କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର: ୩ ଶାବକଙ୍କୁ ଜନ୍ମ ଦେଲା ନାମିବ୍ୟାରୁ ଅଣାଯାଇଥିବା ଚିତା ଆଶା

The Sakala Picture
Published On

ନୂଆଦିଲ୍ଲୀ: ନୂଆବର୍ଷରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆସିଛି ଖୁସି ଖବର। କୁନୋରେ ମାଈ ଚିତା ଆଶା ତିନି ଶାବକ ଜନ୍ମ ଦେଇଛି। ବର୍ତ୍ତମାନ ଏହି ତିନି ଶାବକ ସୁସ୍ଥ ଅଛନ୍ତି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ସିଂହ କୁନୋ ନାସନାଲ ପାର୍କରେ ଜନ୍ମିତ ଚିତାଙ୍କ ତିନି ଶାବକଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ତିନି ଶାବକ ସୁସ୍ଥ ନଜର ଆସିଛନ୍ତି। ସୂଚନାଥାଉକି, କୁନୋ ନାସନାଲ ପାର୍କକୁ ୨୦୨୨ ସେପ୍ଟେମ୍ବର ୧୭ରେ ୮ ଚିତା ଅଣାଯାଇଥିଲା। […]

ନୂଆଦିଲ୍ଲୀ: ନୂଆବର୍ଷରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆସିଛି ଖୁସି ଖବର। କୁନୋରେ ମାଈ ଚିତା ଆଶା ତିନି ଶାବକ ଜନ୍ମ ଦେଇଛି। ବର୍ତ୍ତମାନ ଏହି ତିନି ଶାବକ ସୁସ୍ଥ ଅଛନ୍ତି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ସିଂହ କୁନୋ ନାସନାଲ ପାର୍କରେ ଜନ୍ମିତ ଚିତାଙ୍କ ତିନି ଶାବକଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ତିନି ଶାବକ ସୁସ୍ଥ ନଜର ଆସିଛନ୍ତି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ସୂଚନାଥାଉକି, କୁନୋ ନାସନାଲ ପାର୍କକୁ ୨୦୨୨ ସେପ୍ଟେମ୍ବର ୧୭ରେ ୮ ଚିତା ଅଣାଯାଇଥିଲା। ଏହି ସବୁ ଚିତା ନାମିବ୍ୟାରୁ ଅଣାଯାଇଥିଲା। ଏହି ଗ୍ରୁପ୍‌ରେ ରହିଥିଲା ମାଈ ଚିତା ଆଶା। ତେବେ ଏହି ନୂଆ ଶାବକଙ୍କ ସହ ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ଚିତା ସଂଖ୍ୟା ୧୮ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଭାରତରେ ଚିତା ପ୍ରୋଜେକ୍ଟ ଅନୁଯାୟୀ, ପର୍ଯ୍ୟାୟକ୍ରମେ ନାମିବ୍ୟାରୁ ୮ ଏବଂ ଦକ୍ଷିଣ ଆଫ୍ରିକାରୁ ୧୨ ଚିତା ଅଣାଯାଇଥିଲା। ତେବେ କୁନୋରେ ୬ ଚିତାଙ୍କ ମୃତ୍ୟୁ ଘଟିଥିଲା। ହେଲେ ଏବେ ତିନି ଶାବକଙ୍କ ଜନ୍ମ ପରେ କୁନୋରେ ଚିତାଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର