ଚିଟଫଣ୍ଡ ମାମଲାରେ ମୋଷ୍ଟ ୱାଣ୍ଟେଡ୍‌ ଠକଙ୍କ ଫଟୋ ଜାରି କଲା ଇଓଡବ୍ଲୁ

The Sakala Picture
Published On

ଭୁବନେଶ୍ୱର: ଚିଟଫଣ୍ଡ ମାମଲାରେ ମୋଷ୍ଟ ୱାଣ୍ଟେଡ୍‌ ଠକଙ୍କ ଫଟୋ ଜାରି କଲା ଇଓଡବ୍ଲୁ । ସମ୍ପୃକ୍ତ ୩ ଫେରାର ଅଭିଯୁକ୍ତଙ୍କ ଫଟୋ ଇଓଡବ୍ଲୁ ଜାରି କରିଛି । ସେହପରି ଠକେଇ ମାମଲାରେ ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲୁ । ତାଙ୍କର ମଧ୍ୟ ଫଟୋ ଜାରି କରାଯାଇଛି । ଇଓଡବ୍ଲୁର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଅଛନ୍ତି ଆଦିତ୍ୟ ଦାସ ଓ ତ୍ରିବେଣୀ କୁମାର ମହାନ୍ତି । ସିଷ୍ଟମେଟିକ୍ସ ଫାଇନାନସିଆଲ ସର୍ଭିସ ଚିଟଫଣ୍ଡ […]

ଭୁବନେଶ୍ୱର: ଚିଟଫଣ୍ଡ ମାମଲାରେ ମୋଷ୍ଟ ୱାଣ୍ଟେଡ୍‌ ଠକଙ୍କ ଫଟୋ ଜାରି କଲା ଇଓଡବ୍ଲୁ । ସମ୍ପୃକ୍ତ ୩ ଫେରାର ଅଭିଯୁକ୍ତଙ୍କ ଫଟୋ ଇଓଡବ୍ଲୁ ଜାରି କରିଛି । ସେହପରି ଠକେଇ ମାମଲାରେ ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲୁ । ତାଙ୍କର ମଧ୍ୟ ଫଟୋ ଜାରି କରାଯାଇଛି । ଇଓଡବ୍ଲୁର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଅଛନ୍ତି ଆଦିତ୍ୟ ଦାସ ଓ ତ୍ରିବେଣୀ କୁମାର ମହାନ୍ତି । ସିଷ୍ଟମେଟିକ୍ସ ଫାଇନାନସିଆଲ ସର୍ଭିସ ଚିଟଫଣ୍ଡ ମାମଲାରେ ଇଓଡବ୍ଲୁର ୱାଣ୍ଟେଡ୍‌ ତାଲିକାରେ ଥିବା କମ୍ପାନୀ ନିର୍ଦ୍ଦେଶକ ଆଦିତ୍ୟ ଦାଶଙ୍କ ସମ୍ପର୍କରେ ସୂଚନା ଦେବାକୁ ଫଟୋ ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ, ଉଲ୍ଲଂଘନ କଲେ ଜରିମାନା

ପୁରୀ ଜିଲ୍ଲା ଚନ୍ଦନପୁରର ଆଦିତ୍ୟ । ଶେଷ ଥର ପାଇଁ ପୁରୀ ବାଲିସାହିରେ ତାଙ୍କୁ ଦେଖିବାକୁ ମିଳିଥିଲା । ଆଦିତ୍ୟ ଦାଶ 2013ରୁ ଫେରାର ଅଛନ୍ତି । ତାଙ୍କ ନାଁରେ eowରେ 20 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି । ସେହିପରି ଷ୍ଟାର୍‌ କନସଲଟାନ୍ସି ସର୍ଭିସ ଚିଟଫଣ୍ଡ ମାମଲାରେ ୱାଣ୍ଟେଡ ତାଲିକାରେ ଥିବା ତ୍ରିବେଣୀ କୁମାର ମହାନ୍ତିଙ୍କ ସମ୍ପର୍କରେ ସୂଚନା ଦେବାକୁ ଫଟୋ ଜାରି କରାଯାଇଛି । ଭଦ୍ରକ ସାନଲପୁରର ତ୍ରିବେଣୀଙ୍କୁ ଶେଷଥର ପାଇଁ ଭୁବନେଶ୍ବର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଦେଖିବାକୁ ମିଳିଥିଲା । ତ୍ରିବେଣୀ ମହାନ୍ତି 2012ରୁ ଫେରାର ଅଛନ୍ତି । ତାଙ୍କ ନାଁରେ eowରେ 13 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି ।

ଆହୁରି ପଢ଼ନ୍ତୁ: ଗିରଫ ହେଲେ ଜଳସେଚନ ବିଭାଗର କୁବେର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଚଢ଼ାଉ ବେଳେ ଠାବ ହୋଇଥିଲା ବିପୁଳ ସଂପତ୍ତି

ସେହିପରି ଜ୍ୟୋତି ଟ୍ରେଡିଂ ଠକେଇ କେସରେ ୱାଣ୍ଟେଡ ଥିବା ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲୁ । ଗୋଲଡେନ ବାବାଙ୍କ ନାଁରେ 4 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି । ଲୁହାପଥର କାରବାର ଠକେଇ ଅଭିଯୋଗ ଅଛି ଗୋଲଡେନ ବାବାଙ୍କ ନାଁରେ । ସେମାନଙ୍କ ବିଷୟରେ ସୂଚନା ଦେବାକୁ ଫଟୋ ଜାରି କରାଯାଇଥିବା ବେଳେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ 3 ଅଭିଯୁକ୍ତଙ୍କ ବିରୋଧରେ nbw ଜାରି କରିଥିଲା eow ।

ଆହୁରି ପଢ଼ନ୍ତୁ: ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ମତଦାନ, ବିଜେପି ଓ ବିରୋଧୀଙ୍କ ପାଇଁ ବଡ଼ ପରୀକ୍ଷା

29 Nov 2021 By The Sakala

ଚିଟଫଣ୍ଡ ମାମଲାରେ ମୋଷ୍ଟ ୱାଣ୍ଟେଡ୍‌ ଠକଙ୍କ ଫଟୋ ଜାରି କଲା ଇଓଡବ୍ଲୁ

ଭୁବନେଶ୍ୱର: ଚିଟଫଣ୍ଡ ମାମଲାରେ ମୋଷ୍ଟ ୱାଣ୍ଟେଡ୍‌ ଠକଙ୍କ ଫଟୋ ଜାରି କଲା ଇଓଡବ୍ଲୁ । ସମ୍ପୃକ୍ତ ୩ ଫେରାର ଅଭିଯୁକ୍ତଙ୍କ ଫଟୋ ଇଓଡବ୍ଲୁ ଜାରି କରିଛି । ସେହପରି ଠକେଇ ମାମଲାରେ ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲୁ । ତାଙ୍କର ମଧ୍ୟ ଫଟୋ ଜାରି କରାଯାଇଛି । ଇଓଡବ୍ଲୁର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଅଛନ୍ତି ଆଦିତ୍ୟ ଦାସ ଓ ତ୍ରିବେଣୀ କୁମାର ମହାନ୍ତି । ସିଷ୍ଟମେଟିକ୍ସ ଫାଇନାନସିଆଲ ସର୍ଭିସ ଚିଟଫଣ୍ଡ ମାମଲାରେ ଇଓଡବ୍ଲୁର ୱାଣ୍ଟେଡ୍‌ ତାଲିକାରେ ଥିବା କମ୍ପାନୀ ନିର୍ଦ୍ଦେଶକ ଆଦିତ୍ୟ ଦାଶଙ୍କ ସମ୍ପର୍କରେ ସୂଚନା ଦେବାକୁ ଫଟୋ ଜାରି କରାଯାଇଛି ।

ପୁରୀ ଜିଲ୍ଲା ଚନ୍ଦନପୁରର ଆଦିତ୍ୟ । ଶେଷ ଥର ପାଇଁ ପୁରୀ ବାଲିସାହିରେ ତାଙ୍କୁ ଦେଖିବାକୁ ମିଳିଥିଲା । ଆଦିତ୍ୟ ଦାଶ 2013ରୁ ଫେରାର ଅଛନ୍ତି । ତାଙ୍କ ନାଁରେ eowରେ 20 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି । ସେହିପରି ଷ୍ଟାର୍‌ କନସଲଟାନ୍ସି ସର୍ଭିସ ଚିଟଫଣ୍ଡ ମାମଲାରେ ୱାଣ୍ଟେଡ ତାଲିକାରେ ଥିବା ତ୍ରିବେଣୀ କୁମାର ମହାନ୍ତିଙ୍କ ସମ୍ପର୍କରେ ସୂଚନା ଦେବାକୁ ଫଟୋ ଜାରି କରାଯାଇଛି । ଭଦ୍ରକ ସାନଲପୁରର ତ୍ରିବେଣୀଙ୍କୁ ଶେଷଥର ପାଇଁ ଭୁବନେଶ୍ବର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଦେଖିବାକୁ ମିଳିଥିଲା । ତ୍ରିବେଣୀ ମହାନ୍ତି 2012ରୁ ଫେରାର ଅଛନ୍ତି । ତାଙ୍କ ନାଁରେ eowରେ 13 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି ।

ସେହିପରି ଜ୍ୟୋତି ଟ୍ରେଡିଂ ଠକେଇ କେସରେ ୱାଣ୍ଟେଡ ଥିବା ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲୁ । ଗୋଲଡେନ ବାବାଙ୍କ ନାଁରେ 4 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି । ଲୁହାପଥର କାରବାର ଠକେଇ ଅଭିଯୋଗ ଅଛି ଗୋଲଡେନ ବାବାଙ୍କ ନାଁରେ । ସେମାନଙ୍କ ବିଷୟରେ ସୂଚନା ଦେବାକୁ ଫଟୋ ଜାରି କରାଯାଇଥିବା ବେଳେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ 3 ଅଭିଯୁକ୍ତଙ୍କ ବିରୋଧରେ nbw ଜାରି କରିଥିଲା eow ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର