ବିଟ୍‌ କଏନକୁ ମିଳିଲା ଅନୁମତି; ଆଇନଗତ ଟେଣ୍ଡର ଭାବେ ଗ୍ରହଣ କଲା ଏହି ଦେଶ…

The Sakala Picture
Published On

ନୂଆଦିଲ୍ଲୀ: ବିଟ୍‌ କଏନକୁ ମିଳିଲା ଅନୁମତି। ମଙ୍ଗଳବାର ପ୍ରଥମ ଦେଶ ଭାବେ ଏଲ ସାଲଭାଡୋର ବିଟକଏନ୍କୁ ଆଇନଗତ ଟେଣ୍ଡର ଭାବେ ଗ୍ରହଣ କରିଛି। ଏହା ଦ୍ବାରା ବିଦେଶରୁ ଘରକୁ ପଠାଯାଇଥିବା କୋଟି କୋଟି ଟଙ୍କା ପାଇଁ ଏଣିକି କମିଶନ ଖର୍ଚ୍ଚ କମ୍ ହେବ ବୋଲି କିଛି ଅର୍ଥବିଷାରଦ ମାନେ ମତ ଦେଇଛନ୍ତି। ତେବେ ଏହି ପଦକ୍ଷେପ ଯୋଗୁ ଅର୍ଥ ହେର୍‌ଫେର୍‌ ହୋଇପାରେ ବୋଲି ଅର୍ଥନୀତିଜ୍ଞ ମାନେ ମତ ରଖିଛନ୍ତି। ଏଲ ସାଲଭାଡୋରର ଲୋକପ୍ରିୟ ରାଷ୍ଟ୍ରପତି ନାଏବ ବୁକେଲେ […]

ନୂଆଦିଲ୍ଲୀ: ବିଟ୍‌ କଏନକୁ ମିଳିଲା ଅନୁମତି। ମଙ୍ଗଳବାର ପ୍ରଥମ ଦେଶ ଭାବେ ଏଲ ସାଲଭାଡୋର ବିଟକଏନ୍କୁ ଆଇନଗତ ଟେଣ୍ଡର ଭାବେ ଗ୍ରହଣ କରିଛି। ଏହା ଦ୍ବାରା ବିଦେଶରୁ ଘରକୁ ପଠାଯାଇଥିବା କୋଟି କୋଟି ଟଙ୍କା ପାଇଁ ଏଣିକି କମିଶନ ଖର୍ଚ୍ଚ କମ୍ ହେବ ବୋଲି କିଛି ଅର୍ଥବିଷାରଦ ମାନେ ମତ ଦେଇଛନ୍ତି। ତେବେ ଏହି ପଦକ୍ଷେପ ଯୋଗୁ ଅର୍ଥ ହେର୍‌ଫେର୍‌ ହୋଇପାରେ ବୋଲି ଅର୍ଥନୀତିଜ୍ଞ ମାନେ ମତ ରଖିଛନ୍ତି। ଏଲ ସାଲଭାଡୋରର ଲୋକପ୍ରିୟ ରାଷ୍ଟ୍ରପତି ନାଏବ ବୁକେଲେ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏହା ଦ୍ବାରା ପ୍ରତିବର୍ଷ ବିଦେଶରୁ ବିଶେଷ କରି ଯୁକ୍ତରାଷ୍ଟ୍ର ଆମେରିକାରୁ ଆସୁଥିବା ଅର୍ଥ ବାବାଦକୁ ଖର୍ଚ୍ଚ ହେଉଥିବା କମିସନ୍‌କୁ କମ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ଗତ ବର୍ଷ ଏଲ ସାଲଭାଡୋରକୁ ବିଦେଶରୁ ୬ ବିଲିୟନ ଡଲାର ଆସିଥିବା ବେଳେ ପ୍ରବାସୀଙ୍କୁ କମିସନ ବାବଦକୁ ରେକର୍ଡ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏକ ସର୍ଭେରୁ ଜଣାପଡିଛି ପୂର୍ବରୁ ସାଲଭାଡୋରାନ୍ ମାନେ ବିଟ୍‌ କଏନ ବ୍ୟବହାର କରିବାକୁ ନିରାପଦ ମଣୁ ନଥିଲେ। ଏପରିକି କ୍ରିପ୍ଟୋକରେନ୍ସିର ଅସ୍ଥିରତା ପ୍ରତି ସତର୍କତା ଅବଲମ୍ବନ କରୁଥିଲେ। ଏବେ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଏହି କ୍ଷେତ୍ରରେ ଥିବା ବାଧା ଦୂର ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତି ଆର୍ଥିକ ପ୍ରତିଷ୍ଠାନଗୁଡିକ ପାଇଁ ନିୟାମକ ଏବଂ ଆର୍ଥିକ ବିପଦ ବଢ଼ିପାରେ ବୋଲି ସମାଲୋଚକମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ତେବେ ସାଲଭାଡୋର ସରକାରଙ୍କ ଏଭଳି ନିଷ୍ପତ୍ତି ବେଶ ଲାଭଦାୟକ ହେବ ବୋଲି ଜଣେ ସ୍ଥାନୀୟ ଷ୍ଟୋର ମାଲିକ ପ୍ରକାଶ କରିଛନ୍ତି। ୟୁଏସରେ ରହୁଥିବା ସେମାନଙ୍କ ସମ୍ପର୍କୀୟ ମାନେ ଏବେ ସହଜରେ ଘରକୁ ଟଙ୍କା ପ୍ରେରଣ କରିପାରିବେ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ସେପଟେ ସାଲଭାଡୋର ସରକାରଙ୍କ ପକ୍ଷରୁ ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଏଟିଏମ୍‌ର ବ୍ୟବସ୍ଥା କରାଯାଇଛି। ଏହା ଦ୍ବାରା କ୍ରିପ୍ଟୋକରେନ୍ସିକୁ ସହଜରେ ଡଲାରରେ ପରିବର୍ତ୍ତନ କରାଯାଇପାରିବ ଏବଂ ବିନା କୌଣସି କମିସନରେ ଟଙ୍କା ଉଠାଣ କରାଯାଇ ପାରିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

07 Sep 2021 By The Sakala

ବିଟ୍‌ କଏନକୁ ମିଳିଲା ଅନୁମତି; ଆଇନଗତ ଟେଣ୍ଡର ଭାବେ ଗ୍ରହଣ କଲା ଏହି ଦେଶ…

ନୂଆଦିଲ୍ଲୀ: ବିଟ୍‌ କଏନକୁ ମିଳିଲା ଅନୁମତି। ମଙ୍ଗଳବାର ପ୍ରଥମ ଦେଶ ଭାବେ ଏଲ ସାଲଭାଡୋର ବିଟକଏନ୍କୁ ଆଇନଗତ ଟେଣ୍ଡର ଭାବେ ଗ୍ରହଣ କରିଛି। ଏହା ଦ୍ବାରା ବିଦେଶରୁ ଘରକୁ ପଠାଯାଇଥିବା କୋଟି କୋଟି ଟଙ୍କା ପାଇଁ ଏଣିକି କମିଶନ ଖର୍ଚ୍ଚ କମ୍ ହେବ ବୋଲି କିଛି ଅର୍ଥବିଷାରଦ ମାନେ ମତ ଦେଇଛନ୍ତି। ତେବେ ଏହି ପଦକ୍ଷେପ ଯୋଗୁ ଅର୍ଥ ହେର୍‌ଫେର୍‌ ହୋଇପାରେ ବୋଲି ଅର୍ଥନୀତିଜ୍ଞ ମାନେ ମତ ରଖିଛନ୍ତି। ଏଲ ସାଲଭାଡୋରର ଲୋକପ୍ରିୟ ରାଷ୍ଟ୍ରପତି ନାଏବ ବୁକେଲେ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏହା ଦ୍ବାରା ପ୍ରତିବର୍ଷ ବିଦେଶରୁ ବିଶେଷ କରି ଯୁକ୍ତରାଷ୍ଟ୍ର ଆମେରିକାରୁ ଆସୁଥିବା ଅର୍ଥ ବାବାଦକୁ ଖର୍ଚ୍ଚ ହେଉଥିବା କମିସନ୍‌କୁ କମ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଗତ ବର୍ଷ ଏଲ ସାଲଭାଡୋରକୁ ବିଦେଶରୁ ୬ ବିଲିୟନ ଡଲାର ଆସିଥିବା ବେଳେ ପ୍ରବାସୀଙ୍କୁ କମିସନ ବାବଦକୁ ରେକର୍ଡ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏକ ସର୍ଭେରୁ ଜଣାପଡିଛି ପୂର୍ବରୁ ସାଲଭାଡୋରାନ୍ ମାନେ ବିଟ୍‌ କଏନ ବ୍ୟବହାର କରିବାକୁ ନିରାପଦ ମଣୁ ନଥିଲେ। ଏପରିକି କ୍ରିପ୍ଟୋକରେନ୍ସିର ଅସ୍ଥିରତା ପ୍ରତି ସତର୍କତା ଅବଲମ୍ବନ କରୁଥିଲେ। ଏବେ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଏହି କ୍ଷେତ୍ରରେ ଥିବା ବାଧା ଦୂର ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତି ଆର୍ଥିକ ପ୍ରତିଷ୍ଠାନଗୁଡିକ ପାଇଁ ନିୟାମକ ଏବଂ ଆର୍ଥିକ ବିପଦ ବଢ଼ିପାରେ ବୋଲି ସମାଲୋଚକମାନେ ମତ ଦେଇଛନ୍ତି।

ତେବେ ସାଲଭାଡୋର ସରକାରଙ୍କ ଏଭଳି ନିଷ୍ପତ୍ତି ବେଶ ଲାଭଦାୟକ ହେବ ବୋଲି ଜଣେ ସ୍ଥାନୀୟ ଷ୍ଟୋର ମାଲିକ ପ୍ରକାଶ କରିଛନ୍ତି। ୟୁଏସରେ ରହୁଥିବା ସେମାନଙ୍କ ସମ୍ପର୍କୀୟ ମାନେ ଏବେ ସହଜରେ ଘରକୁ ଟଙ୍କା ପ୍ରେରଣ କରିପାରିବେ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ସେପଟେ ସାଲଭାଡୋର ସରକାରଙ୍କ ପକ୍ଷରୁ ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଏଟିଏମ୍‌ର ବ୍ୟବସ୍ଥା କରାଯାଇଛି। ଏହା ଦ୍ବାରା କ୍ରିପ୍ଟୋକରେନ୍ସିକୁ ସହଜରେ ଡଲାରରେ ପରିବର୍ତ୍ତନ କରାଯାଇପାରିବ ଏବଂ ବିନା କୌଣସି କମିସନରେ ଟଙ୍କା ଉଠାଣ କରାଯାଇ ପାରିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର