ଟି-୨୦ ବିଶ୍ୱକପ୍‌ ସୁପର-୮: ଆଜି ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

The Sakala Picture
Published On

ଆଣ୍ଟିଗୁଆ: ଚଳିତ ଟି-୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟୟରେ ଭାରତ ଶନିବାର ତା’ର ଦ୍ୱିତୀୟ ମୁକାବିଲାରେ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚ୍‌ ଜିତି ଭାରତ ତା’ର ବିଜୟଧାର ବଜାୟ ରଖିବା ସହ ସେମିଫାଇନାଲ ଅଭିଯାନ ଆହୁରି ଦୃଢ କରିବା ଲକ୍ଷ୍ୟରେ ରହିଛି। ଗ୍ରୁପ୍‌-୧ରେ ଭରାତ ତା’ର ପ୍ରଥମ ମୁକାବିଲାରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା। ଅନ୍ୟପଟେ ବାଂଲାଦେଶ ତା’ର ପ୍ରଥମ ମ୍ୟାଚ୍‌ରେ ଡିଏଲ୍‌ଏସ୍‌ ପ୍ରଣାଳୀରେ ୨୮ ରନରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ତେଣୁ ଏହି ମ୍ୟାଚ୍‌ରେ ବାଂଲାଦେଶ […]

ଆଣ୍ଟିଗୁଆ: ଚଳିତ ଟି-୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟୟରେ ଭାରତ ଶନିବାର ତା’ର ଦ୍ୱିତୀୟ ମୁକାବିଲାରେ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚ୍‌ ଜିତି ଭାରତ ତା’ର ବିଜୟଧାର ବଜାୟ ରଖିବା ସହ ସେମିଫାଇନାଲ ଅଭିଯାନ ଆହୁରି ଦୃଢ କରିବା ଲକ୍ଷ୍ୟରେ ରହିଛି। ଗ୍ରୁପ୍‌-୧ରେ ଭରାତ ତା’ର ପ୍ରଥମ ମୁକାବିଲାରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା। ଅନ୍ୟପଟେ ବାଂଲାଦେଶ ତା’ର ପ୍ରଥମ ମ୍ୟାଚ୍‌ରେ ଡିଏଲ୍‌ଏସ୍‌ ପ୍ରଣାଳୀରେ ୨୮ ରନରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ତେଣୁ ଏହି ମ୍ୟାଚ୍‌ରେ ବାଂଲାଦେଶ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି। ସ୍ଥାନୀୟ ନର୍ଥ ସାଉଣ୍ଡର ଭିଭିଆନ ରିଚାର୍ଡ୍ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଉଭୟ ପେସର ଓ ସ୍ପିନର ସୁବିଧାଜନକ ପରିବେଶ ହାସଲ କରିବେ। ମ୍ୟାଚ୍‌ ଅବସରରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ବିଶ୍ୱକପ୍‌ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତ ୬୦ ରନରେ ପରାସ୍ତ କରିଥିଲା। ଟୁର୍ଣ୍ଣାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହି ଜବରଦସ୍ତ ଫର୍ମରେ ରହିଛି। ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଭାରତର ପ୍ରଦର୍ଶନରେ ସନ୍ତୁଳନ ରହିଛି। ତେବେ ଓପନିଂ କରୁଥିବା ଦୁଇ ସୁପରଷ୍ଟାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ଋଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଦମ୍‌ଦାର ପ୍ରଦର୍ଶନ କରି ଭାରତ ପାଇଁ ସମ୍ଭାବନା ସୃଷ୍ଟି କରିଛନ୍ତି। ଯଶପ୍ରୀତ ବୁମ୍‌ରା, ଅର୍ଶଦୀପ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ ଦ୍ରୁତ ବୋଲିଂରେ କମାଲ କରିବେ ବୋଲି ଆଶା କରାଯାଉଛି। ସ୍ପିନରେ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ପ୍ରଥମ ମ୍ୟାଚ୍‌ର ପ୍ରଦର୍ଶନ ଦୋହରାଇବେ ବୋଲି ଆଶା କରାଯାଉଛି। ଯେଉଁ ଭାରତୀୟ ଖେଳାଳିମାନେ ଏପର୍ଯ୍ୟନ୍ତ ଭଲ ଖେଳି ନାହାନ୍ତି ସେମାନେ ଏହି ମ୍ୟାଚ୍‌ରେ ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ଖାସ୍‌ କରି କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଟସ୍‌ ଜିତିବା ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ପସନ୍ଦ କରିବ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଅପରପକ୍ଷରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ବାଂଲାଦେଶର ମନୋବଳ ସାମାନ୍ୟ ଦୁର୍ବଳ ହୋଇଛି। ବାଂଲାଦେଶ ଦଳରେ ମଧ୍ୟ କ୍ୱାଲିଟି ବ୍ୟାଟର, ସ୍ପିନର ଓ ଦ୍ରୁତ ବୋଲର ରହିଛନ୍ତି। ବାଂଲାଦେଶ ବିପକ୍ଷରେ ରେକର୍ଡ ଭଲ ରହିଥିଲେ ମଧ୍ୟ ଭାରତ ଏହି ମ୍ୟାଚ୍‌କୁ ଆଦୌ ହାଲ୍‌କା ଭାବେ ନେବ ନାହିଁ। ବାଂଲାଦେଶରେ ପାୱାର ହିଟରଙ୍କ ଅଭାବ ରହିଛି। ଏହାର ଫାଇଦା ଭାରତକୁ ମିଳିବ। ଅଲରାଉଣ୍ଡର ସକିବ ଅଲ ହାସନ, ମୁସ୍ତାଫିଜୁର ରହମାନ, ମହମୁଦୁଲ୍ଲା, ଲିଟନ ଦାସ, ସୌମ୍ୟ ସରକାର ଭାରତ ପାଇଁ ସମସ୍ୟା ସୃଷ୍ଟି କରିବେ। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଓ ରୋମାଞ୍ଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜ।

ବାଂଲାଦେଶ ଦଳ: ତାଞ୍ଜିଦ ହାସନ, ଲିଟନ ଦାସ, ନାଜମୁଲ ହୋସେନ ସାଣ୍ଟୋ (ଅଧିନାୟକ), ସାକିବ ଅଲ ହାସନ, ତୋହିଦ ହୃଦୟ, ମହମୁଦୁଲ୍ଲା, ମେହେଦି ହାସନ, ରିଶାଦ ହୋସେନ, ତାସ୍କିନ ଅହମ୍ମଦ, ତାଞ୍ଜିମ ହାସନ ସାକିବ, ମୁସ୍ତାଫିଜୁର ରହମାନ, ରାକେର ଅଲି, ତନବୀର ଇସ୍‌ଲାମ, ଶୋରିଫୁଲ ଇସ୍‌ଲାମ ଓ ସୌମ୍ୟ ସରକାର।

22 Jun 2024 By The Sakala

ଟି-୨୦ ବିଶ୍ୱକପ୍‌ ସୁପର-୮: ଆଜି ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

ଆଣ୍ଟିଗୁଆ: ଚଳିତ ଟି-୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟୟରେ ଭାରତ ଶନିବାର ତା’ର ଦ୍ୱିତୀୟ ମୁକାବିଲାରେ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚ୍‌ ଜିତି ଭାରତ ତା’ର ବିଜୟଧାର ବଜାୟ ରଖିବା ସହ ସେମିଫାଇନାଲ ଅଭିଯାନ ଆହୁରି ଦୃଢ କରିବା ଲକ୍ଷ୍ୟରେ ରହିଛି। ଗ୍ରୁପ୍‌-୧ରେ ଭରାତ ତା’ର ପ୍ରଥମ ମୁକାବିଲାରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା। ଅନ୍ୟପଟେ ବାଂଲାଦେଶ ତା’ର ପ୍ରଥମ ମ୍ୟାଚ୍‌ରେ ଡିଏଲ୍‌ଏସ୍‌ ପ୍ରଣାଳୀରେ ୨୮ ରନରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ତେଣୁ ଏହି ମ୍ୟାଚ୍‌ରେ ବାଂଲାଦେଶ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି। ସ୍ଥାନୀୟ ନର୍ଥ ସାଉଣ୍ଡର ଭିଭିଆନ ରିଚାର୍ଡ୍ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଉଭୟ ପେସର ଓ ସ୍ପିନର ସୁବିଧାଜନକ ପରିବେଶ ହାସଲ କରିବେ। ମ୍ୟାଚ୍‌ ଅବସରରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ଦିଆଯାଇଛି।

ବିଶ୍ୱକପ୍‌ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତ ୬୦ ରନରେ ପରାସ୍ତ କରିଥିଲା। ଟୁର୍ଣ୍ଣାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହି ଜବରଦସ୍ତ ଫର୍ମରେ ରହିଛି। ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଭାରତର ପ୍ରଦର୍ଶନରେ ସନ୍ତୁଳନ ରହିଛି। ତେବେ ଓପନିଂ କରୁଥିବା ଦୁଇ ସୁପରଷ୍ଟାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ଋଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଦମ୍‌ଦାର ପ୍ରଦର୍ଶନ କରି ଭାରତ ପାଇଁ ସମ୍ଭାବନା ସୃଷ୍ଟି କରିଛନ୍ତି। ଯଶପ୍ରୀତ ବୁମ୍‌ରା, ଅର୍ଶଦୀପ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ ଦ୍ରୁତ ବୋଲିଂରେ କମାଲ କରିବେ ବୋଲି ଆଶା କରାଯାଉଛି। ସ୍ପିନରେ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ପ୍ରଥମ ମ୍ୟାଚ୍‌ର ପ୍ରଦର୍ଶନ ଦୋହରାଇବେ ବୋଲି ଆଶା କରାଯାଉଛି। ଯେଉଁ ଭାରତୀୟ ଖେଳାଳିମାନେ ଏପର୍ଯ୍ୟନ୍ତ ଭଲ ଖେଳି ନାହାନ୍ତି ସେମାନେ ଏହି ମ୍ୟାଚ୍‌ରେ ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ଖାସ୍‌ କରି କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଟସ୍‌ ଜିତିବା ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ପସନ୍ଦ କରିବ।

ଅପରପକ୍ଷରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ବାଂଲାଦେଶର ମନୋବଳ ସାମାନ୍ୟ ଦୁର୍ବଳ ହୋଇଛି। ବାଂଲାଦେଶ ଦଳରେ ମଧ୍ୟ କ୍ୱାଲିଟି ବ୍ୟାଟର, ସ୍ପିନର ଓ ଦ୍ରୁତ ବୋଲର ରହିଛନ୍ତି। ବାଂଲାଦେଶ ବିପକ୍ଷରେ ରେକର୍ଡ ଭଲ ରହିଥିଲେ ମଧ୍ୟ ଭାରତ ଏହି ମ୍ୟାଚ୍‌କୁ ଆଦୌ ହାଲ୍‌କା ଭାବେ ନେବ ନାହିଁ। ବାଂଲାଦେଶରେ ପାୱାର ହିଟରଙ୍କ ଅଭାବ ରହିଛି। ଏହାର ଫାଇଦା ଭାରତକୁ ମିଳିବ। ଅଲରାଉଣ୍ଡର ସକିବ ଅଲ ହାସନ, ମୁସ୍ତାଫିଜୁର ରହମାନ, ମହମୁଦୁଲ୍ଲା, ଲିଟନ ଦାସ, ସୌମ୍ୟ ସରକାର ଭାରତ ପାଇଁ ସମସ୍ୟା ସୃଷ୍ଟି କରିବେ। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଓ ରୋମାଞ୍ଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜ।

ବାଂଲାଦେଶ ଦଳ: ତାଞ୍ଜିଦ ହାସନ, ଲିଟନ ଦାସ, ନାଜମୁଲ ହୋସେନ ସାଣ୍ଟୋ (ଅଧିନାୟକ), ସାକିବ ଅଲ ହାସନ, ତୋହିଦ ହୃଦୟ, ମହମୁଦୁଲ୍ଲା, ମେହେଦି ହାସନ, ରିଶାଦ ହୋସେନ, ତାସ୍କିନ ଅହମ୍ମଦ, ତାଞ୍ଜିମ ହାସନ ସାକିବ, ମୁସ୍ତାଫିଜୁର ରହମାନ, ରାକେର ଅଲି, ତନବୀର ଇସ୍‌ଲାମ, ଶୋରିଫୁଲ ଇସ୍‌ଲାମ ଓ ସୌମ୍ୟ ସରକାର।

https://www.thesakala.in/big-news/t20-wc-2024-super-8-india-vs-bangladesh/article-33086
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର