ଜାତିସଂଘର ଆକଳନ: ୨୦୨୨ରେ ବିଶ୍ୱ ଅର୍ଥନୀତି ୩.୧% ଖସିବ

The Sakala Picture
Published On

ନୂଆଦିଲ୍ଲୀ: ବର୍ଷ ୨୦୨୨ ବିଶ୍ୱ ଅର୍ଥନୀତି ପାଇଁ ଖରାପ ରହିବ। କାରଣ ମିଳିତ ଜାତିସଂଘ ଚଳିତ ବର୍ଷର ବିଶ୍ୱ ଅର୍ଥନୀତିକୁ ନେଇ ଯେଉଁ ଆକଳନ କରିଛି ତାହା ଚକିତ କରିଦେବା ଭଲି ରହିଛି। ଚଳିତବର୍ଷ ସମଗ୍ର ବିଶ୍ବରେ ଅର୍ଥନୈତିକ ଅଭିବୃଦ୍ଧି ୪ ପ୍ରତିଶତରୁ ୩.୧ ପ୍ରତିଶତ ମଧ୍ୟରେ ହ୍ରାସ ପାଇବ ବୋଲି ଜାତିସଂଘ କହିଛି। ରୁଷ-ୟୁକ୍ରେନ୍‌ ଯୁଦ୍ଧ କାରଣରୁ ବିଶ୍ୱରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ବିଶ୍ୱ ସ୍ତରରେ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍‌ ଭଳି ସ୍ଥିତି ଧୀରେ […]

ନୂଆଦିଲ୍ଲୀ: ବର୍ଷ ୨୦୨୨ ବିଶ୍ୱ ଅର୍ଥନୀତି ପାଇଁ ଖରାପ ରହିବ। କାରଣ ମିଳିତ ଜାତିସଂଘ ଚଳିତ ବର୍ଷର ବିଶ୍ୱ ଅର୍ଥନୀତିକୁ ନେଇ ଯେଉଁ ଆକଳନ କରିଛି ତାହା ଚକିତ କରିଦେବା ଭଲି ରହିଛି। ଚଳିତବର୍ଷ ସମଗ୍ର ବିଶ୍ବରେ ଅର୍ଥନୈତିକ ଅଭିବୃଦ୍ଧି ୪ ପ୍ରତିଶତରୁ ୩.୧ ପ୍ରତିଶତ ମଧ୍ୟରେ ହ୍ରାସ ପାଇବ ବୋଲି ଜାତିସଂଘ କହିଛି। ରୁଷ-ୟୁକ୍ରେନ୍‌ ଯୁଦ୍ଧ କାରଣରୁ ବିଶ୍ୱରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ବିଶ୍ୱ ସ୍ତରରେ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍‌ ଭଳି ସ୍ଥିତି ଧୀରେ ଧୀରେ ସୁଧୁରୁଥିବାବେଳେ ଏହି ଯୁଦ୍ଧ ଅର୍ଥନୀତିକୁ ଆହୁରି ତଳକୁ ନେଇଯିବ ବୋଲି ଆକଳନରେ କହିଛି ଜାତିସଂଘ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଚଳିତ ଆର୍ଥିକବର୍ଷରେ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଅଭିବୃଦ୍ଧିକୁ ନେଇ ଆକଳନ କରି ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତି ଥିବା ରାଷ୍ଟ୍ର ଆମେରିକା, ଚୀନ୍‌, ୟୁରୋପୀୟ ସଂଘ ଏବଂ ଅନ୍ୟାନ୍ୟ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧିକୁ ସାମିଲ କରାଯାଇଛି। ଜାତିସଂଘର ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଏବଂ ଆକଳନ ଶୀର୍ଷକ ଏହି ରିପୋର୍ଟରେ କୋଭିଡ୍‌ ପରେ ବର୍ତ୍ତମାନର ଯୁଦ୍ଧ ସ୍ଥିତି ବିଶ୍ବ ଅର୍ଥନୀତିକୁ ଅଧିକ ରସାତଳ କରିବ ବୋଲି ଚେତାବନୀ ଦିଆଯାଇଛି। ଚଳିତବର୍ଷ ବିଶ୍ୱ ଅର୍ଥନୀତି ୩.୧ ପ୍ରତିଶତ ହ୍ରାସ ସହ ଗୁରୁତର ପରିସ୍ଥିତି ଦେଇ ଗତି କରିବ ବୋଲି ଏଥିରେ କୁହାଯାଇଛି। ବିଶ୍ୱର ମାନ୍ଦା ପରିସ୍ଥିତି ଏବଂ ରୁଷ-ୟୁକ୍ରେନ୍‌ ଯୁଦ୍ଧ ବଜାରରେ ଖାଦ୍ୟ ଓ ସାର ମୂଲ୍ୟରେ ଅହେତୁକ ବୃଦ୍ଧି କରିଛି। ବିକଶିତ ରାଷ୍ଟ୍ରଗୁଡ଼ିକୁ ଖାଦ୍ୟ ନିରାପତ୍ତା ଏବଂ ଦାରିଦ୍ର୍ୟ ବିଶେଷ ଭାବେ ପ୍ରଭାବିତ କରିବ ବୋଲି ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର