ବଢ଼ିବ ଟୋଲ୍‌ ଟିକସ: ଏପ୍ରିଲ ପହିଲାରୁ ହାଇୱେ ଏବଂ ଏକ୍ସପ୍ରେସ୍‌ ୱେରେ ଗାଡ଼ି ଚାଳନା ହେବ ମହଙ୍ଗା

The Sakala Picture
Published On

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜପଥ (ଏନଏଚ୍) ଓ ଏକ୍ସପ୍ରେସ-ୱେରେ ଆସନ୍ତା ଏପ୍ରିଲରୁ ପହିଲାରୁ ଗାଡ଼ି ଚଳାଇବା ମହଙ୍ଗା ହେବ। କାରଣ ଭାରତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ଟୋଲ୍‌ ଟିକସ ବଢାଇବାକୁ ପ୍ରସ୍ତୁତି ଚାଲିଛି। ରବିବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଟୋଲ୍‌ ଟିକସ ରେ ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଟାରିଫ୍‌ରେ ଏହି ପରିବର୍ତ୍ତନ ଜାତୀୟ ରାଜପଥ ଫି-୨୦୦୮ ଅନୁସାରେ ସବୁ ବର୍ଷ ହୋଇଥାଏ। ରିପୋର୍ଟ ଅନୁସାରେ ଟୋଲ୍‌ ଟିକସର ନୂଆ ଦର ପ୍ରସ୍ତାବ […]

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜପଥ (ଏନଏଚ୍) ଓ ଏକ୍ସପ୍ରେସ-ୱେରେ ଆସନ୍ତା ଏପ୍ରିଲରୁ ପହିଲାରୁ ଗାଡ଼ି ଚଳାଇବା ମହଙ୍ଗା ହେବ। କାରଣ ଭାରତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ଟୋଲ୍‌ ଟିକସ ବଢାଇବାକୁ ପ୍ରସ୍ତୁତି ଚାଲିଛି। ରବିବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଟୋଲ୍‌ ଟିକସ ରେ ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଟାରିଫ୍‌ରେ ଏହି ପରିବର୍ତ୍ତନ ଜାତୀୟ ରାଜପଥ ଫି-୨୦୦୮ ଅନୁସାରେ ସବୁ ବର୍ଷ ହୋଇଥାଏ। ରିପୋର୍ଟ ଅନୁସାରେ ଟୋଲ୍‌ ଟିକସର ନୂଆ ଦର ପ୍ରସ୍ତାବ ଏନଏଚଏଆଇଙ୍କ ସବୁ ପ୍ରକଳ୍ପ କାର୍ଯ୍ୟକାରୀ ୟୁନିଟ୍‌(ପିଆଇୟୁ)ରୁ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ମିଳିଯିବ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ନୂଆ ଟିକସ ଦର ୧ ଏପ୍ରିଲରୁ ସଡ଼କ ଓ ପରିବହନ ମନ୍ତ୍ରାଳୟଙ୍କ ମଞ୍ଜୁରୀ ପରେ ଲାଗୁ ହୋଇଯିବ। ରିପୋର୍ଟ ଅନୁସାରେ କାର ଓ ହାଲୁକା ଯାନବାହନ ଉପରେ ପ୍ରତି ଟ୍ରିପ୍ ପିଛା ୫ ପ୍ରତିଶତ ଅଧିକ ଟିକସ ଲାଗିବ ଓ ଭାରୀ ଯାନବାହନ ଲାଗି ଟୋଲ୍‌ ଟିକସ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢିଯିବ। ଏହା ପୂର୍ବରୁ ଟୋଲ୍‌ ଟିକସ ୨୦୨୨ରେ ବୃଦ୍ଧି କରାଯାଇଥିଲା। ସବୁ ପ୍ରକାର ଗାଡ଼ି ଲାଗି ଟାରିଫ୍‌ରେ ୧୦ ଟଙ୍କା ଓ ୬୦ ଟଙ୍କା ବୃଦ୍ଧି କରି ଟୋଲ୍‌ ଟିକସ ହାରରେ ୧୦ରୁ ୧୫ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଏବେ ଦେଶର ଏକ୍ସପ୍ରେସ୍-ୱେଗୁଡିକରେ ପ୍ରତି କିଲୋମିଟର ପିଛା ୨ ଟଙ୍କା ୧୯ ପଇସା ହାରରେ ଟୋଲ ଟିକସ ଅସୁଲ କରାଯାଉଛି। ଏକ ରିପୋର୍ଟ ଅନୁସାରେ ଟୋଲ୍‌ ପ୍ଲାଜା ଆଖପାଖର ୨୦ କିଲୋମିଟର ଅଞ୍ଚଳରେ ଲୋକଙ୍କୁ ଦିଆଯାଉଥିବା ମାସିକ ପାସ୍ ସୁବିଧାରେ ମଧ୍ୟ ୧୦ ପ୍ରତିଶତ ଶୁଳ୍କ ବୃଦ୍ଧି ହେବ। ଜାତୀୟ ସଡ଼କ ଫି ନିୟାମକ ୨୦୦୮ ଅନୁସାରେ ୟୁଜର ଫିରେ ପ୍ଲାଜାର ବିଶେଷ ଅଞ୍ଚଳରେ ରହୁଥିବା ଲୋକଙ୍କ ଲାଗି ରିଆତିର କୌଣସି ବ୍ୟବସ୍ଥା ନାହିଁ। ତେବେ କେହି ଅଣବାଣିଜ୍ୟିକ ଯାନର ମାଲିକ ଓ ପ୍ଲାଜାର ୨୦ କିଲୋମିଟର ଅଞ୍ଚଳରେ ରହୁଥÒବା ଗାଡି ମାଲିକ ମାସିକ ୩୧୫ଟଙ୍କା ଦେୟ ଦେଇ ପାସ୍‌ ନେଇପାରିବେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର