ପୁଣି ଏକ ଜୀବନ ନେଲା ଗୁଗଲ ମ୍ୟାପ୍‌; ୩୦ ଫୁଟ୍‌ ଡ୍ରେନ ତଳକୁ ଖସି ଷ୍ଟେସନ ମାଷ୍ଟରଙ୍କ ମୃତ୍ୟୁ

The Sakala Picture
Published On

ନୂଆଦିଲ୍ଲୀ: ଗୁଗଲ ମ୍ୟାପ୍‌କୁ ବ୍ରବହାର କରି ପୂର୍ବରୁ ଅନେକ ଲୋକ ବିପଦରେ ପଡ଼ିବା ସହିତ ମୃତ୍ୟୁର ଶିକାର ହୋଇଥିଲା ବେଳେ ପୁଣି ସେଭଳି ଏକ ଖବର ସାମ୍ନାକୁ ଆସିଛି। ଗ୍ରେଟର ନୋଏଡାରେ ଗୁଗୁଲ୍ ମ୍ୟାପ୍ ଯୋଗୁଁ ଏକ ଦୁର୍ଘଟଣାରେ ଜଣେ ଷ୍ଟେସନ ମାଷ୍ଟରଙ୍କ ଜୀବନ ଯାଇଛି। ମିଳିଥିବା ଖବର ଅନୁସାରେ, ଦିଲ୍ଲୀର ମଣ୍ଡାଭାଲି ଅଞ୍ଚଳରେ ରହୁଥିବା ଏବଂ ମାନେସରରେ ଷ୍ଟେସନ ମାଷ୍ଟର ଭାବେ କାର୍ଯ୍ୟ କରୁଥିବା ଭାରତ ଭଟ୍ଟି ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। […]

ନୂଆଦିଲ୍ଲୀ: ଗୁଗଲ ମ୍ୟାପ୍‌କୁ ବ୍ରବହାର କରି ପୂର୍ବରୁ ଅନେକ ଲୋକ ବିପଦରେ ପଡ଼ିବା ସହିତ ମୃତ୍ୟୁର ଶିକାର ହୋଇଥିଲା ବେଳେ ପୁଣି ସେଭଳି ଏକ ଖବର ସାମ୍ନାକୁ ଆସିଛି। ଗ୍ରେଟର ନୋଏଡାରେ ଗୁଗୁଲ୍ ମ୍ୟାପ୍ ଯୋଗୁଁ ଏକ ଦୁର୍ଘଟଣାରେ ଜଣେ ଷ୍ଟେସନ ମାଷ୍ଟରଙ୍କ ଜୀବନ ଯାଇଛି। ମିଳିଥିବା

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ଖବର ଅନୁସାରେ, ଦିଲ୍ଲୀର ମଣ୍ଡାଭାଲି ଅଞ୍ଚଳରେ ରହୁଥିବା ଏବଂ ମାନେସରରେ ଷ୍ଟେସନ ମାଷ୍ଟର ଭାବେ କାର୍ଯ୍ୟ କରୁଥିବା ଭାରତ ଭଟ୍ଟି ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ଏହି ଉତ୍ସବ ଯେଉଁ ସ୍ଥାନରେ ହେଉଥିଲା ସେ ରାସ୍ତା ଭାରତଙ୍କୁ ଜଣା ନଥିଲା। ତେଣୁ ସେ ଗୁଗୁଲ୍ ମ୍ୟାପକୁ ବ୍ୟବହାର କରି ରାସ୍ତା ନିର୍ଣ୍ଣୟ କରି ଆଗକୁ ବଢିଥିଲେ। ଗୁଗୁଲ ମ୍ୟାପ ଯେଉଁ ଆଡକୁ ନିର୍ଦ୍ଦେଶ କରୁଥିଲା ଭାରତ ସେହି ରାସ୍ତା ଦେଇଈ ଆଗକୁ ମାଡ଼ି ଚାଲିଥିଲେ । କିନ୍ତୁ କିଛି ବାଟ ଯିବା ପରେ ରାସ୍ତା ଶେଷ ହୋଇଯାଇଥିଲା ଏବଂ ସାମ୍ନାରେ ଏକ ଗଭୀର ଡ୍ରେନ ଥିଲା। ଯାହାକୁ ଷ୍ଟେସନ ମାଷ୍ଟର ଜାଣି ପାରି ନ ଥିଲେ। ସେ ଯେମିତି ଆଗକୁ ବଢ଼ିଥିଲେ ଗାଡ଼ିଟି ସିଧା ୩୦ଫୁଟର ଗଭୀର ଡ୍ରେନ ଭିତରେ ପଶି ଯାଇଥିଲା। ସ୍ଥାନୀୟ ଲୋକମାନେ ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ।ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଷ୍ଟେସନ ଇନଚାର୍ଜ ତାଙ୍କ କନଷ୍ଟେବଳଙ୍କ ସହ ଷ୍ଟେସନ ମାଷ୍ଟରଙ୍କୁ ଡ୍ରେନ ଭିତରୁ ବାହାର କରିବାକୁ କଠିନ ପରିଶ୍ରମ କରିଥିଲେ । ଉଦ୍ଧାର ପରେ ଭାରତଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

05 Mar 2025 By The Sakala

ପୁଣି ଏକ ଜୀବନ ନେଲା ଗୁଗଲ ମ୍ୟାପ୍‌; ୩୦ ଫୁଟ୍‌ ଡ୍ରେନ ତଳକୁ ଖସି ଷ୍ଟେସନ ମାଷ୍ଟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗୁଗଲ ମ୍ୟାପ୍‌କୁ ବ୍ରବହାର କରି ପୂର୍ବରୁ ଅନେକ ଲୋକ ବିପଦରେ ପଡ଼ିବା ସହିତ ମୃତ୍ୟୁର ଶିକାର ହୋଇଥିଲା ବେଳେ ପୁଣି ସେଭଳି ଏକ ଖବର ସାମ୍ନାକୁ ଆସିଛି। ଗ୍ରେଟର ନୋଏଡାରେ ଗୁଗୁଲ୍ ମ୍ୟାପ୍ ଯୋଗୁଁ ଏକ ଦୁର୍ଘଟଣାରେ ଜଣେ ଷ୍ଟେସନ ମାଷ୍ଟରଙ୍କ ଜୀବନ ଯାଇଛି। ମିଳିଥିବା

ଖବର ଅନୁସାରେ, ଦିଲ୍ଲୀର ମଣ୍ଡାଭାଲି ଅଞ୍ଚଳରେ ରହୁଥିବା ଏବଂ ମାନେସରରେ ଷ୍ଟେସନ ମାଷ୍ଟର ଭାବେ କାର୍ଯ୍ୟ କରୁଥିବା ଭାରତ ଭଟ୍ଟି ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ଏହି ଉତ୍ସବ ଯେଉଁ ସ୍ଥାନରେ ହେଉଥିଲା ସେ ରାସ୍ତା ଭାରତଙ୍କୁ ଜଣା ନଥିଲା। ତେଣୁ ସେ ଗୁଗୁଲ୍ ମ୍ୟାପକୁ ବ୍ୟବହାର କରି ରାସ୍ତା ନିର୍ଣ୍ଣୟ କରି ଆଗକୁ ବଢିଥିଲେ। ଗୁଗୁଲ ମ୍ୟାପ ଯେଉଁ ଆଡକୁ ନିର୍ଦ୍ଦେଶ କରୁଥିଲା ଭାରତ ସେହି ରାସ୍ତା ଦେଇଈ ଆଗକୁ ମାଡ଼ି ଚାଲିଥିଲେ । କିନ୍ତୁ କିଛି ବାଟ ଯିବା ପରେ ରାସ୍ତା ଶେଷ ହୋଇଯାଇଥିଲା ଏବଂ ସାମ୍ନାରେ ଏକ ଗଭୀର ଡ୍ରେନ ଥିଲା। ଯାହାକୁ ଷ୍ଟେସନ ମାଷ୍ଟର ଜାଣି ପାରି ନ ଥିଲେ। ସେ ଯେମିତି ଆଗକୁ ବଢ଼ିଥିଲେ ଗାଡ଼ିଟି ସିଧା ୩୦ଫୁଟର ଗଭୀର ଡ୍ରେନ ଭିତରେ ପଶି ଯାଇଥିଲା। ସ୍ଥାନୀୟ ଲୋକମାନେ ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ।ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଷ୍ଟେସନ ଇନଚାର୍ଜ ତାଙ୍କ କନଷ୍ଟେବଳଙ୍କ ସହ ଷ୍ଟେସନ ମାଷ୍ଟରଙ୍କୁ ଡ୍ରେନ ଭିତରୁ ବାହାର କରିବାକୁ କଠିନ ପରିଶ୍ରମ କରିଥିଲେ । ଉଦ୍ଧାର ପରେ ଭାରତଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର