ସ୍ନାନ ଓ ଦାନର ପର୍ବ ମକର ସଂକ୍ରାନ୍ତି

The Sakala Picture
Published On

ଆଜି ମକର ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି । ଏହି ପର୍ବକୁ ଦେଶର କୋଣ ଅନୁକୋଣରେ ବିଭିନ୍ନ ସମ୍ପ୍ରଦାୟର ଲୋକ ଭିନ୍ନ ଭିନ୍ନ ଭାବେ ପାଳନ କରିଥାନ୍ତି । ମକର ସଂକ୍ରାନ୍ତି ଦିନ ଓଡ଼ିଶାର ଲୋକେ ‘ମକର ଚାଉଳ’ ପ୍ରସ୍ତୁତ କରି (ଅରୁଆ ଚାଉଳ, ଗୁଡ଼, ଛେନା, କଦଳୀ, ଘିଅ, କ୍ଷୀର ଆଦି) ଦେବଦେବୀଙ୍କ ନିକଟରେ ଭୋଗ […]

ଆଜି ମକର ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି । ଏହି ପର୍ବକୁ ଦେଶର କୋଣ ଅନୁକୋଣରେ ବିଭିନ୍ନ ସମ୍ପ୍ରଦାୟର ଲୋକ ଭିନ୍ନ ଭିନ୍ନ ଭାବେ ପାଳନ କରିଥାନ୍ତି । ମକର ସଂକ୍ରାନ୍ତି ଦିନ ଓଡ଼ିଶାର ଲୋକେ ‘ମକର ଚାଉଳ’ ପ୍ରସ୍ତୁତ କରି (ଅରୁଆ ଚାଉଳ, ଗୁଡ଼, ଛେନା, କଦଳୀ, ଘିଅ, କ୍ଷୀର ଆଦି) ଦେବଦେବୀଙ୍କ ନିକଟରେ ଭୋଗ ଲାଗି କରିଥାନ୍ତି । ଏହି ଭୋଗକୁ ଆନନ୍ଦରେ ସାଙ୍ଗସାଥୀ ଏବଂ ପଡ଼ୋଶୀଙ୍କୁ ବଣ୍ଟାଯାଇଥାଏ । ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତରେ ସ୍ନାନ ଓ ଦାନର ବିଶେଷ ମହତ୍ତ୍ବ ରହିଛି । ମକର ସଂକ୍ରାନ୍ତିର ପୁଣ୍ୟକାଳରେ ପ୍ରତ୍ୟୁଷରୁ ନଦୀ, ପୋଖରୀ ଆଦିରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ତେଣୁ କେଉଁ ଆବହମାନ କାଳରୁ ସରୋବର, ନଦୀ ତଟ, ମହୋଦଧି ତୀର ପ୍ରଭୃତି ପବିତ୍ର ସ୍ଥାନମାନଙ୍କରେ ମକର ମେଳା, ସାଧୁସଙ୍ଗ ଓ ମହୋତ୍ସବର ପରମ୍ପରା ଚାଲିଆସିଛି । ଏହି ଦିନ ପ୍ରସିଦ୍ଧ ଗଙ୍ଗାସାଗରଠାରେ ଏକ ବିରାଟ ମେଳା ହୁଏ । ପୁଣ୍ୟଲାଭ ଆଶାରେ ଏହି ଦିନ ଅନେକ ଧାର୍ମିକ ଲୋକ ଗଙ୍ଗାସାଗରରେ ବୁଡ଼ ପକାଇଥାନ୍ତି । ବିଶ୍ୱାସ କରାଯାଏ, ଏହି କାଳ ମଧ୍ୟରେ ମୃତ୍ୟୁବରଣ କରୁଥିବା ମନୁଷ୍ୟ ବିଷ୍ଣୁଲୋକରେ ସ୍ଥାନ ପାଇଥାଏ । ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ‘ଉତ୍ତରାୟଣ ଯାତ୍ରା’ ବା ମକର ସଂକ୍ରାନ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ମକର ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି କରାଯାଇଥାଏ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ସରିବା ପରେ ଶ୍ରୀଜିଉମାନଙ୍କର ଫୁଟା ପହରଣ ଲାଗି କରାଯାଇଥାଏ । ସକାଳ ଧୂପ ପରେ ମଇଲମ କରାଯାଇ ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ। ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କୁ ବେଶ କରାଯାଏ। ଏହାପରେ ନୂଆଲୁଗା ଲାଗି ହୋଇ ଶ୍ରୀଜୀଉମାନଙ୍କୁ ୬ ମୂର୍ତ୍ତି ଅଳଙ୍କାରରେ ମଣ୍ଡିତ କରାଯାଇଥାଏ। ଏହାକୁ ମକରବେଶ କୁହାଯାଏ। ଏହିଦିନ ଠାକୁରମାନଙ୍କ ନିକଟରେ ମକରଚାଉଳ ଭୋଗ କରାଯାଏ। ଏଥିସହିତ ୮୪ ପ୍ରକାରର ପିଠା ଭୋଗ ଲାଗିଥାଏ। ଏହାକୁ ମକର ଚଉରାଶି ଭୋଗ ବୋଲି କୁହାଯାଏ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ତେବେ ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ,ଏହି ମକର ସଂକ୍ରାନ୍ତି ଦିନ ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି । ମକର ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମକର ମେଳା ଆୟୋଜିତ ହୋଇଥାଏ। ଏହି ଦିନ ଅନେକ ସ୍ଥାନରେ ଗୁଡ଼ି ଉଡା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଏ। ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ । ଏହି ସମୟରେ ଅଭିଷ୍ଟ ସିଦ୍ଧି ପାଇଁ ସୂର୍ଯ୍ୟ ଉପାସନା କରାଯାଏ । ଓଡ଼ିଆ ପ୍ରବାଦ ଅନୁଯାୟୀ ‘ମକରଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ । ଦେଶର ବିଭିନ୍ନ ରାଜ୍ୟରେ ମକର ସଂକ୍ରାନ୍ତି ଭିନ୍ନ ଭିନ୍ନ ନାମରେ ପାଳନ କରାଯାଇଥାଏ। ପ୍ରତ୍ୟେକ ରାଜ୍ୟରେ ଏହାର ନାମ ଏବଂ ପାଳନ ବିଧି ଭିନ୍ନ ପ୍ରକାର ହୋଇଥାଏ। କେରଳ ଏବଂ କର୍ଣ୍ଣାଟକରେ ଏହାକୁ କେବଳ ସଂକ୍ରାନ୍ତି କୁହାଯାଏ। ତାମିଲନାଡ଼ୁ ଓ ଆନ୍ଧ୍ରରେ ଏହା ପୋଙ୍ଗଲ୍‌ ପର୍ବ ଭାବରେ ପାଳନ କରାଯାଇଥାଏ। ପଞ୍ଜାବ ଓ ହରିୟାଣାରେ ଏହି ଅବସରରେ ନୂଆ ଫସଲକୁ ସ୍ବାଗତ କରିବା ସହ ଉତ୍ସବ ମନାଯାଏ। ଠିକ୍ ଏହାର ଗୋଟିଏ ଦିନ ପୂର୍ବରୁ ଏହି ସବୁ ଅଞ୍ଚଳରେ ଏହାକୁ ଲୋହଡ଼ି ପର୍ବ ଭାବେ ପାଳନ କରାଯାଏ। ଆସାମରେ ଏହି ପର୍ବ ବିହୁ ଭାବେ ପାଳିତ ହୁଏ। ଉତ୍ତର ଭାରତରେ ଗୁଡ଼ ଏବଂ ଘିଅ ସହିତ ଖେଚୁଡ଼ି କରାଯାଇଥାଏ। ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଦହିଚୂଡ଼ା ଖାଇବା ଏବଂ ଅନ୍ୟକୁ ପ୍ରଦାନ କରାଯିବାର ବିଧି ରହିଛି। ମକର ସଂକ୍ରାନ୍ତି ଦିନ ଦାନକର୍ତ୍ତାଙ୍କ ପାଖକୁ ଦାନ ଅର୍ଥର ଶହେଗୁଣା ଫେରି ଆସୁଥିବାର ବିଶ୍ବାସ ରହିଛି। ଏଥିପାଇଁ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ ପରେ ଘୃତ, ରାଶି, କମ୍ବଳ ଏବଂ ଖେଚୁଡ଼ି ଦାନ କରାଯାଇଥାଏ। ଏହିଦିନ ଗଙ୍ଗା କୂଳରେ ଦାନ କଲେ ବିଶେଷ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର