ପୁଣି ଅଡୁଆରେ ଶିଳ୍ପା ଶେଟ୍ଟୀ ଓ ରାଜ କୁନ୍ଦ୍ରା, ଉଭୟଙ୍କ ବିରୋଧରେ ରୁଜୁ ହେଲା ଠକେଇ ମାମଲା

The Sakala Picture
Published On

ମୁମ୍ବଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି। ଗତ କିଛି ଦିନ ତଳେ ରାଜ କୁନ୍ଦ୍ରା ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲରେ ଗିରଫ ହୋଇ ୨ମାସ ଜେଲରେ ରହିବା ପରେ ଜାମିନ୍‌ରେ ଆସିଥିଲେ। ବର୍ତ୍ତମାନ ମଧ୍ୟ ଏହି ମାମଲାରେ କ୍ଲିନ୍‌ଚିଟ୍‌ ମିଳିନଥିବା ବେଳେ ପୁଣି ଏକ ମାମଲା ଏହି ଦମ୍ପତିଙ୍କ ବିରୋଧରେ ରୁଜୁ ହୋଇଛି। ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ […]

ମୁମ୍ବଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି। ଗତ କିଛି ଦିନ ତଳେ ରାଜ କୁନ୍ଦ୍ରା ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲରେ ଗିରଫ ହୋଇ ୨ମାସ ଜେଲରେ ରହିବା ପରେ ଜାମିନ୍‌ରେ ଆସିଥିଲେ। ବର୍ତ୍ତମାନ ମଧ୍ୟ ଏହି ମାମଲାରେ କ୍ଲିନ୍‌ଚିଟ୍‌ ମିଳିନଥିବା ବେଳେ ପୁଣି ଏକ ମାମଲା ଏହି ଦମ୍ପତିଙ୍କ ବିରୋଧରେ ରୁଜୁ ହୋଇଛି। ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିତିନ ବାରାଇ ନାମକ ଜଣେ ବ୍ୟକ୍ତି ବାନ୍ଦ୍ରା ପୁଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛନ୍ତି। ବରାଇ ଅଭିଯୋଗରେ କହିଛନ୍ତି ଯେ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ କମ୍ପାନୀର ଫ୍ରାଞ୍ଚାଇଜ୍ ନେଇ ପୁଣେର କୋରେଗାଓଁ ଅଞ୍ଚଳରେ ଏକ ସ୍ପା ଏବଂ ଜିମ୍ ଖୋଲିଲେ ତାଙ୍କୁ ବହୁତ ଲାଭ ମିଳିବ ବୋଲି ନିତିନ ବାରାଇଙ୍କୁ କହିଥିଲେ। ଏହାପରେ ଶିଳ୍ପା ଏବଂ ରାଜଙ୍କ ପରାମର୍ଶ ଅନୁଯାୟୀ ବାରାଇ ୧ କୋଟି ୫୯ ଲକ୍ଷ ୨୭ ହଜାର ଟଙ୍କା ବିନିଯୋଗ କରିଥିଲେ। କିନ୍ତୁ ଏହା ପରେ ଶିଳ୍ପା ଏବଂ ରାଜ ଟଙ୍କାକୁ ନିଜ ସ୍ୱାର୍ଥରେ ବ୍ୟବହାର କରିଥିଲେ। କେବଳ ଏତିକି ନୁହେଁ ଯେତେବେଳେ ସେ ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ ସେତେବେଳେ ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ବାରାଇଙ୍କ ଅଭିଯୋଗ ପରେ ବାନ୍ଦ୍ରା ପୁଲିସ ଆଇପିସିର ଧାରା ୪୦୬, ୪୦୯,୪୨୦,୫୦୬,୩୪ ଏବଂ ୧୨୦(ବି) ଅନୁଯାୟୀ ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରାଙ୍କ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହା ପରେ ବର୍ତ୍ତମାନ ମୁମ୍ବାଇ ପୁଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରିପାରେ । ଏଥି ସହିତ ଏହି ମାମଲାରେ ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ପକ୍ଷ ଜାଣିବା ପାଇଁ ପୁଲିସ ଶୀଘ୍ର ସେମାନଙ୍କ ସହ ଯୋଗାଯୋଗ କରିବ ବୋଲି କହିଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ସୂଚନାଯୋଗ୍ୟ ଅଶ୍ଳୀଳ ଭିଡିଓ ସୁଟି କରି ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ମାମଲାରେ  ଜୁଲାଇ ୧୯ରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍‌ । ପର୍ଣ୍ଣୋଗ୍ରାଫିକ ଚଳଚ୍ଚିତ୍ର ସୁଟିଂ ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଥିଲା କ୍ରାଇମ ବ୍ରାଞ୍ଚ । ଗତ ଫେବୃଆରୀରେ କୁନ୍ଦ୍ରାଙ୍କ ବିରୋଧରେ ପର୍ନୋଗ୍ରାଫି(ଅଶ୍ଲୀଳ ଚଳଚ୍ଚିତ୍ର) ପ୍ରସ୍ତୁତ କରିବା ଓ ସେଗୁଡ଼ିକୁ ବିଭିନ୍ନ ଆପ୍‌ ମାଧ୍ୟମରେ ପ୍ରସାରଣ କରିବା ଭଳି ଅଭିଯୋଗ ଆସିଥିଲା। ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ଏହାର ତଦନ୍ତ କରି ରାଜ୍‌ଙ୍କୁ ଗିରଫ କରିଥିଲା। ଏହାପରେ ସେପ୍ଟେମ୍ବର ୨୦ରେ ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲରେ ଗିରଫ ହୋଇ ୨ମାସ ଜେଲରେ ଥିବା ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଥିଲା।  ମୁମ୍ବାଇ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିବା ସହ କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କାର ବଣ୍ଡ ଦେବାକୁ ମଧ୍ୟ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର