ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍ ରେ ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା
ଟୋକିଓ ଅଲମ୍ପିକ୍ସ ପାଇଁ ଦୁଇ ଜଣ ଓଡ଼ିଆ ଭାରତୀୟ ପୁରୁଷ ହକି ଟିମ ରେ ସ୍ଥାନ ପକ୍କା ପାଇଛନ୍ତି। ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳରେ ସାମିଲ ହୋଇଛନ୍ତି ଓଡିଶାର ଦୁଇ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଏନେଇ ହକି ଇଣ୍ଡିଆ ଘୋଷଣା କରିଛି। ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ । ଏଥର ଟୋକିଓ ଅଲିମ୍ପିକ୍ସ ପାଇଁ ଉଭୟ […]
ଟୋକିଓ ଅଲମ୍ପିକ୍ସ ପାଇଁ ଦୁଇ ଜଣ ଓଡ଼ିଆ ଭାରତୀୟ ପୁରୁଷ ହକି ଟିମ ରେ ସ୍ଥାନ ପକ୍କା ପାଇଛନ୍ତି। ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳରେ ସାମିଲ ହୋଇଛନ୍ତି ଓଡିଶାର ଦୁଇ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଏନେଇ ହକି ଇଣ୍ଡିଆ ଘୋଷଣା କରିଛି। ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ । ଏଥର ଟୋକିଓ ଅଲିମ୍ପିକ୍ସ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଟିମରେ ସ୍ଥାନ ପାଇଛନ୍ତି ତିନି ଜଣ ଓଡ଼ିଆ ଖେଳାଳି ।
Our 1⃣6⃣ warriors who will fight for the prestigious🥇at #Tokyo2020 🇮🇳
ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡିTeam India #HaiTayyar 🏑#IndiaKaGame #StrongerTogether #HockeyInvites #WeAreTeamIndia #Hockey pic.twitter.com/Hj2enQcZ1Y
ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି— Hockey India (@TheHockeyIndia) June 18, 2021
୧୬ ଜଣିଆ ଟିମରେ ପି ଶ୍ରୀଜେଶ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗ. ନୀଳକଣ୍ଠ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ୍ ସିଂ, ଗୁରଞ୍ଜତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ସାମିଲ ହୋଇଛନ୍ତି । ଏହି ଖେଳାଳିଙ୍କୁ ନେଇ ଟୋକିଓ ଅଲମ୍ପିକ୍ସକୁ ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ ।






