ରାଷ୍ଟ୍ରୀୟ ରାଜନୀତିରେ କେସିଆରଙ୍କ ପ୍ରବେଶ; ଘୋଷଣା କଲେ ନିଜର ଜାତୀୟ ଦଳ

The Sakala Picture
Published On

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନକୁ ପାଖାପାଖି ଦେଢ଼ ବର୍ଷ ସମୟ ବାକି ରହିଛି। ତେବେ ଏନେଇ ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତି କରିବା ଆରମ୍ଭ କରିଦେଲେଣି । ଏହି କ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ନିଜେ ଜାତୀୟ ରାଜନୀତିରେ ପ୍ରବେଶ କରିବା ସହିତ ବିଜେପି ବିରୋଧୀ ନେତାଙ୍କୁ ଏକତ୍ର କରିବା ଲକ୍ଷ୍ୟରେ ମିଶନ ୨୦୨୪ ଆରମ୍ଭ କରିଛନ୍ତି। ଏହି କ୍ରମରେ ସେ ଆଜି ନିଜର ରାଷ୍ଟ୍ରୀୟ ଦଳ ବାବଦରେ […]

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନକୁ ପାଖାପାଖି ଦେଢ଼ ବର୍ଷ ସମୟ ବାକି ରହିଛି। ତେବେ ଏନେଇ ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତି କରିବା ଆରମ୍ଭ କରିଦେଲେଣି । ଏହି କ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ନିଜେ ଜାତୀୟ ରାଜନୀତିରେ ପ୍ରବେଶ କରିବା ସହିତ ବିଜେପି ବିରୋଧୀ ନେତାଙ୍କୁ ଏକତ୍ର କରିବା ଲକ୍ଷ୍ୟରେ ମିଶନ ୨୦୨୪ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ହରମୁଜ୍ ପ୍ରଣାଳୀ ଖୋଲିବା ଏବଂ ଯୁଦ୍ଧ ସମାପ୍ତ କରିବାକୁ ଇରାନର ନୂଆ ପ୍ରସ୍ତାବ: ପାକିସ୍ତାନ ମାଧ୍ୟମରେ ଆମେରିକାକୁ ବାର୍ତ୍ତା

ଏହି କ୍ରମରେ ସେ ଆଜି ନିଜର ରାଷ୍ଟ୍ରୀୟ ଦଳ ବାବଦରେ ଘୋଷଣା କରିଛନ୍ତି । କେସିଆର ତାଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ( ଟିଆରଏସ )ର ନାମ ବଦଳାଇ ‘ଭାରତ ରାଷ୍ଟ୍ର ସମିତି’ ଭାବେ ଏକ ନୂଆ ରାଷ୍ଟ୍ରୀୟ ଦଳ ଘୋଷଣା କରିଛନ୍ତି । ଆଜି ତେଲେଙ୍ଗାନା ଭବନରେ ଆୟୋଜିତ ଦଳର ସାଧାରଣ ବୈଠକରେ ସର୍ବସମ୍ମତି କ୍ରମେ ଏହି ନୂଆ ରାଷ୍ଟ୍ରୀୟ ଦଳର ସଂକଳ୍ପ ପାରିତ ହୋଇଛି।

ଆହୁରି ପଢ଼ନ୍ତୁ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ: ଭାରତୀୟ ରପ୍ତାନି ଉପରେ ରହିବନି ଶୁଳ୍କ

ସୂଚନାଯୋଗ୍ୟ ଯେ, କେସିଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ଜେଡିଏସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ମଧ୍ୟ ଯୋଗ ଦେଇଥିଲେ । ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କେସିଆର ତାଙ୍କ କ୍ୟାବିନେଟ ସହକର୍ମୀ ତଥା ଦଳର ସମସ୍ତ ୩୩ ଜିଲ୍ଲା ମୁଖ୍ୟଙ୍କ ସହ ଏକ ବୈଠକ କରିଥିଲେ। ଆଉ ସେମାନଙ୍କ ସହ ଜାତୀୟ ଦଳର ଶୁଭାରମ୍ଭ ପାଇଁ ରୋଡମ୍ୟାପ ବିଷୟରେ କେସିଆର ଆଲୋଚନା କରିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ସୁନ୍ଦରପଦା ଆଜାଦନଗର ବିସ୍ଫୋରଣ ଘଟଣା: କ୍ୟାପିଟାଲ ହସ୍ପିଟାଲରେ NIA ଟିମର ତଦନ୍ତ

ତେବେ ଏହାକୁ ନେଇ ତେଲେଙ୍ଗାନା ବିଜେପିର ମୁଖପାତ୍ର ଏନ.ଭି ସୁଭାଷ କହିଛନ୍ତି ଯେ, ଜାତୀୟ ରାଜନୀତିରେ ପ୍ରବେଶ କରି ତାଙ୍କ ସରକାରଙ୍କ ବିଫଳତାକୁ ଦୂର କରିବା ପାଇଁ କେସିଆର ରଣନୀତି କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ନୂତନ ଦଳ ପାଇଁ ୧୦୦ କୋଟି ଟଙ୍କାରେ ୧୨ ସିଟ୍ ବିଶିଷ୍ଟ ବିମାନ କିଣାଯାଇଛି। ସାଧାରଣ ଲୋକଙ୍କ ଟଙ୍କା କିପରି ଚୋରି ହୋଇଛି ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ। ଏହାକୁ ବିଜେପି କେବେ ବରଦାସ୍ତ କରିବ ନାହିଁ। ଦଳ ତରଫରୁ ଏହାର ଦୃଢ଼ ଜବାବ୍ ଦିଆଯିବ ବୋଲି ସେ କହିଛନ୍ତି।

05 Oct 2022 By The Sakala

ରାଷ୍ଟ୍ରୀୟ ରାଜନୀତିରେ କେସିଆରଙ୍କ ପ୍ରବେଶ; ଘୋଷଣା କଲେ ନିଜର ଜାତୀୟ ଦଳ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନକୁ ପାଖାପାଖି ଦେଢ଼ ବର୍ଷ ସମୟ ବାକି ରହିଛି। ତେବେ ଏନେଇ ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତି କରିବା ଆରମ୍ଭ କରିଦେଲେଣି । ଏହି କ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ନିଜେ ଜାତୀୟ ରାଜନୀତିରେ ପ୍ରବେଶ କରିବା ସହିତ ବିଜେପି ବିରୋଧୀ ନେତାଙ୍କୁ ଏକତ୍ର କରିବା ଲକ୍ଷ୍ୟରେ ମିଶନ ୨୦୨୪ ଆରମ୍ଭ କରିଛନ୍ତି।

ଏହି କ୍ରମରେ ସେ ଆଜି ନିଜର ରାଷ୍ଟ୍ରୀୟ ଦଳ ବାବଦରେ ଘୋଷଣା କରିଛନ୍ତି । କେସିଆର ତାଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ( ଟିଆରଏସ )ର ନାମ ବଦଳାଇ ‘ଭାରତ ରାଷ୍ଟ୍ର ସମିତି’ ଭାବେ ଏକ ନୂଆ ରାଷ୍ଟ୍ରୀୟ ଦଳ ଘୋଷଣା କରିଛନ୍ତି । ଆଜି ତେଲେଙ୍ଗାନା ଭବନରେ ଆୟୋଜିତ ଦଳର ସାଧାରଣ ବୈଠକରେ ସର୍ବସମ୍ମତି କ୍ରମେ ଏହି ନୂଆ ରାଷ୍ଟ୍ରୀୟ ଦଳର ସଂକଳ୍ପ ପାରିତ ହୋଇଛି।

ସୂଚନାଯୋଗ୍ୟ ଯେ, କେସିଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ଜେଡିଏସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ମଧ୍ୟ ଯୋଗ ଦେଇଥିଲେ । ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କେସିଆର ତାଙ୍କ କ୍ୟାବିନେଟ ସହକର୍ମୀ ତଥା ଦଳର ସମସ୍ତ ୩୩ ଜିଲ୍ଲା ମୁଖ୍ୟଙ୍କ ସହ ଏକ ବୈଠକ କରିଥିଲେ। ଆଉ ସେମାନଙ୍କ ସହ ଜାତୀୟ ଦଳର ଶୁଭାରମ୍ଭ ପାଇଁ ରୋଡମ୍ୟାପ ବିଷୟରେ କେସିଆର ଆଲୋଚନା କରିଥିବା କୁହାଯାଉଛି।

ତେବେ ଏହାକୁ ନେଇ ତେଲେଙ୍ଗାନା ବିଜେପିର ମୁଖପାତ୍ର ଏନ.ଭି ସୁଭାଷ କହିଛନ୍ତି ଯେ, ଜାତୀୟ ରାଜନୀତିରେ ପ୍ରବେଶ କରି ତାଙ୍କ ସରକାରଙ୍କ ବିଫଳତାକୁ ଦୂର କରିବା ପାଇଁ କେସିଆର ରଣନୀତି କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ନୂତନ ଦଳ ପାଇଁ ୧୦୦ କୋଟି ଟଙ୍କାରେ ୧୨ ସିଟ୍ ବିଶିଷ୍ଟ ବିମାନ କିଣାଯାଇଛି। ସାଧାରଣ ଲୋକଙ୍କ ଟଙ୍କା କିପରି ଚୋରି ହୋଇଛି ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ। ଏହାକୁ ବିଜେପି କେବେ ବରଦାସ୍ତ କରିବ ନାହିଁ। ଦଳ ତରଫରୁ ଏହାର ଦୃଢ଼ ଜବାବ୍ ଦିଆଯିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର