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ହାସଲ କରିବ ବୋଲି ଦମ୍ଭୋକ୍ତିର ସହ କହିଛନ୍ତି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଝାରସୁଗୁଡା ଉପନିର୍ବାଚନ ପାଇଁ ଦୀପାଳିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବ ପରେ ଦୀପାଳି କହିଛନ୍ତି‘ମୋ ଉପରେ ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ’ ମୁଖ୍ୟମନ୍ତ୍ରୀଙ୍କ କାମ ଲୋକଙ୍କ ପାଖରେ ପହଞ୍ଚାଇବି। ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ଏହି ଉପନିର୍ବାଚନ ବିପୁଳ ଭୋଟରେ ଜିତିବୁ। ମୋ ବାପା ଝାରସୁଗୁଡାକୁ ନେଇ ଯେଉଁ ସ୍ବପ୍ନ ଦେଖିଥିଲେ  ତାହା ସବୁ ପୂରଣ ପାଇଁ ଚେଷ୍ଟା କରିବି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଅନ୍ୟପଟେ ବିଜେଡି ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଝାରସୁଗୁଡାରେ ବିଜେଡି ୫୦ ହଜାରରୁ ଅଧିକ ଭୋଟରେ ଜିତିବ।ଦିପାଳୀ ଜଣେ ଉଚ୍ଚଶିକ୍ଷିତା ମହିଳା । ବିରୋଧୀଙ୍କ ଉପରେ ସେ ଭାରି ପଡିବେ । ଝାରସୁଗୁଡାରେ ଅନୁକମ୍ଫା ଫ୍ୟାକ୍ଟର କାମ କରିପାରେ । ତେବେ ବିଜେଡି କିନ୍ତୁ ଝାରସୁଗୁଡାରେ ୫୦ ହଜାରରୁ ଅଧିକ ଭୋଟରେ ଜିତିବ । ତେବେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବୈଠକ ଡାକିଛନ୍ତି । ଯାହା ରଣନୀତି ପ୍ରସ୍ତୁତ ହେବ, ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ସେଇ ଅନୁସାରେ ବିଜେଡି ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଅନ୍ୟପଟେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଖୋଜିବାରେ ଲାଗିଛନ୍ତି। କାରଣ ଦୀପାଳି ଦାସଙ୍କୁ ଟକ୍କର ଦେଲା ଭଳି ବିରୋଧୀଙ୍କୁ ପ୍ରାର୍ଥୀ ମିଳୁନାହାନ୍ତି । ପୂର୍ବ ୨୦୧୯ ନିର୍ବାଚନରେ ବିଜେଡିର ଟାଣୁଆ ନେତା ଦୃଢ ସଙ୍ଗଠନ ସ୍ବର୍ଗତ ନବ କିଶୋର ଦାସ ବଡ଼ ବିଜୟ ହାସଲ କରିଥିଲେ। ତାଙ୍କ ଅବର୍ତ୍ତମାନରେ ହେଉଥିବା ଉପନିର୍ବାଚନରେ ଝାରସୁଗୁଡା ବାସୀ ପୁଣିଥରେ ବିଜେଡିକୁ ହିଁ ବିଜୟ ଦେବେ ବୋଲି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି।

ସୂଚନା ମୁତାବକ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୧ ହଜାର ଭୋଟର ରହିଥିବା ବେଳେ ପୁରୁଷ ଭୋଟର ୧ ଲକ୍ଷ ୧୦ ହଜାର ଓ ମହିଳା ଭୋଟର ୧ ଲକ୍ଷ ୨୦ ହଜାର ରହିଛନ୍ତି। ଏଥିରେ କିରିମିରା, ଲଇକେରା, କୋଲାବିରା ବ୍ଲକ, ଝାରସୁଗୁଡା ବ୍ଲକ ଓ ଝାରସୁଗୁଡା ପୌର ପରିଷଦର ୨୪ ୱାର୍ଡକୁ ନେଇ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ । ୨୦୦୯ରୁ ସ୍ୱର୍ଗତ ନବକିଶୋର ଦାସ ଝାରସୁଗୁଡ଼ାରୁ ନିର୍ବାଚିତ ହୋଇଥିଲେ। ଦୁଇଥର କଂଗ୍ରେସ ଓ ଥରେ ବିଜେଡି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସ୍ୱର୍ଗତ ନବ କିଶୋର ଦାସ ୯୮ ହାଜରରୁ ଅଧିକ ଭୋଟ ପାଇଥିଲେ । ଏହା ସହ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ନବକିଶୋର ଦାସ। ଏଥି ସହିତ ଗତ ପଂଚାୟତ ନିର୍ବାଚନରେ ୫ଟି ଜିଲ୍ଲା ପରଷଦ ଓ ପୌର ନିର୍ବାଚନରେ ଝାରସଗୁଡା ପୌର ପରିଷଦ ଦଖଲ କରିଥିଲା ବିଜେଡି। ଏଣୁ ଉପନିର୍ବାଚନରେ ମଧ୍ୟ ବିଜେଡି ବିପୁଳ ଭୋଟରେ ବାଜିମାତ୍‌ କରିବ ବୋଲି ରାଜନୈତିକ ସମୀକକ୍ଷ ମାନେ ମତ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର