ଧାମନଗର ଉପନିର୍ବାଚନକୁ ନେଇ ଉଷ୍ମ ହେଉଛି ରାଜ୍ୟ ରାଜନୀତି : ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

The Sakala Picture
Published On

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ୧୪ ତାରିଖ ନାମାଙ୍କନ ଦାଖଲର ଶେଷଦିନ। ଏଥିପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏକ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ଧରି ରାଜ୍ୟରେ ଉପନିର୍ବାଚନରେ ଅପରାଜେୟ ଥିବା ବିଜେଡି ବିଜୟ ଧାରା ଅବ୍ୟାହତ ରଖିବା ଓ ବିଜେପି ହାତରୁ ଧାମନଗର ଆସନ ଛଡ଼ାଇ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଅନ୍ୟପକ୍ଷରେ ବିଷ୍ଣୁଙ୍କ ଅବର୍ତ୍ତମାନରେ ତାଙ୍କ ପରିବାର ପ୍ରତି ଅନୁକମ୍ପାକୁ ବିଜେପି ଭରସା କରିଥିବାବେଳେ […]

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ୧୪ ତାରିଖ ନାମାଙ୍କନ ଦାଖଲର ଶେଷଦିନ। ଏଥିପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏକ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ଧରି ରାଜ୍ୟରେ ଉପନିର୍ବାଚନରେ ଅପରାଜେୟ ଥିବା ବିଜେଡି ବିଜୟ ଧାରା ଅବ୍ୟାହତ ରଖିବା ଓ ବିଜେପି ହାତରୁ ଧାମନଗର ଆସନ ଛଡ଼ାଇ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଅନ୍ୟପକ୍ଷରେ ବିଷ୍ଣୁଙ୍କ ଅବର୍ତ୍ତମାନରେ ତାଙ୍କ ପରିବାର ପ୍ରତି ଅନୁକମ୍ପାକୁ ବିଜେପି ଭରସା କରିଥିବାବେଳେ ନିଜର ହୃତ ସମ୍ମାନ ଫେରି ପାଇବାକୁ କଂଗ୍ରେସ ଆରମ୍ଭ କରିଛି କସରତ। ମାତ୍ର ୨୦୧୯ ବିଧାନସଭା ନିର୍ବାଚନ ପରେ ଅନୁଷ୍ଠିତ ବିଜେପୁର, ତିର୍ତ୍ତୋଲ, ବାଲେଶ୍ୱର, ପିପିଲି, ବ୍ରଜରାଜନଗର ଆଦି ଉପନିର୍ବାଚନରେ ବିପୁଳ ବିଜୟର ବୈଜୟନ୍ତୀ ଉଡ଼ାଇଥିବା ବିଜେଡି ଧାମନଗର ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରିଛି। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଏହାର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ଧାମନଗର ବିଜେଡିରେ୍‌‌ ସମନ୍ୱୟର ଅଭାବ କାରଣରୁ ଅପ୍ରତ୍ୟାଶିତ ଭାବରେ ବିଷ୍ଣୁ ସେଠୀ ବିଜୟୀ ହୋଇଥିବା କୁହାଯାଉଥିଲା। ତେଣୁ ଦଳ ପୂର୍ବର ତ୍ରୁଟିବିଚ୍ୟୁତିକୁ ସୁଧାରି ଚଳିତ ଉପନିର୍ବାଚନରେ ରେକର୍ଡ ଭୋଟରେ ବିଜୟୀ ହେବ ସେଥିପାଇଁ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜେ ଏହାର ରଣନୀତି ପ୍ରସ୍ତୁତି କରୁଛନ୍ତି। ବିଭିନ୍ନ ଦିଗକୁ ବିଚାରକୁ ନେଲେ ଶାସକ ଦଳ ବର୍ତମାନ ବିଭିନ୍ନ ଦୃଷ୍ଟିରୁ ସହଜ ସ୍ଥିତିରେ ରହିଛି। ଯଦି ସବୁକିଛି ଯୋଜନା ମୁତାବକ କାର୍ଯ୍ୟାନ୍ୱୟନ ହୁଏ, ତାହେଲେ ଧାମନଗରରେ ବିଜେଡିର ବିଜୟ ବ୍ୟବଧାନ ଅନ୍ୟ ଉପନିର୍ବାଚନ ପରି ବୃହତ୍‌‌ ହେବା ସମ୍ଭାବନା ନିଶ୍ଚିତ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି। ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜେଡି ମାତ୍ର ମାତ୍ର ୪୬୨୫ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲା। ଜିଲ୍ଲା ବିଜେଡିରେ ସମନ୍ୱୟ ଅଭାବରୁ ତାଙ୍କର ବିଜୟ ସମ୍ଭବ ହେଲା ବୋଲି ଅନେକବାର ବିଷ୍ଣୁ ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଥିଲେ।

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

ଅନ୍ୟପକ୍ଷରେ କଂଗ୍ରେସରୁ ମୁହଁ ଫେରାଇଥିବା ଭୋଟରଙ୍କ ଏକ ବଡ଼ ଅଂଶ ବିଷ୍ଣୁଙ୍କ ସପକ୍ଷରେ ଯିବା ତାଙ୍କ ବିଜୟକୁ ସୁଗମ କରିଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ୨୦୧୪ ସାଧାରଣ ନିର୍ବାଚନରେ ପ୍ରାୟ ୩୦ ହଜାର ଭୋଟ ପାଇଥିବା କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନରେ ନିଜ ଅମାନତ୍‌‌ ହରାଇବା ସହ ମାତ୍ର ସାଢେ ୭ ହଜାର ଭୋଟ୍‌‌ ପାଇବାକୁ ସକ୍ଷମ ହୋଇଥିଲା। କଂଗ୍ରେସର ଏହି ୨୩ ହଜାର ଭୋଟର ଏକ ସିଂହଭାଗ ବିଷ୍ଣୁଙ୍କ ଖାତାକୁ ଯାଇଥିବା ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା। ତେବେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର ସମସ୍ତ ନେତା ଓ କର୍ମୀ ଏକ ହୋଇ ନିର୍ବାଚନ ଲଢିଥିବା ବେଳେ ବିଜେପିର ସମସ୍ତ ରଣନୀତି ଫେଲ୍‌‌ ମାରିଥିଲା। ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଜୋନ୍‌‌ରେ ବିଜେଡ଼ି ବିଜୟୀ ହୋଇଥିଲା। ଧାମନଗର ପଞ୍ଚାୟତ ସମିତି ଓ ଏନ୍‌‌ଏସି ଅଧ୍ୟକ୍ଷ ପଦ ମଧ୍ୟ ବିଜେଡି କବ୍‌‌ଜା କରିଥିଲା। ଅତଏବ ପୂର୍ବ ଫଳାଫଳ, ବିଜେଡିର ସାଂଗଠନିକ ସ୍ଥିତି, ନିର୍ବାଚନ ମଣ୍ଡଳୀ ପ୍ରତି ବିଷ୍ଣୁଙ୍କ ଅଣଦେଖାକୁ ବିଚାର କଲେ ବିଜେଡି ନିଜ ବିଜୟ ନେଇ ନିଶ୍ଚିତ ବୋଲି କୁହାଯାଉଛି। ଏହିକ୍ରମରେ ଧାମନଗରରେ ଦଳର ପ୍ରାର୍ଥିତ୍ୱ ଏବଂ ଅନ୍ୟାନ୍ୟ ବିଷୟରେ ରଣନୀତି ପ୍ରସ୍ତୁତ ପାଇଁ ଗୁରୁବାର ଶାସକ ବିଜେଡି ପକ୍ଷରୁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଜିଲ୍ଲାର ୪ ବିଧାୟକ ଏବଂ ସାଂସଦ ଉପସ୍ଥିତ ଥିଲେ। ବୈଠକରେ ଆଗାମୀ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଏବଂ ସାଂଗଠନିକ ସ୍ଥିତି ଉପରେ ବିଶଦ୍‌‌ ଭାବେ ଆଲୋଚନା ହୋଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ତାଙ୍କ ସମସ୍ତେ ଏକାଠି ହୋଇ କାମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ମଧ୍ୟ ଧାମନଗର ଉପନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱ ଦେଉଥିବା ସୂଚନା ମିଳିଛି। ଦଳର ଜଣେ ବରିଷ୍ଠ ନେତାଙ୍କୁ ଏଠାରେ ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି। ତେବେ ନିଜ ସ୍ଥିତି ଖୋଜୁଥିବା କଂଗ୍ରେସ ନିର୍ବାଚନରେ କେତେ ଭୋଟ ଗୋଟାଇବାକୁ ସଫଳ ହେବ ତାହା ପୂର୍ବାନୁମାନ କରିବା କଷ୍ଟକର ବ୍ୟାପାର। ଅତୀତର ବିଭିନ୍ନ ନିର୍ବାଚନଠାରୁ ନିକଟରେ ଅନୁଷ୍ଠିତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ରହିଛି। ଏହି ସ୍ଥିତିରେ ଚଳିତ ଉପନିର୍ବାଚନରେ ଦଳ ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଏବଂ ତାଙ୍କ ଝିଅ ଆଶାୟୀ ଥିବା କୁହାଯାଉଛି। ଅନନ୍ତ ପ୍ରାର୍ଥୀ ହେଲେ ଦଳୀୟ ଭୋଟ ହାର କିଛି ପରିମାଣରେ ଉପରମୁହାଁ ହୋଇପାରେ, ମାତ୍ର ଦ୍ୱିତୀୟସ୍ଥାନ ଦଖଲ ପାଇଁ ଯେ ଏହା ଯଥେଷ୍ଟ ହେବ ତାହା କୁହାଯିବା କଷ୍ଟକର ବ୍ୟାପାର। ଏହି ସ୍ଥିତିରେ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ କରିବା ଲାଗି ଦଳ ପକ୍ଷରୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ନିରଞ୍ଜନ ପଟ୍ଟନାୟକ ଏବଂ ବରିଷ୍ଠ ନେତା ଶରତ ରାଉତ ଓ ଜଗନ୍ନାଥ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି। ଏହିସ୍ଥିତିରେ କ୍ରମାଗତ ପରାଜୟ ଓ ଅମାନତ ହରାଇବାର ଧାରାକୁ ରୋକିବା ପାଇଁ ଦଳର ଯୋଜନା ଯଦି ସଫଳ ହୁଏ, ଏଥିରେ ବିଜେପି ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହେବା ଆକଳନ କରାଯାଉଛି।

ସେହିପରି ବିଷ୍ଣୁଙ୍କ ଅବର୍ତ୍ତମାନରେ ବିଜେପି ଅନୁକମ୍ପା ଭୋଟ ଏବଂ ଦଳୀୟ ସଂଗଠନକୁ ପାଥେୟ କରି ଧାମନଗର ଆସନ ବଞ୍ଚାଇବାକୁ ଯୋଜନା କରିଛି। ସ୍ୱର୍ଗତ ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟରେ ବିଜୟୀ ହେବାକୁ ବିଜେପି ଯେଉଁ ଲକ୍ଷ୍ୟ ରଖିଛି ତାହାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନୁକମ୍ପା ଭୋଟ ଯେ ବିଜୟୀ ହେବାରେ ପ୍ରମୁଖ କାରକ ହୋଇନପାରେ ତାହା ଗତ ବାଲେଶ୍ୱର ଉପ ନିର୍ବାଚନରେ ଦଳୀୟ ନେତାମାନେ ଅନୁଭବ କରିଛନ୍ତି। ମଦନମୋହନ ଦତ୍ତଙ୍କ ପରଲୋକ ପରେ ବାଲେଶ୍ୱର ଉପନିର୍ବାଚନରେ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ବିଜେପି ପରାଜୟର ମୁହଁ ଦେଖିଛି। ଅନ୍ୟପକ୍ଷରେ ଅସୁସ୍ଥତା ହେଉ କିମ୍ବା ବ୍ୟକ୍ତିଗତ କାରଣ ଯୋଗୁଁ ବିଧାୟକ ବିଷ୍ଣୁ ସେଠୀ ନିଜ ନିର୍ବାଚନମଣ୍ଡଳୀକୁ ସମୟ ଦେଇ ପାରି ନାହାନ୍ତି। ବିରୋଧୀ ଦଳ ଉପନେତା ପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ମଧ୍ୟ ଚିର ବନ୍ୟା ପ୍ରପୀଡିତ ଧାମନଗର ପାଇଁ ସେପରି କିଛି ଉଲ୍ଲେଖନୀୟ କାର୍ଯ୍ୟ କରିବାରେ ସଫଳ ହୋଇ ନାହାନ୍ତି। ଏସବୁ କାରଣ ଯୋଗୁଁ ନିର୍ବାଚନମଣ୍ଡଳୀର ଭୋଟର ସୂରଜଙ୍କୁ ମନଖୋଲା ସମର୍ଥନ ଦେବାକୁ କୁଣ୍ଠାପ୍ରକାଶ କରିପାରନ୍ତି ବୋଲି ମନେ କରାଯାଉଛି।

07 Oct 2022 By The Sakala

https://www.thesakala.in/big-news/state-politics-is-hot-for-dhamnagar-bypoll/article-15532
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର