‘ପ୍ରସାଦ’ ବାଣ୍ଟିବା ଭଳି କରୋନା ବାଣ୍ଟିବେ କୁମ୍ଭମେଳା ତୀର୍ଥଯାତ୍ରୀ- ମୁମ୍ବାଇ ମେୟର

The Sakala Picture
Published On

ମୁମ୍ବାଇ: ଦେଶରେ ଏବେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଉତ୍ତରାଖଣ୍ଡର ହରିଦ୍ୱାରରେ ଚାଲିଥିବା କୁମ୍ଭମେଳା । ଏହି କୁମ୍ଭମେଳାରେ ଶତାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ କରୋନା ସଂକ୍ରମିତ ହୋଇଛନ୍ତି। ସକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଗାଇଡଲାଇନ ଜାରି କରିଥିଲେ ମଧ୍ୟ କୁମ୍ଭମେଳାକୁ ଏପର୍ଯ୍ଯନ୍ତ ବନ୍ଦ କରାଯାଇନାହିଁ। କୁମ୍ଭମେଳାରେ ଭିଡ଼ ଜମୁଥିବାରୁ ମୁମ୍ବାଇ ମେୟର ଏହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି। କୁମ୍ଭମେଳା […]

ମୁମ୍ବାଇ: ଦେଶରେ ଏବେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଉତ୍ତରାଖଣ୍ଡର ହରିଦ୍ୱାରରେ ଚାଲିଥିବା କୁମ୍ଭମେଳା । ଏହି କୁମ୍ଭମେଳାରେ ଶତାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ କରୋନା ସଂକ୍ରମିତ ହୋଇଛନ୍ତି। ସକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଗାଇଡଲାଇନ ଜାରି କରିଥିଲେ ମଧ୍ୟ କୁମ୍ଭମେଳାକୁ ଏପର୍ଯ୍ଯନ୍ତ ବନ୍ଦ କରାଯାଇନାହିଁ। କୁମ୍ଭମେଳାରେ ଭିଡ଼ ଜମୁଥିବାରୁ ମୁମ୍ବାଇ ମେୟର ଏହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି। କୁମ୍ଭମେଳା ତୀର୍ଥଯାତ୍ରୀ ପ୍ରସାଦ ବାଣ୍ଟିବା ଭଳି କରୋନା ବାଣ୍ଟିଦେବେ ବୋଲି ମୁମ୍ବାଇ ମେୟର କିଶୋର ପେଡନେକର କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ସେ କହିଛନ୍ତି ଯେ, ଯେଉଁମାନେ କୁମ୍ଭମେଳାରୁ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ସେମାନେ କରୋନାକୁ ‘ପ୍ରସାଦ’ ଭାବରେ ବଣ୍ଟନ କରିବେ। ଏହି ସମସ୍ତ ଲୋକଙ୍କୁ ନିଜ ନିଜ ଖର୍ଚ୍ଚରେ ନିଜ ନିଜ ରାଜ୍ୟରେ କ୍ବାରେଣ୍ଟାଇନ କରାଯିବା ଉଚିତ୍। ମୁମ୍ବାଇରେ ମଧ୍ୟ, ଆମେ ସେମାନଙ୍କୁ ଫେରିବା ପରେ କ୍ବାରେଣ୍ଟାଇନ କରିବାକୁ ଚିନ୍ତା କରୁଛୁ। ମୁମ୍ବାଇବାସୀ କରୋନା କଟକଣା ପାଳନ କରୁଛନ୍ତି। କିଛି ଅମାନିଆ ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି ମୁମ୍ବାଇ ମେୟର କିଶୋର ପେଡନେକର କହିଛନ୍ତି।

ଅନ୍ଯପକ୍ଷରେ କୁମ୍ଭମେଳାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଛନ୍ତି। ଏଥିସହ  ଆଚାର୍ଯ୍ଯ ମହାମଣ୍ଡଳେଶ୍ୱର ପୂଜ୍ୟ ସ୍ୱାମୀ ଅବଧେସାନନ୍ଦ ଗିରିଙ୍କ ସହ ଫୋନରେ କଥା ହୋଇଛନ୍ତି । ସମସ୍ତ ସନ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପ୍ରଶାସନକୁ ସହଯୋଗ କରୁଥିବାରୁ ଧନ୍ୟବାଦ ଦେଇଛନ୍ତି ।

ଏଥିସହ ଏବେ ୨ଟି ଶାହି ସ୍ନାନ ସରି ଯାଇଥିବାରୁ କରୋନା ସଂକ୍ରମଣ ମାମଲାକୁ ଦେଖି କୁମ୍ଭସ୍ନାନକୁ ପ୍ରତୀକାତ୍ମକ ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା କରୋନା ବିରୋଧୀ ଲଢ଼େଇକୁ ଏକ ଶକ୍ତି ମିଳିବ ବୋଲି ଟ୍ୱିଟ୍ କରିଛନ୍ତି ମୋଦି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର