‘ମେକ୍‌‌ ଇନ୍‌‌ ଓଡ଼ିଶା’ର ତୃତୀୟ ସଂସ୍କରଣ: ଜାପାନରୁ ଆସିବ ପୁଞ୍ଜି

The Sakala Picture
Published On

ଭୁବନେଶ୍ୱର: ‘ମେକ୍‌‌ ଇନ୍‌‌ ଓଡ଼ିଶା’ର ତୃତୀୟ ସଂସ୍କରଣରେ ଓଡ଼ିଶାରେ ନିବେଶ ନିମନ୍ତେ ଦେଶ ବିଦେଶରୁ ଅନେକ ପ୍ରସ୍ତାବ ମିଳିଛି। ପ୍ରାୟ ୧୦ଲକ୍ଷ କୋଟିରୁ ଊର୍ଦ୍ଧ୍ବ ନିବେଶ ନିମନ୍ତେ ବିଭିନ୍ନ ନିବେଶକ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରାଜ୍ୟରେ ଶିଳ୍ପାୟନକୁ ଆହୁରି ଗତିଶୀଳ କରିବା ନିମନ୍ତେ ଶିଳ୍ପ ବିଭାଗ ପକ୍ଷରୁ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ନିବେଶକ ସମ୍ମେଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମ୍ମେଳନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର ସମ୍ଭାବନା ରହିଥିବା ସୂଚନା […]

ଭୁବନେଶ୍ୱର: ‘ମେକ୍‌‌ ଇନ୍‌‌ ଓଡ଼ିଶା’ର ତୃତୀୟ ସଂସ୍କରଣରେ ଓଡ଼ିଶାରେ ନିବେଶ ନିମନ୍ତେ ଦେଶ ବିଦେଶରୁ ଅନେକ ପ୍ରସ୍ତାବ ମିଳିଛି। ପ୍ରାୟ ୧୦ଲକ୍ଷ କୋଟିରୁ ଊର୍ଦ୍ଧ୍ବ ନିବେଶ ନିମନ୍ତେ ବିଭିନ୍ନ ନିବେଶକ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରାଜ୍ୟରେ ଶିଳ୍ପାୟନକୁ ଆହୁରି ଗତିଶୀଳ କରିବା ନିମନ୍ତେ ଶିଳ୍ପ ବିଭାଗ ପକ୍ଷରୁ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ନିବେଶକ ସମ୍ମେଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମ୍ମେଳନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର ସମ୍ଭାବନା ରହିଥିବା ସୂଚନା ମିଳିଛି। ସରକାରୀ ଭାବେ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ। ତେବେ ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ, ମୁମ୍ବାଇ, ହାଇଦରାବାଦ, ଦୁବାଇ ଆଦି ସ୍ଥାନରେ ନିବେଶକ ସମ୍ମେଳନରେ ଯୋଗ ଦେଇଥିବାରୁ ଜାପାନରେ ନିବେଶକଙ୍କ ସହ ଆଲୋଚନା ନିମନ୍ତେ ସେ ଯାଇପାରନ୍ତି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

‘ମେକ୍‌‌ ଇନ୍‌‌ ଓଡ଼ିଶା’ ରାଜ୍ୟର ନିବେଶ ନିମନ୍ତେ ପ୍ରମୁଖ ମାଧ୍ୟମ ହୋଇଛି। ଗତ ଡିସେମ୍ବର ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାପାନର ବହୁ ଶିଳ୍ପ ଗୋଷ୍ଠୀର ମୁଖ୍ୟ ଓ ନିବେଶକ ଯୋଗ ଦେଇଥିଲେ। ସେହିପରି କିଛି ସପ୍ତାହ ତଳେ ଜାପାନ ରାଷ୍ଟ୍ରଦୂତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ସହ ତାଙ୍କ ଦେଶର ବାଣିଜ୍ୟିକ ସମ୍ପର୍କ ନିମନ୍ତେ ଆଗ୍ରହ ପ୍ରକାଶ କରିଥିଲେ। ତେଣୁ ପର୍ଯ୍ୟଟନ, ସାମୁଦ୍ରିକ ଖାଦ୍ୟ, ହୋଟେଲ, ପୋଷାକ ଓ ଧାତବ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଜାପାନ ପୁଞ୍ଜି ନିବେଶ କରିବାର ସମ୍ଭାବନା ଉଜ୍ଜ୍ୱଳ ହୋଇଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର