ଆଜି ବ୍ୟାହତ ହେବ SBI ଇଣ୍ଟରନେଟ୍‌ ବ୍ୟାଙ୍କିଂ ଓ ମୋବାଇଲ ଆପ୍ ସେବା

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ୪୪ କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର। ମାର୍ଚ୍ଚ ୨୩ ତାରିଖରେ ଏସବିଆଇର ସମସ୍ତ ଇଣ୍ଟରନେଟ ସେବା ବ୍ୟାହତ ହେବ। ଏ ସମ୍ପର୍କରେ ଏସବିଆଇର ଅଫିସିଆଲ ୱେବସାଇଟରେ ସୂଚନା ଜାରି କରାଯାଇଛି। କାରଣ ଆସନ୍ତାକାଲି ଇଣ୍ଟରନେଟ ବ୍ୟାଙ୍କିଂ ଆପ୍ଲିକେସନ, ୟୋନୋ, ୟୋନୋ ଲାଇଟ୍‌, ୟୋନୋ ବିଜ୍‌ନେସ ଆଦି ସେବାକୁ ଗ୍ରାହକମାନେ ଠିକ୍‌ ଭାବରେ ବ୍ୟବହାର କରିପାରିବେନାହିଁ। ଗ୍ରାହକ ସିଡ୍ୟୁଲ ଆକ୍ଟିଭିଟି କାରଣରୁ ଗ୍ରାହକମାନେ ଆସନ୍ତାକାଲି ୧ ଘଣ୍ଟା ପାଇଁ ଏଭଳି […]

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ୪୪ କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର। ମାର୍ଚ୍ଚ ୨୩ ତାରିଖରେ ଏସବିଆଇର ସମସ୍ତ ଇଣ୍ଟରନେଟ ସେବା ବ୍ୟାହତ ହେବ। ଏ ସମ୍ପର୍କରେ ଏସବିଆଇର ଅଫିସିଆଲ ୱେବସାଇଟରେ ସୂଚନା ଜାରି କରାଯାଇଛି। କାରଣ ଆସନ୍ତାକାଲି ଇଣ୍ଟରନେଟ ବ୍ୟାଙ୍କିଂ ଆପ୍ଲିକେସନ, ୟୋନୋ, ୟୋନୋ ଲାଇଟ୍‌, ୟୋନୋ ବିଜ୍‌ନେସ ଆଦି ସେବାକୁ ଗ୍ରାହକମାନେ ଠିକ୍‌ ଭାବରେ ବ୍ୟବହାର କରିପାରିବେନାହିଁ। ଗ୍ରାହକ ସିଡ୍ୟୁଲ ଆକ୍ଟିଭିଟି କାରଣରୁ ଗ୍ରାହକମାନେ ଆସନ୍ତାକାଲି ୧ ଘଣ୍ଟା ପାଇଁ ଏଭଳି ସମସ୍ୟାର ସମ୍ମୁଖୀନ ହେବେ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଏସ୍‌ବିଆଇ ୱେବସାଇଟ ମୁତାବକ, ମାର୍ଚ୍ଚ ୨୩ରେ ଗ୍ରାହକଙ୍କ ପାଇଁ ଇଣ୍ଟରନେଟ ଆପ୍ଲିକେସନ, ୟୋନୋ, ୟୋନୋ ଲାଇଟ୍, ୟୋନୋ ବିଜିନେସ ୱେବ ସମେତ ସମସ୍ତ ଆପ୍ ଏକ ଘଣ୍ଟା ପାଇଁ ଡାଉନ୍ ରହିବ। ଏଥିସହିତ ଗ୍ରାହକମାନେ ଇଣ୍ଟରନେଟ ବ୍ୟାଙ୍କିଂ ମଧ୍ୟ ବ୍ୟବହାର କରିପାରିବେନାହିଁ। ଶନିବାର ସକାଳ ୧ଟା ୧୦ ମିନିଟ୍‌ଠାରୁ ୨ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ଏଭଳି ସମସ୍ୟା ଦେଖିବାକୁ ମିଳିବ। ତେବେ ବେସିକ ସର୍ଭିସ ପାଇଁ ଗ୍ରାହକମାନେ ହ୍ୱାଟସଆପ ବ୍ୟାଙ୍କିଂ ସେବାର ଫାଇଦା ଉଠାଇପାରିବେ। ଏଥିସହିତ ଆପଣମାନେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏସବିଆଇର ଟୋଲ ଫ୍ରି ନମ୍ବରରେ ମଧ୍ୟ କଲ୍ କରିପାରିବେ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର