ମାସ୍କକୁ ନେଇ ମାର୍ଗଦର୍ଶିକା ଜାରିକଲା ବିଶ୍ବସ୍ବାସ୍ଥ୍ୟ ସଂଗଠନ ‘ହୁ’

The Sakala Picture
Published On

ନୂଆଦିଲ୍ଲୀ: ଫେରିଛି କରୋନା। ସଚେତନ ରହିବାକୁ ପୁଣି ବାଜୁଛି ଘୋଷଣା। କରୋନାରୁ ବର୍ତ୍ତିବାକୁ ହେଲେ ଘରୁ ବାହାରକୁ ନଯିବାକୁ ଏବଂ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ତେବେ ବାହାରକୁ ବାହାରିବା ସମୟରେ କେଉଁ ମାସ୍କ ପିନ୍ଧିବେ ସେ ନେଇ ବିଶ୍ବସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ମେଡିକାଲ ମାସ୍କ, ଫେବ୍ରିକ ମାସ୍କ, ଡବଲ ମାସ୍କ ପିନ୍ଧିବାକୁ ‘ହୁ’ ପରାମର୍ଶ ଦେଇଛି। ଏ ସବୁକୁ କେଉଁ ସମୟରେ କେଉଁ ପରିସ୍ଥିତିରେ ପିନ୍ଧିବେ ତାହାର ସୂଚନା […]

ନୂଆଦିଲ୍ଲୀ: ଫେରିଛି କରୋନା। ସଚେତନ ରହିବାକୁ ପୁଣି ବାଜୁଛି ଘୋଷଣା। କରୋନାରୁ ବର୍ତ୍ତିବାକୁ ହେଲେ ଘରୁ ବାହାରକୁ ନଯିବାକୁ ଏବଂ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ତେବେ ବାହାରକୁ ବାହାରିବା ସମୟରେ କେଉଁ ମାସ୍କ ପିନ୍ଧିବେ ସେ ନେଇ ବିଶ୍ବସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ମେଡିକାଲ ମାସ୍କ, ଫେବ୍ରିକ ମାସ୍କ, ଡବଲ ମାସ୍କ ପିନ୍ଧିବାକୁ ‘ହୁ’ ପରାମର୍ଶ ଦେଇଛି। ଏ ସବୁକୁ କେଉଁ ସମୟରେ କେଉଁ ପରିସ୍ଥିତିରେ ପିନ୍ଧିବେ ତାହାର ସୂଚନା ଦେଇଛି ବିଶ୍ବସ୍ବାସ୍ଥ୍ୟ ସଂଗଠନ।

ଆହୁରି ପଢ଼ନ୍ତୁ: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

ମେଡିକାଲ ତଥା ସର୍ଜିକାଲ ମାସ୍କ

ଆହୁରି ପଢ଼ନ୍ତୁ: ରାଜ୍ୟରେ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ: ଆଜି ନାମାଙ୍କନ ଦାଖଲ ପ୍ରକ୍ରିୟା, କମ୍ପୁଛି କଲେଜ କ୍ୟାମ୍ପସ୍

ସ୍ବାସ୍ଥ୍ୟକର୍ମୀଙ୍କୁ ମେଡିକାଲ କିମ୍ବା ସର୍ଜିକାଲ ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି। ସେହିପରି ଯେଉଁମାନେ ଏହି ରୋଗର ଲକ୍ଷଣ ନିଜଠାରେ ଅନୁଭବ କରୁଛନ୍ତି କିମ୍ବା ରୋଗୀଙ୍କ ଦେଖାଶୁଣା କରୁଛନ୍ତି, ସେମାନେ ମଧ୍ୟ ଏହି ମାସ୍କ ବ୍ୟବହାର କରିପାରିବେ। ଯେଉଁଠାରେ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉନାହିଁ, ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି କିମ୍ବା ପୂର୍ବରୁ ଯେଉଁମାନଙ୍କ ଠାରେ ଅନ୍ୟ କୌଣସି ରୋଗ ରହିଛି, ସେମାନେ ଏହି ମାସ୍କ ବ୍ୟବହାର କଲେ ସଂକ୍ରମଣ ସମ୍ଭାବନା କମ ରହିବ।

ଆହୁରି ପଢ଼ନ୍ତୁ: ଭାରତୀୟ ବଂଶୋଦ୍ଭବ ଆଇନଜୀବୀ ନାଭି ପିଲ୍ଲାଇଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

ଫେବ୍ରିକ୍‌ ମାସ୍କ

ଯେଉଁମାନେ କୋଭିଡ-୧୯ରେ ଆକ୍ରାନ୍ତ ହୋଇନାହାଁନ୍ତି କିମ୍ବା ସେମାନଙ୍କ ଠାରେ କୌଣସି ଲକ୍ଷଣି ଦେଖିବାକୁ ମିଳୁନାହିଁ ସେମାନେ ଫେବ୍ରିକ ମାସ୍କ ବ୍ୟବହାର କରିପାରିବେ। ଘରୁ ବାହାରକୁ ପାଦ କାଢ଼ୁଥିବା ବ୍ୟକ୍ତି ଏହି ମାସ୍କ ବ୍ୟବହାର କରିପାରିବେ।

ଡବଲ ମାସ୍କ

ବର୍ତ୍ତମାନ ସମୟରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସଚେତକମାନେ ସମସ୍ତେ ମାନୁଛନ୍ତି ଯେ, ଡବଲ ମାସ୍କ ବ୍ୟବହାର କରିବା ଦ୍ବାରା କୋଭିଡ-୧୯ରୁ ଅଧିକ ସୁରକ୍ଷା ମିଳିଥାଏ। ନିକଟରେ ଆମେରିକାରେ ସିଡିସିରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଡବଲ ମାସ୍କ ପିନ୍ଧିଲେ କୋଭିଡ ୧୯.୪ ପ୍ରତିଶତ ଯାଏ ରୋକାଯାଇପାରିବ। ଯଦି କୌଣସି ଭିଡ଼ ସ୍ଥାନ ଯଥା, ଏୟାରପୋର୍ଟ, ବସ୍‌ଷ୍ଟାଣ୍ଡ କିମ୍ବା ଯାନବାହନରେ ଯାତ୍ରା କରୁଥାନ୍ତି ଏହି ମାସ୍କ ପିନ୍ଧିବା ଦରକାର। ଏନେଇ ସର୍ଜିକାଲ ମାସ୍କ ଉପରେ କପଡାର ପ୍ରସ୍ତୁତି ମାସ୍କ କିମ୍ବା ୨ଟି କପଡାରେ ହୋଇଥିବା ମାସ୍କ ସହିତ ବ୍ୟବହାର କରାଯାଇପାରିବ। କିନ୍ତୁ ଏନ୍‌-୯୫ ମାସ୍କ ବ୍ୟବହାର କରୁଥିଲେ ଡବଲ ମାସ୍କ ପିନ୍ଧିବା ଆବଶ୍ୟକତା ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର