ରାଜ୍ଯରେ ପୁଣି ବଢ଼ିବ ତାତି

The Sakala Picture
Published On

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ଆରମ୍ଭ ହେବ। କିଛି ଦିନ ହେବ ତାତିରୁ ସାମାନ୍ୟ ଆସ୍ୱସ୍ତି ମିଳିଥିବା ବେଳେ ପୁଣି ପାରଦ ଉପରକୁ ଉଠିବ। ୮ ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ି଼ିବା ହେତୁ କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଦେଖାଯିବାର ସମ୍ଭାବନା ରହିଛି। ଅନ୍ୟପଟେ ଏହାପରେ ଅର୍ଥାତ ୯ ତାରିଖଠାରୁ ପୁଣି କାଳବୈଶାଖୀ ଯୋଗୁଁ ତାତି କମିବ ବୋଲି ଭୁବନେଶ୍ୱର ସ୍ଥିତ […]

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ଆରମ୍ଭ ହେବ। କିଛି ଦିନ ହେବ ତାତିରୁ ସାମାନ୍ୟ ଆସ୍ୱସ୍ତି ମିଳିଥିବା ବେଳେ ପୁଣି ପାରଦ ଉପରକୁ ଉଠିବ। ୮ ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ି଼ିବା ହେତୁ କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଦେଖାଯିବାର ସମ୍ଭାବନା ରହିଛି। ଅନ୍ୟପଟେ ଏହାପରେ ଅର୍ଥାତ ୯ ତାରିଖଠାରୁ ପୁଣି କାଳବୈଶାଖୀ ଯୋଗୁଁ ତାତି କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଗତ ୨-୩ ଦିନ ହେବ ଲାଗି ରହିଥିବା କାଳବୈଶାଖୀ ବର୍ଷା ମଙ୍ଗଳବାରଠାରୁ ବନ୍ଦ ହେବ। ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଖରାଟିଆ ପାଗ ରହିବାକୁ ଥିବାରୁ ତାପମାତ୍ରା ବୃଦ୍ଧିପାଇବ। ଅନ୍ୟପଟେ ସୋମବାରଠାରୁ କିଛି ଅଞ୍ଚଳରେ ତାପମାତ୍ରା ବଢ଼ି଼ିବା ଆରମ୍ଭ ହୋଇଛି। ରବିବାର ରାଜ୍ୟର କୌଣସି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପି ନ ଥିବା ବେଳେ ସୋମବାର ରାଜ୍ୟର ସୁନ୍ଦରଗଡ଼ଠାରେ ତାପମାତ୍ରା ୪୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଏହା ସହିତ ବଲାଙ୍ଗିରରେ ୪୦.୫ ଓ ଝାରସୁଗୁଡ଼ା, ସମ୍ବଲପୁର, ଟିଟଲାଗଡ଼ ଏବଂ ମାଲକାନଗିରି ଆଦିରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ଫସିୟସ ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ୬ ଓ ୭ ତାରିଖ ପାଗ ଶୁଖିଲା ରହିବ। କିନ୍ତୁ ୮ରେ ହାଲ୍‍କା ବର୍ଷା ହୋଇପାରେ। ୯ ତାରିଖରେ ଏହା ଆହୁରି ବୃଦ୍ଧି ପାଇବ। ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଓ ଗଞ୍ଜାମରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ପ୍ରଭାବ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ବୋଲି ଡ. ବିଶ୍ୱାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର