କମ୍‌ ବୟସରେ କାହିଁକି ହେଉଛି ହୃଦ୍‌ଘାତ, ଜାଣନ୍ତୁ ଏନେଇ କ‘ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

The Sakala Picture
Published On

ଭୁବନେଶ୍ବର : ଜଣାଶୁଣା ଗାୟକ କୃଷ୍ଣକୁମାର କୁନ୍ନଥ ଓରଫ୍‌ କେକେ ଗତ ମଙ୍ଗଳବାର ରାତିରେ କୋଲକାତାରେ ଏକ ଲାଇଭ୍‌ ଶୋ’ରେ ପର୍ଫମ୍‌ କରୁଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ପରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ସୁସ୍ଥ ଜୀବନଚର୍ଯ୍ୟାକୁ ଜୀବନର ମନ୍ତ୍ର କରିଥିବା କେକେଙ୍କୁ ହଠାତ୍‌ କାହିଁକି ହୃଦ୍‌ଘାତ ହେଲା ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ କେକେ ନୁହଁନ୍ତି, ଅତୀତରେ ଇନ୍ଦ୍ର କୁମାର, ସିଦ୍ଧାର୍ଥ ଶୁକ୍ଳା ଭଳି ବହୁତ କମ୍ ବୟସର ସେଲିବ୍ରିଟି […]

ଭୁବନେଶ୍ବର : ଜଣାଶୁଣା ଗାୟକ କୃଷ୍ଣକୁମାର କୁନ୍ନଥ ଓରଫ୍‌ କେକେ ଗତ ମଙ୍ଗଳବାର ରାତିରେ କୋଲକାତାରେ ଏକ ଲାଇଭ୍‌ ଶୋ’ରେ ପର୍ଫମ୍‌ କରୁଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ପରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ସୁସ୍ଥ ଜୀବନଚର୍ଯ୍ୟାକୁ ଜୀବନର ମନ୍ତ୍ର କରିଥିବା କେକେଙ୍କୁ ହଠାତ୍‌ କାହିଁକି ହୃଦ୍‌ଘାତ ହେଲା ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

କେବଳ କେକେ ନୁହଁନ୍ତି, ଅତୀତରେ ଇନ୍ଦ୍ର କୁମାର, ସିଦ୍ଧାର୍ଥ ଶୁକ୍ଳା ଭଳି ବହୁତ କମ୍ ବୟସର ସେଲିବ୍ରିଟି ମଧ୍ୟ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଦେଶରେ ଏହି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ, କେବଳ ୨୦୧୬ ମସିହାରେ ଭାରତରେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିବା ୪୫% ଲୋକଙ୍କର ବୟସ ୪୦-୬୯ ବର୍ଷ ମଧ୍ୟରେ ଥିଲା। ତେଣୁ ବିଶେଷଜ୍ଞମାନେ ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା ଓ ସୁସ୍ଥ ଜୀବନଶୈଳୀକୁ ଗୁରୁତ୍ବ ଦେଉଛନ୍ତି। ଏଭଳି ପରିସ୍ଥିତିରେ ହୃଦ୍‌ଘାତର କାରଣ ଜାଣିବା ନିହାତି ଜରୁରୀ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ହୃଦ୍‌ଘାତର କାରଣ

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

  • ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ହୃଦ୍‌ଘାତ ହେବା ଆଶଙ୍କା ଅଧିକ ଥାଏ।
  • ହୃତ୍‌ପିଣ୍ଡ ମାଂସପେଶୀକୁ ରକ୍ତ ପ୍ରବାହ ଅବରୋଧ ହେଲେ ହୃଦ୍‌ଘାତ ହୁଏ।
  • ୪୫ ବର୍ଷରୁ ଅଧିକ ବୟସ୍କ ପୁରୁଷ ଏବଂ ୫୫ ବର୍ଷରୁ ଅଧିକ ମହିଳାଙ୍କଠାରେ ସାଧାରଣତଃ ହୃଦ୍‌ଘାତର ଆଶଙ୍କା ଅଧିକ।
  • ଏହା ଏକ ବଂଶାନୁକ୍ରମିକ ରୋଗ ମଧ୍ୟ। ପରିବାରର ଯଦି କେହି ଏହି ରୋଗରେ ପୀଡ଼ିତ, ତେବେ ଅନ୍ୟମାନଙ୍କୁ ହୃଦ୍‌ଘାତ ହେବାର ଆଶଙ୍କା ଯଥେଷ୍ଟ ଅଧିକ ରହିଥାଏ।
  • ମାନସିକ ଚାପ ଓ ଅବସାଦ ହୃଦ୍‌ଘାତର ମୁଖ୍ୟ କାରଣ।
  • ଆବଶ୍ୟକ ପରିମାଣରେ ନିଦ ନ ହେଲେ ମଧ୍ୟ ହୃଦ୍‌ଘାତର ଆଶଙ୍କା ଦେଖା ଦେଇଥାଏ। ବିଶେଷଜ୍ଞଙ୍କ କହିବାନୁସାରେ, ଦିନକୁ ୭ ରୁ ୮ ଘଣ୍ଟା ଶୋଇବା ନିତାନ୍ତ ଜରୁରି।
  • ତମାଖୁ ସେବନ ଓ ଧୂମ୍ରପାନ କରିବା ଦ୍ବାରା ହୃଦ୍‌ଘାତ ହେବାର ଆଶଙ୍କା ବଢ଼ି ଯାଇଥାଏ। ଏପରିକି ଯେଉଁମାନେ ଦୀର୍ଘ ସମୟ ଧରି ଧୂମ୍ରପାନ କରୁଥିବା ଲୋକଙ୍କ ପାଖରେ ରୁହନ୍ତି, ସେମାନଙ୍କୁ ମଧ୍ୟ ହୃଦ୍‌ଘାତ ହୋଇପାରେ।
  • ମେଦବହୁଳତା ହୃଦ୍‌ଘାତର ଜନନୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅତ୍ୟଧିକ ମେଦ କାରଣରୁ ଧମନୀରେ ରକ୍ତ ପ୍ରବାହ ସୂଚାରୁରୂପେ ହୋଇପାରେ ନାହିଁ, ତେଣୁ ହୃଦ୍‌ଘାତ ହୋଇଥାଏ।
  • ଦୀର୍ଘଦିନ ଧରି ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବ୍ୟକ୍ତିବିଶେଷଙ୍କୁ ଘୃଦ୍‌ଘାତ ହେବାର ଆଶଙ୍କା ଅଧିକ। ଉଚ୍ଚ ରକ୍ତଚାପ ଯୋଗୁଁ ଧମନୀ ପ୍ରଭାବିତ ହୋଇଥାଏ, ଫଳରେ ହୃତ୍‌ପିଣ୍ଡକୁ ଆବଶ୍ୟକ ଅମ୍ଳଜାନ ମିଳେ ନାହିଁ, ଫଳରେ ହୃଦ୍‌ଘାତ ହୋଇଥାଏ।
  • ଅନିୟମିତ ଜୀବନଶୈଳୀ, ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟଗ୍ରହଣ, ମଦ୍ୟପାନ, ବ୍ୟାୟାମର ଅଭାବ, ଶାରୀରିକ ପରିଶ୍ରମ ନ କରିବା ମଧ୍ୟ ହୃଦ୍‌ଘାତର ପ୍ରମୁଖ କାରଣ।

ହୃଦ୍‌ଘାତର ଲକ୍ଷଣ

  • ଶ୍ବାସ ରୁନ୍ଧି ହେବା ଭଳି ଲାଗିବା
  • ପ୍ରଚୁର ଝାଳ ବୋହିବା
  • ବାନ୍ତି ଲାଗିବା ଆଦି ହୃଦ୍‌ଘାତର ଲକ୍ଷଣ
  • ଛାତିରେ ଯନ୍ତ୍ରଣା, ଚଲାବୁଲା କଲାବେଳେ ହାଲିଆ ଲାଗିବା
  • ମୁଣ୍ଡବୁଲାଇବା କିମ୍ବା ବିନ୍ଧିବା
  • ବାମ କାନ୍ଧ ଓ ବେକରେ ଯନ୍ତ୍ରଣା ହେବା
  • କଥା କହିବା ଓ ବୁଝିବାରେ ସମସ୍ୟା

ଏହି ସବୁ ହୃଦ୍‌ଘାତର ଲକ୍ଷଣ ଅଟେ। ଏସବୁ ଲକ୍ଷଣ ଦେଖା ଯାଉଥିଲେ, ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

କ’ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

ପୂର୍ବରୁ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ହୃଦ୍‌ଘାତ ହେଉଥିଲା। କିନ୍ତୁ ଆଜିକାଲି ୪୦ ରୁ ୫୦ ବର୍ଷ ବୟସର ଲୋକଙ୍କୁ ଅଧିକ ହୃଦ୍‌ଘାତ ହେଉଛି। ଜୀବନଶୈଳୀରେ ପରିବର୍ତ୍ତନ, ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟସେବନ, ମାନସିକ ଅବସାଦ, ମଦ୍ୟପାନ, ତମାଖୁ ସେବନ ଆଦି ହୃଦ୍‌ଘାତର ମୁଖ୍ୟକାରଣ।

ଯୁବଗୋଷ୍ଠୀ କର୍ମକ୍ଷେତ୍ରରେ ଅଳ୍ପ ସମୟ ମଧ୍ୟରେ କମ୍‌ ପରିଶ୍ରମ କରି ସଫଳତାର ଶୀର୍ଷକୁ ଛୁଇଁବାକୁ ଇଚ୍ଛା କରୁଛନ୍ତି। ଯେଉଁଥିପାଇଁ ସେମାନେ ଅଧିକ ମାନସିକ ଅବସାଦ ଓ ଚାପର ଶୀକାର ହେଉଛନ୍ତି। ବିଶେଷ କରି ଗ୍ଲାମର ଜଗତର ସେଲିବ୍ରିଟିମାନେ ଅଧିକ ମାନସିକ ଚାପରେ ରହୁଛନ୍ତି। କାରଣ ଦିନକୁ ଦିନ ପ୍ରତିଯୋଗିତା ବଢ଼ିବାରେ ଲାଗିଛି। ଫଳରେ ମାନସିକ ଚାପ ସୃଷ୍ଟି ହେଉଛି। ଅତ୍ୟଧିକ ଚାପ କାରଣରୁ ଧମନୀରେ ଜମା ହୋଇଥିବା ଚର୍ବି ଫାଟିଯାଏ, ଫଳରେ ହୃଦ୍‌ଘାତ ହୋଇଥାଏ। ତେବେ ହୃଦ୍‌ଘାତରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଚର୍ବି ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ। ଏଥିସହ ରେଡ୍‌ମିଟ୍‌, ଛଣାଛଣି ଖାଦ୍ୟ, ଅଣ୍ଡାର କେଶର ଆଦି ଖାଇବା ଅନୁଚିତ୍‌। ଉନ୍ନତମାନର ଖାଇବା ତେଲ ବ୍ୟବହାର କରିବା ସହ ଦିନକୁ ପ୍ରାୟ ଅଧଘଣ୍ଟା ବ୍ୟାୟମ କଲେ ହୃଦ୍‌ଘାତ ଆଶଙ୍କାକୁ ଏଡ଼ାଇ ହେବ।

(ଡା. ପ୍ରଶାନ୍ତ କୁମାର ସାହୁ, ନିର୍ଦ୍ଦେଶକ, ହୃଦ୍‌ରୋଗ ବିଶେଷଜ୍ଞ, ଆପୋଲୋ)

04 Jun 2022 By The Sakala

https://www.thesakala.in/big-news/why-is-heart-attack-happens-at-an-early-age/article-12163
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର