ନିର୍ମଳାଙ୍କ ପେଡ଼ି ଉପରେ ଏବେ ସମସ୍ତଙ୍କ ନଜର : ବଢ଼ିବ ଆୟକର ପରିସର, ନା ଜିଏସ୍‌ଟି ଭାର…..

The Sakala Picture
Published On

ନୂଆଦିଲ୍ଲୀ : ନୂତନ ବର୍ଷ ୨୦୨୩ ଆରମ୍ଭ ସହିତ ବଜାର ଏବଂ ନିବେଶକଙ୍କ ଆଖି ଏବେ କେନ୍ଦ୍ରର ସାଧାରଣ ବଜେଟ୍ ୨୦୨୩-୨୪ ଉପରେ। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବର୍ଷର ବଜେଟ୍ ହେବ। ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ଇକ୍ୱିଟି ବଜାର ବିଶେଷଜ୍ଞ ଏବଂ ବିଶ୍ଳେଷକମାନେ ବଜେଟରୁ ଆଶା ଅନୁଯାୟୀ ଏବେଠୁ ସେମାନଙ୍କ ସ୍ଥିତି […]

ନୂଆଦିଲ୍ଲୀ : ନୂତନ ବର୍ଷ ୨୦୨୩ ଆରମ୍ଭ ସହିତ ବଜାର ଏବଂ ନିବେଶକଙ୍କ ଆଖି ଏବେ କେନ୍ଦ୍ରର ସାଧାରଣ ବଜେଟ୍ ୨୦୨୩-୨୪ ଉପରେ। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବର୍ଷର ବଜେଟ୍ ହେବ। ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ଇକ୍ୱିଟି ବଜାର ବିଶେଷଜ୍ଞ ଏବଂ ବିଶ୍ଳେଷକମାନେ ବଜେଟରୁ ଆଶା ଅନୁଯାୟୀ ଏବେଠୁ ସେମାନଙ୍କ ସ୍ଥିତି ଆକଳନ କରିବା ଆରମ୍ଭ କରିଦେଇଛନ୍ତ। ୨୦୨୩-୨୪ ଆର୍ଥିକବର୍ଷ ବଜେଟ୍‌ରୁ ବଜାର ସଂସ୍କାର ଏବଂ ଟିକସ ସୁବିଧା ଆଶା କରୁଛି। ବିତ୍ତୀୟ ନିଅଣ୍ଟ ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଥିବାବେଳେ ଅର୍ଥମନ୍ତ୍ରୀ ଅଭିବୃଦ୍ଧିର ଗତିକୁ ବଜାୟ ରଖିବେ ବୋଲି ବଜାର ଆଶା କରିଛି। ବଜେଟ୍‌ରେ ସରକାର ଆୟକର ସ୍ଲାବ୍‌ରେ ବୃଦ୍ଧି ଘଟାଇବେ କି ଲୋକଙ୍କ ଉପରେ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) ଭାର ବଢ଼ାଇବେ। ଏବେ ତାହା ଉପରେ ସମସ୍ତଙ୍କ ନଜର।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍ ଏହାର ସଦ୍ୟତମ ରିପୋର୍ଟରେ କହିଛି ଯେ ସରକାର ବଜେଟ୍‌ରେ ଆର୍ଥିକ ଚତୁରତା ପ୍ରଦର୍ଶନ କରିବେ। କାରଣ ସରକାର ବଜେଟ୍‌ରେ କୌଣସି ପ୍ରମୁଖ ମୂଳ ଘୋଷଣା କିମ୍ବା ସଂସ୍କାର ଆଣିନ ପାରନ୍ତି। ଦେଶର ଭିତ୍ତିଭୂମିର ନିରନ୍ତର ବିକାଶ ଉପରେ କେନ୍ଦ୍ର ଧ୍ୟାନ ଦେବ ବୋଲି ଆଶା କରାଯାଉଛି। ସମ୍ପୂର୍ଣ୍ଣ ବର୍ଷରେ ସରକାର ବିତ୍ତୀୟ ନିଅଣ୍ଟକୁ ଜିଡିପିର ୬.୪% ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ସୀମିତ ରଖିବାକୁ ଚେଷ୍ଟା କରିବେ ବୋଲି ବ୍ରୋକରେଜ୍‌ ହାଉସ୍‌ଗୁଡିକୁ ଆଶାପ୍ରକାଶ କରିଛନ୍ତି। ତେବେ ପ୍ରମୁଖ ଉପଭୋକ୍ତା କ୍ଷେତ୍ରଗୁଡିକ ପାଇଁ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ବଦଳରେ ନିବେଶ ଦ୍ୱାରା ପରିଚାଳିତ ଅଭିବୃଦ୍ଧି ସରକାରଙ୍କ ମନ୍ତ୍ର ହୋଇ ରହିବ ବୋଲି ଆଶା କରାଯାଉଛି। ଏଚ୍‌ଡିଏଫ୍‌ସିର ସିକ୍ୟୁରିଟିଜ୍‌ର ଆକଳନ ଅନୁଯାୟୀ, ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚଳିତ ଆର୍ଥିକ ବର୍ଷରେ ମୋଟ ଟିକସ ସଂଗ୍ରହ ୧୬.୧ ଲକ୍ଷ କୋଟି ହୋଇଛି। ଏହା ପୂର୍ବବର୍ଷ ତୁଳନାରେ ୧୮% ଅଧିକ ଯାହା ୨୦୨୨-୨୩ର ବଜେଟ୍ ଆକଳନର ୫୮.୪%। ତେଣୁ ଏହା ଏକ ମଜଭୂତ ସ୍ଥିତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଏହି ସମୟରେ, ଆୟକର ସଂରଚନାରେ କିଛି ପରିବର୍ତ୍ତନ କରିବାକୁ ଡେଲୋଏଟ୍ ଇଣ୍ଡିଆ ମଧ୍ୟ ପରାମର୍ଶ ଦେଇଛି। ଡେଲୋଏଟ୍ ଇଣ୍ଡିଆ କହିବାନୁଯାୟୀ, ୩୦ ପ୍ରତିଶତ ଆୟକରର ସର୍ବୋଚ୍ଚ ଟିକସ ହାରକୁ ୨୫% କୁ ହ୍ରାସ କରାଯିବା ଉଚିତ ଏବଂ ଲୋକଙ୍କ କ୍ରୟ କ୍ଷମତା ବୃଦ୍ଧି ପାଇଁ ବାର୍ଷିକ ଟିକସ ହାର ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯିବା ଜରୁରୀ। ଧାରା ୮୦ ସି ଅଧୀନରେ ବିନିଯୋଗ ପାଇଁ ବର୍ତ୍ତମାନର ୧,୫୦,୦୦୦ ଟଙ୍କା ସୀମା ମଧ୍ୟ ବହୁତ କମ୍ ରହିଛି। ମୁଦ୍ରାସ୍ଫୀତିରେ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହାର ସୀମା ବୃଦ୍ଧି କରିବାକୁ ଚିନ୍ତା କରିବା ଉଚିତ୍। ଡେଲୋଏଟ୍ ଇଣ୍ଡିଆର ତାପତି ଘୋଷ ଏକ ରିପୋର୍ଟରେ କହିଛନ୍ତି ଯେ ଟିକସଦାତାମାନେ ଅଧିକ ସଞ୍ଚୟ କରିବାକୁ ଏବଂ କମ୍ ଟିକସ ଆଦାୟରୁ ଲାଭ ପାଇବାକୁ ଇଚ୍ଛୁକ ହେବେ, ଯାହା ଦ୍ବାରା ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଁ ଆବଶ୍ୟକ ଆୟ ବଢ଼ିବ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ବଜେଟ୍ ୨୦୨୩ ଏପରି ଏକ ସମୟରେ ଆସିବ ଯେତେବେଳେ ଭୂ-ରାଜନୈତିକ ଅନିଶ୍ଚିତତା ସହିତ ମୁକାବିଲା କରୁଛି। ମନ୍ଥର ଅଭିବୃଦ୍ଧି ହେତୁ ଅର୍ଥନୀତି ଚିନ୍ତିତ। କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସରକାରଙ୍କ ଦ୍ୱାରା ନିଆଯାଇଥିବା ବହୁ ପଦକ୍ଷେପ ସତ୍ତ୍ୱେ ମୁଦ୍ରାସ୍ଫୀତି ଅଧିକ ରହିଛି। ବିଶ୍ବ ଆର୍ଥିକ ଅନିଶ୍ଚିତତା ଏବଂ ଏକ ସମ୍ଭାବ୍ୟ ମାନ୍ଦାବସ୍ଥା ଧ୍ୟାନରେ ରଖି ଡେଲୋଏଟ୍ ଇଣ୍ଡିଆ ୨୦୨୨-୨୩ ଆର୍ଥିକବର୍ଷରେ ଜିଡିପି ଅଭିବୃଦ୍ଧି ୬.୫-୫-୭% ଏବଂ ୨୦୨୩-୨୪ ପାଇଁ ୫.୫-୬.୧% ରହିବ ବୋଲି ଆକଳନ କରିଛି। ବଜେଟ୍ ପାଇଁ ନୀତି ପ୍ରସ୍ତୁତ କରୁଥିବାବେଳେ ଅର୍ଥମନ୍ତ୍ରୀଙ୍କୁ ରାଜନତିକ ବାଧ୍ୟତାମୂଳକ ବ୍ୟତୀତ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଧ୍ୟାନରେ ରଖିବାକୁ ପଡ଼ିବ। ଅର୍ଥମନ୍ତ୍ରୀ ପ୍ରାକ୍‌ ବଜେଟ୍ ପରାମର୍ଶ ପାଇଁ ଗତ ମାସରେ ଅନେକ ବୈଠକ କରିଥିଲେ। ଏହି ବୈଠକରେ ବହୁ ସଂଖ୍ୟକ ଶିଳ୍ପ ବିଶେଷଜ୍ଞ ଏବଂ ବିଶ୍ଳେଷକ ଯୋଗଦେଇଥିଲେ | ଏହି ବୈଠକରେ ବିଶେଷଜ୍ଞମାନେ ଅର୍ଥମନ୍ତ୍ରୀଙ୍କୁ ବଜେଟ୍ ସମ୍ବନ୍ଧୀୟ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ଏହି ବୈଠକଗୁଡିକରେ ହୋଟେଲ ରୁମରେ ସର୍ବାଧିକ ଜିଏସ୍‌ଟି ୧୨% ରଖିବା ପାଇଁ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଏକ ପରାମର୍ଶ ଦିଆଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର