ରାଜ୍ଯ କ୍ଯାବିନେଟରେ ୧୦ ପ୍ରସ୍ତାବକୁ ମୋହର

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଗତକାଲି ସୋମବାର ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ଆଜି ବିଧାନସଭାରେ ଏ ନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ । ଗ୍ରୀଡକୋ ଋଣ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ସମୟ ୭ ବର୍ଷକୁ ବୃଦ୍ଧି କରାଯାଇଛି । ରାଜ୍ୟସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ ମିଳିଛି । ସେହିଭଳି କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ହକି ଷ୍ଟାଡିୟମର ବିକାଶ ପାଇଁ ମଧ୍ଯ ନିଷ୍ପତ୍ତି […]

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଗତକାଲି ସୋମବାର ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ଆଜି ବିଧାନସଭାରେ ଏ ନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଗ୍ରୀଡକୋ ଋଣ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ସମୟ ୭ ବର୍ଷକୁ ବୃଦ୍ଧି କରାଯାଇଛି । ରାଜ୍ୟସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ ମିଳିଛି । ସେହିଭଳି କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ହକି ଷ୍ଟାଡିୟମର ବିକାଶ ପାଇଁ ମଧ୍ଯ ନିଷ୍ପତ୍ତି ହୋଇଛି । ୧୦୦ ଠିକା ଭାଷା ଶିକ୍ଷକ ପଦବୀ ନିୟମିତ କରିବାକୁ ମଞ୍ଜୁରୀ ମିଳିଛି । ବେସରକାରୀ ଡିଲରଙ୍କ ସମୟସୀମା ୫ ବର୍ଷ ୬ ମାସକୁ ବୃଦ୍ଧି କରାଯାଇଛି ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଓଡ଼ିଶା ଭେଷଜ ନିୟନ୍ତ୍ରାଳୟ ନିୟମ ୨୦୨୦କୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ ୨୦୨୧କୁ ଅନୁମୋଦନ ମିଳିଥିବା ବେଳେ ଓଡ଼ିଶା ହାଉସିଂ ବୋର୍ଡ ଅଧିନିୟମ ୧୯୬୮ ନିୟମାବଳୀର ସଂଶୋଧନ ହୋଇଛି । ଓଏସଏଚବି ଓ ବିଡିଏ ଉପରେ ଥିବା ବକେୟା ପରିଶୋଧକୁ ମଞ୍ଜୁରୀ ମିଳିବା ସହ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ସଂକ୍ରାନ୍ତୀୟ ସଂଶୋଧନକୁ ମଧ୍ୟ ଅନୁମୋଦନ ମିଳିଛି । ସେହିଭଳି ଓଡ଼ିଶା ଖଣିଜ ପଦାର୍ଥ ନିୟମ ୨୦୦୭ ସଂଶୋଧନକୁ ମୋହର ମାରିଛି କ୍ୟାବିନେଟ୍ ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର