ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ୨ ଦିନିଆ ଆନ୍ଦୋଳନ ଡ଼ାକରା: ୫ ଦିନ ବନ୍ଦ ରହିପାରେ ବ୍ୟାଙ୍କ ସେବା

Madhusudan Das Picture
Published On

ନୂଆଦିଲ୍ଲୀ: ୧୬ ଦଫାର ବିଭିନ୍ନ ଦାବିନେଇ ସାରା ଦେଶରେ ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆର କର୍ମଚାରୀମାନେ ୨୫ ଓ ୨୬ ମେରେ ଦୁଇ ଦିନିଆ ଦେଶବ୍ୟାପୀ ହଡ଼ତାଳ ଡ଼ାକରା ଦେଇଛନ୍ତି। କର୍ମଚାରୀଙ୍କ ଅଧିକାର ସୁରକ୍ଷା, କାର୍ଯ୍ୟକ୍ଷେତ୍ରରେ ପରିବେଶର ସୁଧାର ଓ ଗ୍ରାହକ ସେବାକୁ ଧ୍ୟାନରେ ରଖି ଏହି ଡ଼ାକରା ଦିଆଯାଇଥିବା କୁହାଯାଉଛି। ବ୍ୟାଙ୍କରେ ଖାଲି ମେସେଞ୍ଜର୍‌ ପଦରେ ସ୍ଥାୟୀ ନିଯୁକ୍ତି, ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀଙ୍କ ନିଯୁକ୍ତି,  ପେନସନ ଫଣ୍ଡ ମ୍ୟାନେଜର୍‌ ବାଛିବାର ସୁବିଧା, ଇଣ୍ଟର ସର୍କଲ୍‌ ଟ୍ରାନ୍ସଫର ସୁଯୋଗ, ଆଉଟସୋର୍ସିଂ ବନ୍ଦ, ପର୍ଯ୍ୟାପ୍ତ କର୍ମଚାରୀ ନିଯୁକ୍ତି, ବେତନ ଓ ସୁବିଧାରେ ସମାନତା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଧିକ ସୁବିଧା, ଡ଼ାକ୍ତରୀ ସେବାର ସରଳୀକରଣ ଆଦି ପାଇଁ କର୍ମଚାରୀମାନେ ଦାବି କରିଛନ୍ତି । 

ଆହୁରି ପଢ଼ନ୍ତୁ: ନିର୍ବାଚନରେ ହାରିବା ପରେ ମମତା ବାନାର୍ଜୀଙ୍କ ବିସ୍ଫୋରକ ବୟାନ: ଇସ୍ତଫା ଦେବାକୁ କଲେ ମନା, ଆଣିଲେ ଇଭିଏମ୍ ହ୍ୟାକ୍ ଅଭିଯୋଗ

କର୍ମଚାରୀମାନଙ୍କ ଆନ୍ଦୋଳନ ଯୋଗୁଁ ଦେଶରେ ବ୍ୟାଙ୍କ ସେବା ବ୍ୟାପକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ୨୩ ମଇ ଚତୁର୍ଥ ଶନିବାର ଓ ୨୪ ମଇ ରବିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ। ୨୫ ଓ ୨୬ ମଇରେ କର୍ମଚାରୀଙ୍କ ଆନ୍ଦୋଳନ ଓ ୨୭ ମଇରେ ବକ୍ରିଦ୍‌ ପାଇଁ ବ୍ୟାଙ୍କ ବନ୍ଦ ରହିଲେ କ୍ରମାଗତ ୫ ଦିନ ପର୍ଯ୍ୟନ୍ତ ଗ୍ରାହକ ସେବା ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଯୁବତୀ; କହିଲେ, 'ସ୍ଥାନୀୟ ଲୋକେ ଆସିଲେ ବୋଲି ଆଜି ବଞ୍ଚିଛି'

06 May 2026 By Madhusudan Das

ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ୨ ଦିନିଆ ଆନ୍ଦୋଳନ ଡ଼ାକରା: ୫ ଦିନ ବନ୍ଦ ରହିପାରେ ବ୍ୟାଙ୍କ ସେବା

ନୂଆଦିଲ୍ଲୀ: ୧୬ ଦଫାର ବିଭିନ୍ନ ଦାବିନେଇ ସାରା ଦେଶରେ ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆର କର୍ମଚାରୀମାନେ ୨୫ ଓ ୨୬ ମେରେ ଦୁଇ ଦିନିଆ ଦେଶବ୍ୟାପୀ ହଡ଼ତାଳ ଡ଼ାକରା ଦେଇଛନ୍ତି। କର୍ମଚାରୀଙ୍କ ଅଧିକାର ସୁରକ୍ଷା, କାର୍ଯ୍ୟକ୍ଷେତ୍ରରେ ପରିବେଶର ସୁଧାର ଓ ଗ୍ରାହକ ସେବାକୁ ଧ୍ୟାନରେ ରଖି ଏହି ଡ଼ାକରା ଦିଆଯାଇଥିବା କୁହାଯାଉଛି। ବ୍ୟାଙ୍କରେ ଖାଲି ମେସେଞ୍ଜର୍‌ ପଦରେ ସ୍ଥାୟୀ ନିଯୁକ୍ତି, ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀଙ୍କ ନିଯୁକ୍ତି,  ପେନସନ ଫଣ୍ଡ ମ୍ୟାନେଜର୍‌ ବାଛିବାର ସୁବିଧା, ଇଣ୍ଟର ସର୍କଲ୍‌ ଟ୍ରାନ୍ସଫର ସୁଯୋଗ, ଆଉଟସୋର୍ସିଂ ବନ୍ଦ, ପର୍ଯ୍ୟାପ୍ତ କର୍ମଚାରୀ ନିଯୁକ୍ତି, ବେତନ ଓ ସୁବିଧାରେ ସମାନତା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଧିକ ସୁବିଧା, ଡ଼ାକ୍ତରୀ ସେବାର ସରଳୀକରଣ ଆଦି ପାଇଁ କର୍ମଚାରୀମାନେ ଦାବି କରିଛନ୍ତି । 

କର୍ମଚାରୀମାନଙ୍କ ଆନ୍ଦୋଳନ ଯୋଗୁଁ ଦେଶରେ ବ୍ୟାଙ୍କ ସେବା ବ୍ୟାପକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ୨୩ ମଇ ଚତୁର୍ଥ ଶନିବାର ଓ ୨୪ ମଇ ରବିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ। ୨୫ ଓ ୨୬ ମଇରେ କର୍ମଚାରୀଙ୍କ ଆନ୍ଦୋଳନ ଓ ୨୭ ମଇରେ ବକ୍ରିଦ୍‌ ପାଇଁ ବ୍ୟାଙ୍କ ବନ୍ଦ ରହିଲେ କ୍ରମାଗତ ୫ ଦିନ ପର୍ଯ୍ୟନ୍ତ ଗ୍ରାହକ ସେବା ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର