ଟିକା ନେଇଥିବା ବ୍ୟକ୍ତି ‘ସାଇଲେଣ୍ଟ ସ୍ପ୍ରେଡର’

The Sakala Picture
Published On

କୋଲକାତା, ୯ା୫ (ଏଜେନ୍ସି): କରୋନା ସଂକ୍ରମଣକୁ ନେଇ ପଶ୍ଚିମବଙ୍ଗରେ ଆଉ ଏକ ସଙ୍କଟ ଦେଖାଯାଇଛି। ରାଜ୍ୟରେ ସଂକ୍ରମଣ ବଢିବାକୁ ନେଇ ପୂର୍ବରୁ ଅନୁଧ୍ୟାନ କରାଯାଇଥିଲା ବେଳେ କରୋନା ଭୂତାଣୁର ବିଭିନ୍ନ ଷ୍ଟ୍ରେନକୁ ନେଇ ସଂକ୍ରମଣ ହାର ବଢୁଥିବା ଜଣାପଡ଼ିଥିଲା। ଏପରିକି ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଭୂତାଣୁର ଭ୍ୟାରିଆଣ୍ଟ ଦ୍ବାରା କରୋନା ଆକ୍ରାନ୍ତ ହୋଇଥିବା ଇସ୍ରାଏଲ ବିଶେଷଜ୍ଞମାନଙ୍କ ଦ୍ବାରା କରାଯାଇଥିବା ଏକ ଅନୁଶୀଳରୁ ଜଣାପଡ଼ିଥିଲା। ଏବେ ଟିକା ନେଇଥିବା ଲୋକମାନେ ଏହି ଭ୍ୟାରିଆଣ୍ଟ ଦ୍ବାରା ସର୍ବାଧିକ ସଂକ୍ରମିତ […]

କୋଲକାତା, ୯ା୫ (ଏଜେନ୍ସି): କରୋନା ସଂକ୍ରମଣକୁ ନେଇ ପଶ୍ଚିମବଙ୍ଗରେ ଆଉ ଏକ ସଙ୍କଟ ଦେଖାଯାଇଛି। ରାଜ୍ୟରେ ସଂକ୍ରମଣ ବଢିବାକୁ ନେଇ ପୂର୍ବରୁ ଅନୁଧ୍ୟାନ କରାଯାଇଥିଲା ବେଳେ କରୋନା ଭୂତାଣୁର ବିଭିନ୍ନ ଷ୍ଟ୍ରେନକୁ ନେଇ ସଂକ୍ରମଣ ହାର ବଢୁଥିବା ଜଣାପଡ଼ିଥିଲା। ଏପରିକି ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଭୂତାଣୁର ଭ୍ୟାରିଆଣ୍ଟ ଦ୍ବାରା କରୋନା ଆକ୍ରାନ୍ତ ହୋଇଥିବା ଇସ୍ରାଏଲ ବିଶେଷଜ୍ଞମାନଙ୍କ ଦ୍ବାରା କରାଯାଇଥିବା ଏକ ଅନୁଶୀଳରୁ ଜଣାପଡ଼ିଥିଲା। ଏବେ ଟିକା ନେଇଥିବା ଲୋକମାନେ ଏହି ଭ୍ୟାରିଆଣ୍ଟ ଦ୍ବାରା ସର୍ବାଧିକ ସଂକ୍ରମିତ ହେଉଥିବା ବେଳେ ସେମାନେ ଅଧିକରୁ ଅଧିକ ସଂକ୍ରମଣ ବଢାଇବାରେ ଲାଗିଛନ୍ତି। ଟିକା ନେଇଥିବା ଅଧିକାଂଶ ଲୋକଙ୍କ ଠାରେ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଉନଥିବା ବେଳେ ସେମାନେ ‘ସାଇଲେଣ୍ଟ ସ୍ପ୍ରେଡର’ ଭାବେ ଅନ୍ୟମାନଙ୍କୁ ସଂକ୍ରମଣ ବାଣ୍ଟୁଛନ୍ତି ବୋଲି ଡାକ୍ତର ଏବଂ କରୋନା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। କିଛି ଲୋକ ଟିକା ନେବା ପରେ ସଂକ୍ରମିତ ହେଉଥିଲେ ହେଁ ସେମାନଙ୍କ ଠାରେ ଲକ୍ଷଣ ପ୍ରକାଶ ପାଉଛି। କିନ୍ତୁ ଅଧିକାଂଶଙ୍କ ନିକଟରେ ଲକ୍ଷଣ ଦେଖାଯାଉନଥିବାରୁ ସେମାନେ ଅନ୍ୟମାନଙ୍କ ପାଇଁ ଘାତକ ସାଜୁଛନ୍ତି ବୋଲି କୁହାଯାଇଛି। ଏବେ କରୋନା ସଂକ୍ରମିତ ହୋଇଥିବା କିଛି ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ଥିତି ଅଚାନକ ଭାବେ ଗମ୍ଭୀର ହୋଇପଡୁଥିବା କାରଣ ସମ୍ପର୍କରେ ଡାକ୍ତରମାନେ ତର୍ଜମା କରିଥିଲେ। ଏହି ରୋଗୀମାନେ ଟିକା ନେଇନଥିବା ବେଳେ ସେମାନେ ଟିକା ନେଇଥିବା ସେମାନଙ୍କ ପରିବାରର କିଛି ସଦସ୍ୟଙ୍କ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଡାକ୍ତରମାନଙ୍କ ଚିନ୍ତା ଦ୍ବିଗୁଣିତ ହୋଇଥିଲା। ଟିକା ନେବା ପରେ କରୋନା ଭୂତାଣୁର ବିଭିନ୍ନ ଭ୍ୟାରିଆଣ୍ଟ ଦ୍ବାରା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ସ୍ଥିତି ଅନ୍ୟମାନଙ୍କ ଠାରୁ ଅଧିକ ଗମ୍ଭୀର ହୋଇପଡ଼ୁଥିବା ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

10 May 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର