ପୂର୍ବରୁ ମଧ୍ୟ ଏପରି ଅନେକ ବିଦ୍ରୋହ ଦେଖିଛି, ପୁଣିଥରେ ଦଳକୁ ଛିଡ଼ା କରି ଦେଖାଇବି: ଶରଦ ପୱାର

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତିରେ ପୁଣିଥରେ ଆଜି ହଟଚମଟ ଦେଖିବାକୁ ମିଲିଛି । ଏନସିପି ନେତା ଅଜିତ ପୱାର ଶିନ୍ଦେ ସରକାର ସହ ମିଶି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ସେ ଦାବି କରି କହିଛନ୍ତି ଯେ ଏନସିପି ଦଳ ହେଉଛି ତାଙ୍କର ଏବଂ ଦଳର ସମସ୍ତ ବିଧାୟକ ଓ ନେତା ତାଙ୍କ ସହ ଅଛନ୍ତି । ଏହାର ଜବାବ ଦେଇ ଏବେ ଏନସିପି ମୁଖିଆ ଶରଦ ପୱାର କହିଛନ୍ତି ଯେ, ଜନତା କହିବେ ଦଳ […]

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତିରେ ପୁଣିଥରେ ଆଜି ହଟଚମଟ ଦେଖିବାକୁ ମିଲିଛି । ଏନସିପି ନେତା ଅଜିତ ପୱାର ଶିନ୍ଦେ ସରକାର ସହ ମିଶି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ସେ ଦାବି କରି କହିଛନ୍ତି ଯେ ଏନସିପି ଦଳ ହେଉଛି ତାଙ୍କର ଏବଂ ଦଳର ସମସ୍ତ ବିଧାୟକ ଓ ନେତା ତାଙ୍କ ସହ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ଏହାର ଜବାବ ଦେଇ ଏବେ ଏନସିପି ମୁଖିଆ ଶରଦ ପୱାର କହିଛନ୍ତି ଯେ, ଜନତା କହିବେ ଦଳ କାହାର । ଶରଦ କହିଛନ୍ତି ମୁଁ ଲୋକଙ୍କ ଗହଣକୁ ଯିବି ଏବେ ସମର୍ଥନ ଜୁଟାଇବି । ଏନସିପି ସୁପ୍ରିମୋ ଆଗକୁ କହିଛନ୍ତି, ଅଜିତ ପାଓ୍ବାର ବିଶ୍ବାସଘାତକ ନୁହେଁ ଚୋରି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ତାଙ୍କ ରାଜନୈତିକ କ୍ୟାରିୟରରେ ଏଭଳି ଅନେକ ସମସ୍ୟା ଦେଖିଛନ୍ତି । ଅନେକ ବିଧାୟକ ଏନସିପି ଛାଡି ଯାଇଛନ୍ତି । କିନ୍ତୁ ଭବିଷ୍ୟତରେ ସେମାନଙ୍କ ରାଜନୈତିକ କ୍ୟାରିୟର ଠପ ହୋଇଯାଇଛି । ଅଜିତଙ୍କ ବିଜେପି ସହ ଯିବା ବୟାନ ଉପରେ ଶରଦ କହିଛନ୍ତି ଏନସିପିର ବିଚାରଧାରା ଏହି କଥାର ଅନୁମତି ଦିଏନି ଯେ ବିଜେପି ସହ ମେଣ୍ଟ କରାଯିବ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଶରଦ ପୱାର କହିଛନ୍ତି ଯେ ମୁଁ ୬ ଜୁଲାଇରେ ସମସ୍ତ ନେତାମାନଙ୍କ ଏକ ବୈଠକ ଡକାଇଥିଲି । ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବାର ଥିଲା ଏବଂ ଦଳ ଭିତରେ କିଛି ପରିବର୍ତ୍ତନ କରାଯିବାର ଥିଲା କିନ୍ତୁ ଏହା ପୂର୍ବରୁ କିଛି ନେତା ବିଦ୍ରୋହ କରିଛନ୍ତି । ପ୍ରଧାନମନ୍ତ୍ରୀ କିଛି ଦିନ ତଳେ କହିଥିଲେ ଯେ ଏନସିପି ସମାପ୍ତ ହୋଇଯାଇଥିବା ଦଳ ଅଟେ । ପ୍ରଧାନମନ୍ତ୍ରୀ ଏନସିପିକୁ ଦୁର୍ନୀତିଖୋର ପାର୍ଟି କହୁଥିବା ବେଳେ ସେହି ଦଳରୁ ବିଧାୟକଙ୍କ ସହଯୋଗ କାହିଁକି ଲୋଡିଲେ ବୋଲି ପ୍ରଶ୍ନ କରିଛନ୍ତି ଶରଦ ପାଓ୍ବାର ।

ଏନସିପି ମୁଖିଆ ଶରଦ ଆଗକୁ କହିଛନ୍ତି, ନେତା ଦଳ ସହ ବିଦ୍ରୋହ କରିବା କୌଣସି ନୂଆ କଥା ନୁହେଁ । ୧୯୮୦ ମସିହାରେ ଯେଉଁ ଦଳର ନେତୃତ୍ୱ କରୁଥିଲି, ତାର ୫୮ ବିଧାୟକ ଥିଲେ. ପରେ ସମସ୍ତେ ଦଳ ଛାଡି଼ ଚାଲିଯାଇଥିଲେ ଏବଂ କେବଳ ୬ ବିଧାୟକ ରହିଥିଲେ । କିନ୍ତୁ ମୁଁ ସଂଖ୍ୟାକୁ ମଜବୁତ କରିଥିଲି ଏବଂ ଯେଉଁମାନେ ମୋତେ ଛାଡିଥିଲେ ସେମାନେ ନିଜ ନିର୍ବାଚନ କ୍ଷେତ୍ରରେ ପରାଜିତ ହୋଇଥିଲେ । ଏଥିର ମଧ୍ୟ କିଛି ନେତା ବିଦ୍ରୋହ କରିଛନ୍ତି । ମୁଁ ଦଳକୁ ପୁଣିଥରେ ଛିଡା କରି ଦେଖାଇବି ବୋଲି ଶରଦ ପୱାର କହିଛନ୍ତି ।

02 Jul 2023 By The Sakala

ପୂର୍ବରୁ ମଧ୍ୟ ଏପରି ଅନେକ ବିଦ୍ରୋହ ଦେଖିଛି, ପୁଣିଥରେ ଦଳକୁ ଛିଡ଼ା କରି ଦେଖାଇବି: ଶରଦ ପୱାର

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତିରେ ପୁଣିଥରେ ଆଜି ହଟଚମଟ ଦେଖିବାକୁ ମିଲିଛି । ଏନସିପି ନେତା ଅଜିତ ପୱାର ଶିନ୍ଦେ ସରକାର ସହ ମିଶି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ସେ ଦାବି କରି କହିଛନ୍ତି ଯେ ଏନସିପି ଦଳ ହେଉଛି ତାଙ୍କର ଏବଂ ଦଳର ସମସ୍ତ ବିଧାୟକ ଓ ନେତା ତାଙ୍କ ସହ ଅଛନ୍ତି ।

ଏହାର ଜବାବ ଦେଇ ଏବେ ଏନସିପି ମୁଖିଆ ଶରଦ ପୱାର କହିଛନ୍ତି ଯେ, ଜନତା କହିବେ ଦଳ କାହାର । ଶରଦ କହିଛନ୍ତି ମୁଁ ଲୋକଙ୍କ ଗହଣକୁ ଯିବି ଏବେ ସମର୍ଥନ ଜୁଟାଇବି । ଏନସିପି ସୁପ୍ରିମୋ ଆଗକୁ କହିଛନ୍ତି, ଅଜିତ ପାଓ୍ବାର ବିଶ୍ବାସଘାତକ ନୁହେଁ ଚୋରି କରିଛନ୍ତି ।

ତାଙ୍କ ରାଜନୈତିକ କ୍ୟାରିୟରରେ ଏଭଳି ଅନେକ ସମସ୍ୟା ଦେଖିଛନ୍ତି । ଅନେକ ବିଧାୟକ ଏନସିପି ଛାଡି ଯାଇଛନ୍ତି । କିନ୍ତୁ ଭବିଷ୍ୟତରେ ସେମାନଙ୍କ ରାଜନୈତିକ କ୍ୟାରିୟର ଠପ ହୋଇଯାଇଛି । ଅଜିତଙ୍କ ବିଜେପି ସହ ଯିବା ବୟାନ ଉପରେ ଶରଦ କହିଛନ୍ତି ଏନସିପିର ବିଚାରଧାରା ଏହି କଥାର ଅନୁମତି ଦିଏନି ଯେ ବିଜେପି ସହ ମେଣ୍ଟ କରାଯିବ ।

ଶରଦ ପୱାର କହିଛନ୍ତି ଯେ ମୁଁ ୬ ଜୁଲାଇରେ ସମସ୍ତ ନେତାମାନଙ୍କ ଏକ ବୈଠକ ଡକାଇଥିଲି । ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବାର ଥିଲା ଏବଂ ଦଳ ଭିତରେ କିଛି ପରିବର୍ତ୍ତନ କରାଯିବାର ଥିଲା କିନ୍ତୁ ଏହା ପୂର୍ବରୁ କିଛି ନେତା ବିଦ୍ରୋହ କରିଛନ୍ତି । ପ୍ରଧାନମନ୍ତ୍ରୀ କିଛି ଦିନ ତଳେ କହିଥିଲେ ଯେ ଏନସିପି ସମାପ୍ତ ହୋଇଯାଇଥିବା ଦଳ ଅଟେ । ପ୍ରଧାନମନ୍ତ୍ରୀ ଏନସିପିକୁ ଦୁର୍ନୀତିଖୋର ପାର୍ଟି କହୁଥିବା ବେଳେ ସେହି ଦଳରୁ ବିଧାୟକଙ୍କ ସହଯୋଗ କାହିଁକି ଲୋଡିଲେ ବୋଲି ପ୍ରଶ୍ନ କରିଛନ୍ତି ଶରଦ ପାଓ୍ବାର ।

ଏନସିପି ମୁଖିଆ ଶରଦ ଆଗକୁ କହିଛନ୍ତି, ନେତା ଦଳ ସହ ବିଦ୍ରୋହ କରିବା କୌଣସି ନୂଆ କଥା ନୁହେଁ । ୧୯୮୦ ମସିହାରେ ଯେଉଁ ଦଳର ନେତୃତ୍ୱ କରୁଥିଲି, ତାର ୫୮ ବିଧାୟକ ଥିଲେ. ପରେ ସମସ୍ତେ ଦଳ ଛାଡି଼ ଚାଲିଯାଇଥିଲେ ଏବଂ କେବଳ ୬ ବିଧାୟକ ରହିଥିଲେ । କିନ୍ତୁ ମୁଁ ସଂଖ୍ୟାକୁ ମଜବୁତ କରିଥିଲି ଏବଂ ଯେଉଁମାନେ ମୋତେ ଛାଡିଥିଲେ ସେମାନେ ନିଜ ନିର୍ବାଚନ କ୍ଷେତ୍ରରେ ପରାଜିତ ହୋଇଥିଲେ । ଏଥିର ମଧ୍ୟ କିଛି ନେତା ବିଦ୍ରୋହ କରିଛନ୍ତି । ମୁଁ ଦଳକୁ ପୁଣିଥରେ ଛିଡା କରି ଦେଖାଇବି ବୋଲି ଶରଦ ପୱାର କହିଛନ୍ତି ।

https://www.thesakala.in/big-news/sharad-pawar-reacts-to-nephew-ajits-mutiny/article-23144
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର