ମହିଳା ଶକ୍ତିରେ ବଦଳିବ ରାଜ୍ୟର ଆର୍ଥିକ ଚିତ୍ର : ଉପାନ୍ତରେ ବ୍ୟାଙ୍କ ସେବା ଯୋଗାଇବେ ଏସ୍‌ଏଚ୍‌ଜି ସଦସ୍ୟା

The Sakala Picture
Published On

ଭୁବନେଶ୍ବର : ରାଜ୍ୟର ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବ୍ୟାଙ୍କ ସେବା ବିପର୍ଯ୍ୟସ୍ତ ଇଣ୍ଟରନେଟ ସେବା ଉପଲବ୍ଧ ନ ହେବା କାରଣରୁ ଅନେକ ସ୍ଥାନରେ ବ୍ୟାଙ୍କ ଶାଖା ଖୋଲାଯାଇ ପାରିନାହିଁ। ବ୍ୟାଙ୍କଗୁଡ଼ିକ ଦ୍ବାରା ନିଯୁକ୍ତ ବ୍ୟବସାୟିକ ବାହକ (ବିଜିନେସ୍ କରେସ୍‌ପଣ୍ଡେଣ୍ଟ) ମାନଙ୍କ ବିଫଳତା ଓ ନିମ୍ନ ପ୍ରଦର୍ଶନ ଉପାନ୍ତବାସୀଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାରେ ବାଧକ ହୋଇଛି । ଏହି ସ୍ଥିତିରେ ଉପାନ୍ତ ଅଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ‘ମିଶନ ଶକ୍ତି’ ଉପରେ ଭରସା କରିଛନ୍ତି ସରକାର […]

ଭୁବନେଶ୍ବର : ରାଜ୍ୟର ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବ୍ୟାଙ୍କ ସେବା ବିପର୍ଯ୍ୟସ୍ତ ଇଣ୍ଟରନେଟ ସେବା ଉପଲବ୍ଧ ନ ହେବା କାରଣରୁ ଅନେକ ସ୍ଥାନରେ ବ୍ୟାଙ୍କ ଶାଖା ଖୋଲାଯାଇ ପାରିନାହିଁ। ବ୍ୟାଙ୍କଗୁଡ଼ିକ ଦ୍ବାରା ନିଯୁକ୍ତ ବ୍ୟବସାୟିକ ବାହକ (ବିଜିନେସ୍ କରେସ୍‌ପଣ୍ଡେଣ୍ଟ) ମାନଙ୍କ ବିଫଳତା ଓ ନିମ୍ନ ପ୍ରଦର୍ଶନ ଉପାନ୍ତବାସୀଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାରେ ବାଧକ ହୋଇଛି । ଏହି ସ୍ଥିତିରେ ଉପାନ୍ତ ଅଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ‘ମିଶନ ଶକ୍ତି’ ଉପରେ ଭରସା କରିଛନ୍ତି ସରକାର । ଏମାନଙ୍କ ସ୍ଥାନରେ ରାଜ୍ୟରେ ମିଶନ୍‌ ଶକ୍ତି ଅଧୀନରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) ସଦସ୍ୟାମାନଙ୍କୁ ନିଯୁକ୍ତି ଦେଇ ବ୍ୟାଙ୍କ ସେବାକୁ ସୁଦୃଢ଼ କରିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଖୋଦ୍ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ନାବାର୍ଡ଼ର ଏକ କାର୍ଯ୍ୟକ୍ରମରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ପୂର୍ବରୁ ରାଜ୍ୟରେ ମିଶନ ଶକ୍ତିର ସଦସ୍ୟାମାନେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ସହରାଞ୍ଚଳରେ ପାଣି ବିଲ୍ ଆଦାୟ, ଆହାର କେନ୍ଦ୍ର ପରିଚାଳନା, ଗ୍ରାମାଞ୍ଚଳରେ ଟେଣ୍ଟ ହାଉସ ପରିଚଳନା, ଧାନ କିଣା ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ସମର୍ଥ ହୋଇଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାର ମିଶନ ଶକ୍ତିକୁ ଅଧିକ ଶକ୍ତିଶାଳୀ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ବ୍ୟାଙ୍କ ସାଥୀ ଭାବରେ ମଧ୍ୟ ସେମନେ କାର୍ଯ୍ୟ କରି ସଫଳତା ପାଇଛନ୍ତି । ଏହି ସ୍ଥିତିରେ ଉପାନ୍ତ ଅଞ୍ଚଳରେ ବ୍ୟାଙ୍କ ସେବାର ଦାୟିତ୍ବ ମିଶନଶକ୍ତିର ମହିଳାଙ୍କ ଉପରେ ନ୍ୟସ୍ତ କରିବାକୁ କେନ୍ଦ୍ର ନିକଟରେ ଦାବି କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ରାଜ୍ୟର ମିଶନ ଶକ୍ତିର ସଦସ୍ୟାମାନଙ୍କୁ ବ୍ରିକ୍‌ ଏବଂ ମୋଟାର ବ୍ୟାଙ୍କ ଶାଖାରେ ବିସି ଭାବେ ନିଯୁକ୍ତି ନେଇ ଆମେ ପୂର୍ବରୁ ରିଜର୍ଭବବ୍ୟାଙ୍କକୁ ଜଣାଇ ସାରିଛୁ। ଏହାବାଦ୍‌ ପଞ୍ଜାୟତ ସ୍ତରରେ ଅଧିକ ସଂଖ୍ୟାରେ ଏଟିଏମ୍‌ ଖୋଲିବା ନେଇ ମଧ୍ୟ ଆମେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବାରମ୍ବାର ଦାବି କରିଆସିଛୁ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ୮ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀର ୮୦ ଲକ୍ଷ ମହିଳା  ରାଜ୍ୟର ବିକାଶ ସହ ନିଜର ଆର୍ଥିକ ବିକାଶ ପାଇଁ ଘର ବାହାରକୁ ବାହାରିଛନ୍ତି । ନିଜ ପରିବାର ଆର୍ଥିକ ସ୍ଥିତି ପରିବର୍ତ୍ତରେ ମହିଳାମାନଙ୍କ ଅବଦାନ ଅତ୍ୟନ୍ତ ପ୍ରଭାବଶାଳୀ ରହିଛି । ତେଣୁ ସେମାନଙ୍କ ହାତରେ ବ୍ୟାଙ୍କ ସେବା ଅର୍ପଣ କରିବା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି । ମହିଳାମାନଙ୍କ ଆର୍ଥିକ ବିକାଶ ଓ ସ୍ବାବଲମ୍ବନ ଦେଶର ଜିଡ଼ିପି ଉପରେ ସର୍ବାଧିକ ପ୍ରଭାବ ପକାଇଥାଏ । ବାଂଲାଦେଶକୁ ଏହାର ଉଦାହରଣ ରପେ ନିଆଯାଇପାରେ । ଗତ ୧୦ବର୍ଷର୍ରେ ବାଂଲା ଦେଶରେ କାର୍ଯ୍ୟକ୍ଷେତ୍ରେ ମହିଳାଙ୍କ ଭାଗିଦାରୀ ୧୦ % ବୃଦ୍ଧି ପାଇଛି, ଯାହାର ପ୍ରତିଫଳନ ଦେଶର ଜିଡ଼ିପି ଉପରେ ଦେଖିବାକୁ ମିଳିଛି । ବାଂଲାଦେଶର ଜିଡ଼ିପି ଗତ ୧୦ ବର୍ଷର୍ରେ ୧୦ ଗୁଣ ଉପରକୁ ଉଠିଛି । ଓଡ଼ିଶାରେ ମଧ୍ୟ ଅନୁରୂପ ଉଦାହରଣ ସୃଷ୍ଟି କରିଛନ୍ତି ମିଶନ ଶକ୍ତି ଓ ଏହାର ମହିଳା ସଦସ୍ୟ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

13 Jul 2022 By The Sakala

ମହିଳା ଶକ୍ତିରେ ବଦଳିବ ରାଜ୍ୟର ଆର୍ଥିକ ଚିତ୍ର : ଉପାନ୍ତରେ ବ୍ୟାଙ୍କ ସେବା ଯୋଗାଇବେ ଏସ୍‌ଏଚ୍‌ଜି ସଦସ୍ୟା

ଭୁବନେଶ୍ବର : ରାଜ୍ୟର ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବ୍ୟାଙ୍କ ସେବା ବିପର୍ଯ୍ୟସ୍ତ ଇଣ୍ଟରନେଟ ସେବା ଉପଲବ୍ଧ ନ ହେବା କାରଣରୁ ଅନେକ ସ୍ଥାନରେ ବ୍ୟାଙ୍କ ଶାଖା ଖୋଲାଯାଇ ପାରିନାହିଁ। ବ୍ୟାଙ୍କଗୁଡ଼ିକ ଦ୍ବାରା ନିଯୁକ୍ତ ବ୍ୟବସାୟିକ ବାହକ (ବିଜିନେସ୍ କରେସ୍‌ପଣ୍ଡେଣ୍ଟ) ମାନଙ୍କ ବିଫଳତା ଓ ନିମ୍ନ ପ୍ରଦର୍ଶନ ଉପାନ୍ତବାସୀଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାରେ ବାଧକ ହୋଇଛି । ଏହି ସ୍ଥିତିରେ ଉପାନ୍ତ ଅଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ‘ମିଶନ ଶକ୍ତି’ ଉପରେ ଭରସା କରିଛନ୍ତି ସରକାର । ଏମାନଙ୍କ ସ୍ଥାନରେ ରାଜ୍ୟରେ ମିଶନ୍‌ ଶକ୍ତି ଅଧୀନରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) ସଦସ୍ୟାମାନଙ୍କୁ ନିଯୁକ୍ତି ଦେଇ ବ୍ୟାଙ୍କ ସେବାକୁ ସୁଦୃଢ଼ କରିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଖୋଦ୍ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ନାବାର୍ଡ଼ର ଏକ କାର୍ଯ୍ୟକ୍ରମରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

ପୂର୍ବରୁ ରାଜ୍ୟରେ ମିଶନ ଶକ୍ତିର ସଦସ୍ୟାମାନେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ସହରାଞ୍ଚଳରେ ପାଣି ବିଲ୍ ଆଦାୟ, ଆହାର କେନ୍ଦ୍ର ପରିଚାଳନା, ଗ୍ରାମାଞ୍ଚଳରେ ଟେଣ୍ଟ ହାଉସ ପରିଚଳନା, ଧାନ କିଣା ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ସମର୍ଥ ହୋଇଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାର ମିଶନ ଶକ୍ତିକୁ ଅଧିକ ଶକ୍ତିଶାଳୀ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ବ୍ୟାଙ୍କ ସାଥୀ ଭାବରେ ମଧ୍ୟ ସେମନେ କାର୍ଯ୍ୟ କରି ସଫଳତା ପାଇଛନ୍ତି । ଏହି ସ୍ଥିତିରେ ଉପାନ୍ତ ଅଞ୍ଚଳରେ ବ୍ୟାଙ୍କ ସେବାର ଦାୟିତ୍ବ ମିଶନଶକ୍ତିର ମହିଳାଙ୍କ ଉପରେ ନ୍ୟସ୍ତ କରିବାକୁ କେନ୍ଦ୍ର ନିକଟରେ ଦାବି କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ରାଜ୍ୟର ମିଶନ ଶକ୍ତିର ସଦସ୍ୟାମାନଙ୍କୁ ବ୍ରିକ୍‌ ଏବଂ ମୋଟାର ବ୍ୟାଙ୍କ ଶାଖାରେ ବିସି ଭାବେ ନିଯୁକ୍ତି ନେଇ ଆମେ ପୂର୍ବରୁ ରିଜର୍ଭବବ୍ୟାଙ୍କକୁ ଜଣାଇ ସାରିଛୁ। ଏହାବାଦ୍‌ ପଞ୍ଜାୟତ ସ୍ତରରେ ଅଧିକ ସଂଖ୍ୟାରେ ଏଟିଏମ୍‌ ଖୋଲିବା ନେଇ ମଧ୍ୟ ଆମେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବାରମ୍ବାର ଦାବି କରିଆସିଛୁ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ୮ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀର ୮୦ ଲକ୍ଷ ମହିଳା  ରାଜ୍ୟର ବିକାଶ ସହ ନିଜର ଆର୍ଥିକ ବିକାଶ ପାଇଁ ଘର ବାହାରକୁ ବାହାରିଛନ୍ତି । ନିଜ ପରିବାର ଆର୍ଥିକ ସ୍ଥିତି ପରିବର୍ତ୍ତରେ ମହିଳାମାନଙ୍କ ଅବଦାନ ଅତ୍ୟନ୍ତ ପ୍ରଭାବଶାଳୀ ରହିଛି । ତେଣୁ ସେମାନଙ୍କ ହାତରେ ବ୍ୟାଙ୍କ ସେବା ଅର୍ପଣ କରିବା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି । ମହିଳାମାନଙ୍କ ଆର୍ଥିକ ବିକାଶ ଓ ସ୍ବାବଲମ୍ବନ ଦେଶର ଜିଡ଼ିପି ଉପରେ ସର୍ବାଧିକ ପ୍ରଭାବ ପକାଇଥାଏ । ବାଂଲାଦେଶକୁ ଏହାର ଉଦାହରଣ ରପେ ନିଆଯାଇପାରେ । ଗତ ୧୦ବର୍ଷର୍ରେ ବାଂଲା ଦେଶରେ କାର୍ଯ୍ୟକ୍ଷେତ୍ରେ ମହିଳାଙ୍କ ଭାଗିଦାରୀ ୧୦ % ବୃଦ୍ଧି ପାଇଛି, ଯାହାର ପ୍ରତିଫଳନ ଦେଶର ଜିଡ଼ିପି ଉପରେ ଦେଖିବାକୁ ମିଳିଛି । ବାଂଲାଦେଶର ଜିଡ଼ିପି ଗତ ୧୦ ବର୍ଷର୍ରେ ୧୦ ଗୁଣ ଉପରକୁ ଉଠିଛି । ଓଡ଼ିଶାରେ ମଧ୍ୟ ଅନୁରୂପ ଉଦାହରଣ ସୃଷ୍ଟି କରିଛନ୍ତି ମିଶନ ଶକ୍ତି ଓ ଏହାର ମହିଳା ସଦସ୍ୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର