ଟି-୨୦ ବିଶ୍ବକପ୍‌: ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମ୍ଯାଚ୍ ଉପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ନଜର

The Sakala Picture
Published On

ଆବୁଧାବି: ଚଳିତ ଟି-୨୦ ବିଶ୍ବକପ୍‌ରୁ ଭାରତର ବିଦାୟ ଏକପ୍ରକାର ନିଶ୍ଚିତ ହୋଇସାରିଛି। ଏବେ କେବଳ ଅନ୍ୟ ଦଳର ପରାଜୟ ଉପରେ ଭାରତ ସେମିଫାଇନାଲରେ ଖେଳିବାର ସମ୍ଭାବନା ରହିଛି। ରବିବାର ଭାରତ ସ୍ଥାନ ପାଇଥିବା ଗ୍ରୁପ୍-ବି’ରେ ଦୁଇଟି ଲିଗ୍ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚଟି ପାକିସ୍ତାନ ବନାମ ସ୍କଟଲାଣ୍ଡ ମଧ୍ୟରେ ଓ ଦ୍ୱିତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ବନାମ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ପ୍ରଥମ ୪ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇ ପାକିସ୍ତାନ ଉପରେ ଭାରତ ସେମିଫାଇନାଲ ଖେଳିବ […]

ଆବୁଧାବି: ଚଳିତ ଟି-୨୦ ବିଶ୍ବକପ୍‌ରୁ ଭାରତର ବିଦାୟ ଏକପ୍ରକାର ନିଶ୍ଚିତ ହୋଇସାରିଛି। ଏବେ କେବଳ ଅନ୍ୟ ଦଳର ପରାଜୟ ଉପରେ ଭାରତ ସେମିଫାଇନାଲରେ ଖେଳିବାର ସମ୍ଭାବନା ରହିଛି। ରବିବାର ଭାରତ ସ୍ଥାନ ପାଇଥିବା ଗ୍ରୁପ୍-ବି’ରେ ଦୁଇଟି ଲିଗ୍ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚଟି ପାକିସ୍ତାନ ବନାମ ସ୍କଟଲାଣ୍ଡ ମଧ୍ୟରେ ଓ ଦ୍ୱିତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ବନାମ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ପ୍ରଥମ ୪ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇ ପାକିସ୍ତାନ ଉପରେ ଭାରତ ସେମିଫାଇନାଲ ଖେଳିବ କି ନ ଖେଳିବ ତାହା ଏକପ୍ରକାର ଚୂଡାନ୍ତ ହେବ। ଏହି ମ୍ୟାଚ୍‌ଟି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଏବେ ଗ୍ରୁପ୍‌ରେ ନ୍ୟୁଜିଲାଣ୍ଡ ୪ଟିରୁ ୩ଟି ବିଜୟ ହାସଲ କରି ପଏଣ୍ଟ ଟେବଲର ଦ୍ବିତୀୟ ସ୍ଥାନରେ ରହିଛି। ଭାରତ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ତୃତୀୟ ସ୍ଥାନରେ ଅଛି । ରବିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ରେ ଯଦି ଆଫଗାନିସ୍ତାନ କୌଣସି ପ୍ରକାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିପାରେ ତେବେ ଭାରତର ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ ରହିବ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ହାରିଲେ ଏହାର ପଏଣ୍ଟ ସଂଖ୍ୟା ୬ରେ ସୀମିତ ରହିବ ଓ ନେଟ୍ ରନ୍‌ରେଟ୍‌ରେ ବୃଦ୍ଧି ହେବ ନାହିଁ। ଏଣୁ ସୋମବାର ଖେଳାଯିବାକୁ ଥିବା ଶେଷ ଲିଗ୍ ମ୍ୟାଚ୍‌ରେ ଭାରତ ନାମିବ୍ୟାକୁ ହରାଇପାରିଲେ ଉଭୟ ଦଳର ସମାନ ପଏଣ୍ଟ ହେବ। କିନ୍ତୁ ଭାରତର ନେଟ୍ ରନ୍ ରେଟ୍ ଅଧିକ ରହିବ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ଟୁର୍ଣ୍ଣାମେଣ୍ଟ ନିୟମ ଅନୁଯାୟୀ, ଯେଉଁ ଦୁଇ ଦଳର ପଏଣ୍ଟ ସଂଖ୍ୟା ଓ ବିଜୟ ସଂଖ୍ୟା ସମାନ ରହିବ, ସେ କ୍ଷେତ୍ରରେ ଯେଉଁ ଦଳର ନେଟ୍ ରନ୍ ରେଟ୍ ଅଧିକ ରହିବ ସେହି ଦଳକୁ ଉଚ୍ଚମାନ୍ୟତା ମିଳିବ। ଏମିତି ହେଲେ ପାକିସ୍ତାନ ପଛକୁ ଦ୍ୱିତୀୟ ଦଳ ଭାବେ ଭାରତ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାକୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ | ଶେଷରେ ଗୋଟିଏ ବାକ୍ୟରେ କହିବାକୁ ଗଲେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଆଫଗାନିସ୍ତାନଠାରୁ ନ୍ୟୁଜିଲାଣ୍ଡ ପରାଜିତ ହେଲେ ଭାରତ ଟି-୨୦ ବିଶ୍ଵକପ୍ ସେମିଫାଇନାଲ ଖେଳିବା ଆଶା ରହିବ।

07 Nov 2021 By The Sakala

ଟି-୨୦ ବିଶ୍ବକପ୍‌: ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମ୍ଯାଚ୍ ଉପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ନଜର

ଆବୁଧାବି: ଚଳିତ ଟି-୨୦ ବିଶ୍ବକପ୍‌ରୁ ଭାରତର ବିଦାୟ ଏକପ୍ରକାର ନିଶ୍ଚିତ ହୋଇସାରିଛି। ଏବେ କେବଳ ଅନ୍ୟ ଦଳର ପରାଜୟ ଉପରେ ଭାରତ ସେମିଫାଇନାଲରେ ଖେଳିବାର ସମ୍ଭାବନା ରହିଛି। ରବିବାର ଭାରତ ସ୍ଥାନ ପାଇଥିବା ଗ୍ରୁପ୍-ବି’ରେ ଦୁଇଟି ଲିଗ୍ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚଟି ପାକିସ୍ତାନ ବନାମ ସ୍କଟଲାଣ୍ଡ ମଧ୍ୟରେ ଓ ଦ୍ୱିତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ବନାମ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ।

ପ୍ରଥମ ୪ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇ ପାକିସ୍ତାନ ଉପରେ ଭାରତ ସେମିଫାଇନାଲ ଖେଳିବ କି ନ ଖେଳିବ ତାହା ଏକପ୍ରକାର ଚୂଡାନ୍ତ ହେବ। ଏହି ମ୍ୟାଚ୍‌ଟି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଏବେ ଗ୍ରୁପ୍‌ରେ ନ୍ୟୁଜିଲାଣ୍ଡ ୪ଟିରୁ ୩ଟି ବିଜୟ ହାସଲ କରି ପଏଣ୍ଟ ଟେବଲର ଦ୍ବିତୀୟ ସ୍ଥାନରେ ରହିଛି। ଭାରତ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ତୃତୀୟ ସ୍ଥାନରେ ଅଛି । ରବିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ରେ ଯଦି ଆଫଗାନିସ୍ତାନ କୌଣସି ପ୍ରକାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିପାରେ ତେବେ ଭାରତର ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ ରହିବ।

ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ହାରିଲେ ଏହାର ପଏଣ୍ଟ ସଂଖ୍ୟା ୬ରେ ସୀମିତ ରହିବ ଓ ନେଟ୍ ରନ୍‌ରେଟ୍‌ରେ ବୃଦ୍ଧି ହେବ ନାହିଁ। ଏଣୁ ସୋମବାର ଖେଳାଯିବାକୁ ଥିବା ଶେଷ ଲିଗ୍ ମ୍ୟାଚ୍‌ରେ ଭାରତ ନାମିବ୍ୟାକୁ ହରାଇପାରିଲେ ଉଭୟ ଦଳର ସମାନ ପଏଣ୍ଟ ହେବ। କିନ୍ତୁ ଭାରତର ନେଟ୍ ରନ୍ ରେଟ୍ ଅଧିକ ରହିବ।

ଟୁର୍ଣ୍ଣାମେଣ୍ଟ ନିୟମ ଅନୁଯାୟୀ, ଯେଉଁ ଦୁଇ ଦଳର ପଏଣ୍ଟ ସଂଖ୍ୟା ଓ ବିଜୟ ସଂଖ୍ୟା ସମାନ ରହିବ, ସେ କ୍ଷେତ୍ରରେ ଯେଉଁ ଦଳର ନେଟ୍ ରନ୍ ରେଟ୍ ଅଧିକ ରହିବ ସେହି ଦଳକୁ ଉଚ୍ଚମାନ୍ୟତା ମିଳିବ। ଏମିତି ହେଲେ ପାକିସ୍ତାନ ପଛକୁ ଦ୍ୱିତୀୟ ଦଳ ଭାବେ ଭାରତ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାକୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ | ଶେଷରେ ଗୋଟିଏ ବାକ୍ୟରେ କହିବାକୁ ଗଲେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଆଫଗାନିସ୍ତାନଠାରୁ ନ୍ୟୁଜିଲାଣ୍ଡ ପରାଜିତ ହେଲେ ଭାରତ ଟି-୨୦ ବିଶ୍ଵକପ୍ ସେମିଫାଇନାଲ ଖେଳିବା ଆଶା ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର