ଭାରତର ସ୍ବାଧୀନତା ଦିବସ ପାଇଁ ଅଗଷ୍ଟ ୧୫ ତାରିଖକୁ ଧାର୍ଯ୍ୟ କରିଥିଲେ ଲର୍ଡ ମାଉଣ୍ଟ୍‌ବେଟେନ; କ’ଣ ଥିଲା ଏହାର କାରଣ…

The Sakala Picture
Published On

୧୯୪୭ ମସିହା ଅଗଷ୍ଟ ମାସରେ ଲାହୋର୍‌ଠାରେ ଅନୁଷ୍ଠିତ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ୍‌ ଅଧିବେଶନରେ ଭାରତକୁ ପୂର୍ଣ୍ଣ ସ୍ବାଧୀନତା ମିଳିଥିଲା। କିନ୍ତୁ ୧୯୨୯ ମସିହାରେ ଜବାହରଲାଲ୍‌ ନେହରୁଙ୍କ ଉଦ୍ୟମ କ୍ରମେ ‘ପୂର୍ଣ୍ଣ ସ୍ବରାଜ’ର ଘୋଷଣା କରାଯାଇଥିଲା। ତେଣୁ ୧୯୩୦ ରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୬ ତାରିଖକୁ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଉଥିଲା। ସେହି ସମୟରେ ଭାରତରେ ଲର୍ଡ ମାଉଣ୍ଟ୍‌ବେଟେନ୍‌ ଭାରତର ଶାସନଭାର ସମ୍ଭାଳୁଥିଲେ। ଐତିହାସିକ ତଥ୍ୟ ଅନୁସାରେ ମାଉଣ୍ଟବେଟେନ୍‌ ହିଁ ଭାରତର […]

୧୯୪୭ ମସିହା ଅଗଷ୍ଟ ମାସରେ ଲାହୋର୍‌ଠାରେ ଅନୁଷ୍ଠିତ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ୍‌ ଅଧିବେଶନରେ ଭାରତକୁ ପୂର୍ଣ୍ଣ ସ୍ବାଧୀନତା ମିଳିଥିଲା। କିନ୍ତୁ ୧୯୨୯ ମସିହାରେ ଜବାହରଲାଲ୍‌ ନେହରୁଙ୍କ ଉଦ୍ୟମ କ୍ରମେ ‘ପୂର୍ଣ୍ଣ ସ୍ବରାଜ’ର ଘୋଷଣା କରାଯାଇଥିଲା। ତେଣୁ ୧୯୩୦ ରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୬ ତାରିଖକୁ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଉଥିଲା। ସେହି ସମୟରେ ଭାରତରେ ଲର୍ଡ ମାଉଣ୍ଟ୍‌ବେଟେନ୍‌ ଭାରତର ଶାସନଭାର ସମ୍ଭାଳୁଥିଲେ।

ଆହୁରି ପଢ଼ନ୍ତୁ: ବିବାହ ପୂର୍ବରୁ ଆଇଏଏସ୍: 'ଚାକିରି ପରେ ଯାଇ କରିବି ବାହାଘର', ପୂରଣ ହେଲା ଅମନଦୀପଙ୍କ ଶପଥ

ଐତିହାସିକ ତଥ୍ୟ ଅନୁସାରେ ମାଉଣ୍ଟବେଟେନ୍‌ ହିଁ ଭାରତର ସ୍ବାଧୀନତା ଦିବସ ପାଇଁ ଅଗଷ୍ଟ ୧୫ ତାରିଖକୁ ଧାର୍ଯ୍ୟ କରିଥିଲେ। କାରଣ ‘ଅଗଷ୍ଟ ୧୫’ ତାରିଖ ତାଙ୍କ ପାଇଁ ବେଶ୍‌ ସୌଭାଗ୍ୟଶାଳୀ ବୋଲି ସେ ଭାବୁଥିଲେ। ତେଣୁ ଜୁନ୍‌ ୩ ତାରିଖରେ ସ୍ବତନ୍ତ୍ରତା ଓ ଦେଶ ବିଭାଜନ ସମ୍ବନ୍ଧୀୟ ଏକ ବୈଠକରେ ଲର୍ଡ ମାଉଣ୍ଟବେଟେନ୍‌ ଅଗଷ୍ଟ ୧୫ ତାରିଖକୁ ଭାରତର ସ୍ବାଧୀନତା ଦିବସ ଭାବେ ଘୋଷଣା କଲେ। ସାର୍ବଜନୀନ ଭାବେ ଏହି ଘୋଷଣା ଶୁଣିବା ପରେ ଭାରତର ଜ୍ୟୋତିଷଙ୍କ ଭିତରେ ଅସନ୍ତୋଷ ଦେଖାଗଲା। କାରଣ ଜ୍ୟୋତିଷଙ୍କ ମତରେ ତିଥି, ବାର ଓ ନକ୍ଷତ୍ରର ବିଚାର ଅନୁସାରେ ୧୯୪୭ ଅଗଷ୍ଟ ୧୫ ତାରିଖ ବହୁତ ଅଶୁଭ ଏବଂ ଅମଙ୍ଗଳକାରୀ ଥିଲା। ତେଣୁ ଜ୍ୟୋତିଷମାନେ ପରାମର୍ଶ କରି ବିକଳ୍ପ ଦୃଷ୍ଟିରୁ ଆଉ ଏକ ତିଥି ସମ୍ପର୍କରେ ମାଉଣ୍ଟବେଟେନ୍‌ଙ୍କୁ କହିଲେ। କିନ୍ତୁ ମାଉଣ୍ଟବେଟେନ୍‌ ତାଙ୍କ ଲକି ନମ୍ବରକୁ ନେଇ ଜିଦିରେ ଅଟଳ ରହିଲେ।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

ତେଣୁ ଏଭଳି ଦ୍ବନ୍ଦ୍ବର ସମାଧାନ କରିବା ପାଇଁ ଜ୍ୟୋତିଷମାନେ ଏକ ଉପାୟ ବାହାର କଲେ। ୧୪ ଓ ୧୫ ତାରିଖ ମଧ୍ୟ ରାତ୍ରୀର ସମୟକୁ ଚୟନ କରାଗଲା। ଇଂରାଜୀ ସମୟ ଅନୁସାରେ ରାତି ୧୨ଟା ପରେ ଆଉ ଏକ ଦିନର ଆରମ୍ଭ ହୋଇଥାଏ। ତେଣୁ ୧୪ ତାରିଖ, ରାତି ୧୨ ଟା ପରେ ୧୫ ତାରିଖ ହେବ, ଯାହାକି ମାଉଣ୍ଟବେଟେନ୍‌ଙ୍କ ସୌଭାଗ୍ୟଶାଳୀ ‘୧୫ ତାରିଖ’ ପାଇଁ ସଠିକ୍‌ ହେବ। ଅନ୍ୟ ପକ୍ଷରେ ହିନ୍ଦୁ ଗଣନା ଅନୁସାରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଗୋଟିଏ ଦିନ। ଏହାକୁ ଭିତ୍ତି କରି ୧୫ ତାରିଖର ସୂର୍ଯ୍ୟୋଦୟ ହେବା ପୂର୍ବରୁ ଭାରତର ସ୍ବାଧୀନତା ଘୋଷଣା ହୋଇଯିବ। ଅଗଷ୍ଟ ୧୪ ତାରିଖ ରାତିରେ ସେହି ଶୁଭ ମୁହୂର୍ତ୍ତ ୧୧ଟା ୫୧ ମିନିଟ୍‌ରୁ ଆରମ୍ଭ ହୋଇ ୧୨ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ଥିଲା। ତେଣୁ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ରାତି ୧୨ଟା ପରେ, ଇଂରାଜୀ ମାସ ଅନୁସାରେ ‘ଅଗଷ୍ଟ ୧୫’ ତାରିଖକୁ ଭାରତର ସ୍ବାଧୀନତା ଦିବସ ଭାବେ ପାଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

14 Aug 2023 By The Sakala

ଭାରତର ସ୍ବାଧୀନତା ଦିବସ ପାଇଁ ଅଗଷ୍ଟ ୧୫ ତାରିଖକୁ ଧାର୍ଯ୍ୟ କରିଥିଲେ ଲର୍ଡ ମାଉଣ୍ଟ୍‌ବେଟେନ; କ’ଣ ଥିଲା ଏହାର କାରଣ…

୧୯୪୭ ମସିହା ଅଗଷ୍ଟ ମାସରେ ଲାହୋର୍‌ଠାରେ ଅନୁଷ୍ଠିତ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ୍‌ ଅଧିବେଶନରେ ଭାରତକୁ ପୂର୍ଣ୍ଣ ସ୍ବାଧୀନତା ମିଳିଥିଲା। କିନ୍ତୁ ୧୯୨୯ ମସିହାରେ ଜବାହରଲାଲ୍‌ ନେହରୁଙ୍କ ଉଦ୍ୟମ କ୍ରମେ ‘ପୂର୍ଣ୍ଣ ସ୍ବରାଜ’ର ଘୋଷଣା କରାଯାଇଥିଲା। ତେଣୁ ୧୯୩୦ ରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୬ ତାରିଖକୁ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଉଥିଲା। ସେହି ସମୟରେ ଭାରତରେ ଲର୍ଡ ମାଉଣ୍ଟ୍‌ବେଟେନ୍‌ ଭାରତର ଶାସନଭାର ସମ୍ଭାଳୁଥିଲେ।

ଐତିହାସିକ ତଥ୍ୟ ଅନୁସାରେ ମାଉଣ୍ଟବେଟେନ୍‌ ହିଁ ଭାରତର ସ୍ବାଧୀନତା ଦିବସ ପାଇଁ ଅଗଷ୍ଟ ୧୫ ତାରିଖକୁ ଧାର୍ଯ୍ୟ କରିଥିଲେ। କାରଣ ‘ଅଗଷ୍ଟ ୧୫’ ତାରିଖ ତାଙ୍କ ପାଇଁ ବେଶ୍‌ ସୌଭାଗ୍ୟଶାଳୀ ବୋଲି ସେ ଭାବୁଥିଲେ। ତେଣୁ ଜୁନ୍‌ ୩ ତାରିଖରେ ସ୍ବତନ୍ତ୍ରତା ଓ ଦେଶ ବିଭାଜନ ସମ୍ବନ୍ଧୀୟ ଏକ ବୈଠକରେ ଲର୍ଡ ମାଉଣ୍ଟବେଟେନ୍‌ ଅଗଷ୍ଟ ୧୫ ତାରିଖକୁ ଭାରତର ସ୍ବାଧୀନତା ଦିବସ ଭାବେ ଘୋଷଣା କଲେ। ସାର୍ବଜନୀନ ଭାବେ ଏହି ଘୋଷଣା ଶୁଣିବା ପରେ ଭାରତର ଜ୍ୟୋତିଷଙ୍କ ଭିତରେ ଅସନ୍ତୋଷ ଦେଖାଗଲା। କାରଣ ଜ୍ୟୋତିଷଙ୍କ ମତରେ ତିଥି, ବାର ଓ ନକ୍ଷତ୍ରର ବିଚାର ଅନୁସାରେ ୧୯୪୭ ଅଗଷ୍ଟ ୧୫ ତାରିଖ ବହୁତ ଅଶୁଭ ଏବଂ ଅମଙ୍ଗଳକାରୀ ଥିଲା। ତେଣୁ ଜ୍ୟୋତିଷମାନେ ପରାମର୍ଶ କରି ବିକଳ୍ପ ଦୃଷ୍ଟିରୁ ଆଉ ଏକ ତିଥି ସମ୍ପର୍କରେ ମାଉଣ୍ଟବେଟେନ୍‌ଙ୍କୁ କହିଲେ। କିନ୍ତୁ ମାଉଣ୍ଟବେଟେନ୍‌ ତାଙ୍କ ଲକି ନମ୍ବରକୁ ନେଇ ଜିଦିରେ ଅଟଳ ରହିଲେ।

ତେଣୁ ଏଭଳି ଦ୍ବନ୍ଦ୍ବର ସମାଧାନ କରିବା ପାଇଁ ଜ୍ୟୋତିଷମାନେ ଏକ ଉପାୟ ବାହାର କଲେ। ୧୪ ଓ ୧୫ ତାରିଖ ମଧ୍ୟ ରାତ୍ରୀର ସମୟକୁ ଚୟନ କରାଗଲା। ଇଂରାଜୀ ସମୟ ଅନୁସାରେ ରାତି ୧୨ଟା ପରେ ଆଉ ଏକ ଦିନର ଆରମ୍ଭ ହୋଇଥାଏ। ତେଣୁ ୧୪ ତାରିଖ, ରାତି ୧୨ ଟା ପରେ ୧୫ ତାରିଖ ହେବ, ଯାହାକି ମାଉଣ୍ଟବେଟେନ୍‌ଙ୍କ ସୌଭାଗ୍ୟଶାଳୀ ‘୧୫ ତାରିଖ’ ପାଇଁ ସଠିକ୍‌ ହେବ। ଅନ୍ୟ ପକ୍ଷରେ ହିନ୍ଦୁ ଗଣନା ଅନୁସାରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଗୋଟିଏ ଦିନ। ଏହାକୁ ଭିତ୍ତି କରି ୧୫ ତାରିଖର ସୂର୍ଯ୍ୟୋଦୟ ହେବା ପୂର୍ବରୁ ଭାରତର ସ୍ବାଧୀନତା ଘୋଷଣା ହୋଇଯିବ। ଅଗଷ୍ଟ ୧୪ ତାରିଖ ରାତିରେ ସେହି ଶୁଭ ମୁହୂର୍ତ୍ତ ୧୧ଟା ୫୧ ମିନିଟ୍‌ରୁ ଆରମ୍ଭ ହୋଇ ୧୨ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ଥିଲା। ତେଣୁ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ରାତି ୧୨ଟା ପରେ, ଇଂରାଜୀ ମାସ ଅନୁସାରେ ‘ଅଗଷ୍ଟ ୧୫’ ତାରିଖକୁ ଭାରତର ସ୍ବାଧୀନତା ଦିବସ ଭାବେ ପାଳନ କରାଯାଉଛି।

https://www.thesakala.in/big-news/why-august-15-date-chosen-as-indias-independence-day/article-24467
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର