ୟୁପି ପଦ୍ମ ପୋଖରୀରୁ ମୁହଁ ଫେରାଉଛନ୍ତି ଜଣଙ୍କ ପରେ ଜଣେ ହେଭିଓ୍ବେଟ୍‌ : ପୁଣି ଜଣେ କ୍ୟାବିନେଟ ମନ୍ତ୍ରୀ ଓ ୩ ବିଧାୟକ ଦେଲେ ଇସ୍ତଫା

The Sakala Picture
Published On

ଲକ୍ଷ୍ନୌ : ଚିନ୍ତାରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର। ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ଲଗାତର ଲାଗିବାରେ ଲାଗିଛି ଶକ୍ତ ଝଟକା। କାରଣ ଯୋଗୀଙ୍କ ହାତ ଛାଡିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ସହଯୋଗୀ। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଉତ୍ତରପ୍ରଦେଶ ବିଜେପିରେ ମନ୍ତ୍ରୀ ଓ ବିଧାୟକଙ୍କ ଇସ୍ତଫା ପର୍ବ ଶେଷ ହେବାର ନାଁ ନେଉନାହିଁ । ଯୋଗୀଙ୍କ କ୍ୟାବିନେଟ୍‌ରେ ହେଭିଓ୍ବେଟ୍ ମନ୍ତ୍ରୀ କୁହାଯାଉଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ଦାରା ସିଂହ […]

ଲକ୍ଷ୍ନୌ : ଚିନ୍ତାରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର। ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ଲଗାତର ଲାଗିବାରେ ଲାଗିଛି ଶକ୍ତ ଝଟକା। କାରଣ ଯୋଗୀଙ୍କ ହାତ ଛାଡିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ସହଯୋଗୀ। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଉତ୍ତରପ୍ରଦେଶ ବିଜେପିରେ ମନ୍ତ୍ରୀ ଓ ବିଧାୟକଙ୍କ ଇସ୍ତଫା ପର୍ବ ଶେଷ ହେବାର ନାଁ ନେଉନାହିଁ । ଯୋଗୀଙ୍କ କ୍ୟାବିନେଟ୍‌ରେ ହେଭିଓ୍ବେଟ୍ ମନ୍ତ୍ରୀ କୁହାଯାଉଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ଦାରା ସିଂହ ଚୌହାନ ଇସ୍ତଫା ଦେବାପରେ ଗୁରୁବାର ପୁଣି ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ୟୁପି ସରକାରରେ ଆୟୁଷ ମନ୍ତ୍ରୀ ଥିବା ଧର୍ମ ସିଂହ ସୈନୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ବିଧୁନା ବିଧାୟକ ବିନୟ ଶାକ୍ୟ, ଶିକୋହାବାଦ ବିଧାୟନ ମୁକେଶ ବର୍ମା ଏବଂ ଲଖୀମପୁର ଖିରୀ ବିଧାୟକ ବାଲା ପ୍ରସାଦ ଅବସ୍ତୀ ଗୁରୁବାର ଇସ୍ତଫା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ତିନି ଦିନ ଭିତରେ ୧୦ ବିଧାୟକଙ୍କ ଇସ୍ତଫା ୟୁପି ପଦ୍ମ ପୋଖରୀକୁ ପୂରା ଗୋଳିଆ କରି ଦେଇଛି । ଏମିତି ସ୍ଥିତିରେ ୟୁପିରେ ବିଭିନ୍ନ ପ୍ରସଙ୍ଗକୁ ନେଇ କାଠଗଡ଼ାରେ ଥିବା ବିଜେପି ନିଜ ସ୍ଥିତି ବଞ୍ଚାଇ ପାରିବ କି ନିର୍ବାଚନ ପୂର୍ବରୁ ଇସ୍ତଫା ଇସ୍ତଫାରେ ସଫା ହୋଇଯିବା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ପୂର୍ବରୁ ୭ଜଣ ୟୁପି ବିଧାୟକ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଏବେ ମନ୍ତ୍ରୀଙ୍କ ଇସ୍ତଫା ବିଜେପିର ଚିନ୍ତା ବଢ଼ାଇଛି। ଆଜି ଧରମ ସିଂହଙ୍କ ସମେତ ଔରାୟାରୁ ବିଧୁନା ବିଧାୟକ ବିନୟ ଶାକ୍ୟ, ଶିଖୋହାବାଦ ବିଧାୟକ ମୁକେଶ ବର୍ମା ଏବଂ ଲଖିମପୁର ଖେରୀ ବିଧାୟକ ବାଲା ପ୍ରସାଦ ଅବସ୍ତି ଇସ୍ତଫା ଦେଇଛନ୍ତି। ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଏପର୍ଯ୍ୟନ୍ତ ୧୦ଜଣ ବିଜେପି ନେତା ଓ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ବିଜେପି ଛାଡ଼ ପର୍ବ ଭିତରେ ସ୍ବାମୀ ପ୍ରସାଦଙ୍କ ଟ୍ବିଟ୍ ଏବେ ବିଜେପିର ଗୋଷ୍ଠୀ କନ୍ଦଳକୁ ଆହୁରି ଗୋଳିଆ କରିଛି । ସ୍ବାମୀ ପ୍ରସାଦ କହିଛନ୍ତି, ‘ନାଗ ରୂପୀ ଆରଏସଏସ, ସାପ ରୂପୀ ବିଜେପିକୁ ସ୍ବାମୀ ରୂପୀ ନେଉଳ ୟୁପିରେ ଶେଷ କରି ଦମ ନେବ ।ଅନ୍ୟପକ୍ଷରେ ଇସ୍ତଫା‌ ଦେବା ପରେ ବିଧାୟକ ମୁକେଶ ବର୍ମା କହିଛନ୍ତି ଯେ, ଆମ ସହିତ ୧୦୦ଜଣ ବିଧାୟକ ଅଛନ୍ତି। ଆଗକୁ ବିଜେପିକୁ ପ୍ରତିଦିନ ଝଟକା ମିଳିବ। ବିଜେପିରେ ଦଳିତ ତଥା ପଛୁଆ ବର୍ଗଙ୍କୁ ସମ୍ମାନ ନାହିଁ। ପଛୁଆ ବର୍ଗଙ୍କୁ ଟାର୍ଗେଟ କରି ଚାକିରି ଦିଆଯାଉ ନାହିଁ ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର