ନିବେଶକଙ୍କର ପ୍ରଥମ ପସନ୍ଦ ରୁପା, ଏ ପର୍ଯ୍ୟନ୍ତ ଦେଲାଣି ୧୧ ପ୍ରତିଶତ ରିଟର୍ଣ୍ଣ…

The Sakala Picture
Published On

ନୂଆଦିଲ୍ଲୀ: ସମ୍ପ୍ରତି ଘରୋଇ ବଜାରରେ ସୁନା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପୁଞ୍ଜି ଜବାରରେ ଅନିଶ୍ଚିତତା ଯୋଗୁ ଘରୋଇ ବଜାରରେ ନିବେଶକଙ୍କ ଲାଗି ସୁନା ଏକ ଭରସାଯୋଗ୍ୟ ନିବେଶମାଧ୍ୟମ ସାଜିଛି। ତେବେ ସୁନା ତୁଳନାରେ ରୁପା ମଧ୍ୟ କୌଣସି ଗୁଣେ ପଛରେ ପଡିନାହିଁ । ସଚୁନା ଭଳି ବର୍ତ୍ତମାନ  ରୁପା ମଧ୍ୟ ନିବେଶକଙ୍କୁ ନିବେଶ ପାଇଁ ବେଶ ଆକର୍ଷିତ କରୁଥିବା ଜଣାପଡିଛି। ଏହି ଅନୁଯାୟୀ, ଚଳିତ ବର୍ଷ ରୁପା ଏ ପର୍ଯ୍ୟନ୍ତ ନିବେଶକଙ୍କୁ ୧୧ […]

ନୂଆଦିଲ୍ଲୀ: ସମ୍ପ୍ରତି ଘରୋଇ ବଜାରରେ ସୁନା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପୁଞ୍ଜି ଜବାରରେ ଅନିଶ୍ଚିତତା ଯୋଗୁ ଘରୋଇ ବଜାରରେ ନିବେଶକଙ୍କ ଲାଗି ସୁନା ଏକ ଭରସାଯୋଗ୍ୟ ନିବେଶମାଧ୍ୟମ ସାଜିଛି। ତେବେ ସୁନା ତୁଳନାରେ ରୁପା ମଧ୍ୟ କୌଣସି ଗୁଣେ ପଛରେ ପଡିନାହିଁ । ସଚୁନା ଭଳି ବର୍ତ୍ତମାନ  ରୁପା ମଧ୍ୟ ନିବେଶକଙ୍କୁ ନିବେଶ ପାଇଁ ବେଶ ଆକର୍ଷିତ କରୁଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏହି ଅନୁଯାୟୀ, ଚଳିତ ବର୍ଷ ରୁପା ଏ ପର୍ଯ୍ୟନ୍ତ ନିବେଶକଙ୍କୁ ୧୧ ପ୍ରତିଶତ ରିଟର୍ଣ୍ଣ ଦେଇସାରିଲାଣି। ପୁଞ୍ଜି ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ, ରୁପା ଆଗାମୀ ୩-୪ ବର୍ଷ ମଧ୍ୟରେ ନିବେଶକଙ୍କୁ ଅଧିକ ରିଟର୍ଣ୍ଣ ଦେବ। ଏଥିସହ ସୁନା ତୁଳନାରେ ରୁପାର ମୂଲ୍ୟ ଅଧିକ ବଢୁଛି। ରୂପା ମୂଲ୍ୟରେ ବୃଦ୍ଧିର ମୁଖ୍ୟ କାରଣ ହେଉଛି, ଏହି ଧାତୁ ଇନଭେଷ୍ଟମେଣ୍ଟ ଆସେଟ ସହ ଶିଳ୍ପ କ୍ଷେତ୍ରରେ ଅଧିକ ବ୍ୟବହାର କରାଯାଉଛି। ଏଥିସହ ସୁନା ତୁଳନାରେ ଏହା ଅଧିକ ସୁଲଭ। ଏଥିପାଇଁ ନିବେଶକମାନେ ଏହାକୁ ଅଧିକ ସହଜରେ କିଣିପାରିବେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଏ ସମ୍ପର୍କରେ ମେହେଟା ଇକ୍ୟୁଟିଜ୍ ଲିମିଟେଡର ଉପାଧ୍ୟକ୍ଷ ରାହୁଲ କଲନ୍ତ୍ରୀ କହିଛନ୍ତି ଯେ, ଦେଶରେ ରୁପାର ଫ୍ୟୁଚର ମୂଲ୍ୟ ଗତବର୍ଷ ୧୭.୫୦ ପ୍ରତିଶତ ବଢିଛି। ଏହା ବିଗତ ୧୦ ବର୍ଷରେ ହାରାହାରି ୯.୫୬ ପ୍ରତିଶତରୁ ଅଧିକ। ଗତ ଦୁଇ ବର୍ଷରେ ଏଥିରେ ଦୃଢ ପ୍ରଦର୍ଶନ ଦେଖିବାକୁ ମିଳିଛି ଏବଂ ଚଳିତ ବର୍ଷ ଏପର୍ଯ୍ୟନ୍ତ ଏଥିରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ଆଜି ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୦,୫୭୦ ଟଙ୍କା ରହିଥÒବାବେଳେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୮୭,୮୮୦ ଟଙ୍କା ରହିଛି। ସେହିପରି ରୁପା କିଲୋ ପିଛା ୧,୦୨,୨୦୦ ଟଙ୍କାରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର