ବଦଳିଲା SBI ଏଟିଏମ୍‌ କାରବାର ନିୟମ: ଲକ୍ଷେ ଟଙ୍କା ବାଲାନ୍ସ ଥିଲେ ଏଟିଏମ୍‌ରୁ ଅସୀମିତ ଉଠାଣ ସୁବିଧା

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ତାର ଗ୍ରାହକମାନଙ୍କ ପାଇଁ ଏଟିଏମ୍‌ କାରବାର ଚାର୍ଜ ଏବଂ ମାଗଣା ଏଟିଏମ୍‌ ବ୍ୟବହାର ସୀମା ବୃଦ୍ଧି କରିଛି। ବ୍ୟାଙ୍କର ଏହି ନୂତନ ନିୟମ ଚଳିତବର୍ଷ ଫେବୃଆରୀ ପହିଲାଠାରୁ କାର୍ଯ୍ୟକାରୀ ହେବ। ଫି ଢ଼ାଞ୍ଚାକୁ ସୁଗମ କରିବା ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି। ଯାହା ଫଳରେ ଏସ୍‌ବିଆଇ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଏଟିଏମ୍‌ରେ ଆର୍ଥିକ ଏବଂ ଅଣ-ଆର୍ଥିକ କାରବାର ପ୍ରଭାବିତ ହେବ। ନୂତନ […]

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ତାର ଗ୍ରାହକମାନଙ୍କ ପାଇଁ ଏଟିଏମ୍‌ କାରବାର ଚାର୍ଜ ଏବଂ ମାଗଣା ଏଟିଏମ୍‌ ବ୍ୟବହାର ସୀମା ବୃଦ୍ଧି କରିଛି। ବ୍ୟାଙ୍କର ଏହି ନୂତନ ନିୟମ ଚଳିତବର୍ଷ ଫେବୃଆରୀ ପହିଲାଠାରୁ କାର୍ଯ୍ୟକାରୀ ହେବ। ଫି ଢ଼ାଞ୍ଚାକୁ ସୁଗମ କରିବା ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି। ଯାହା ଫଳରେ ଏସ୍‌ବିଆଇ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଏଟିଏମ୍‌ରେ ଆର୍ଥିକ ଏବଂ ଅଣ-ଆର୍ଥିକ କାରବାର ପ୍ରଭାବିତ ହେବ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ନୂତନ ନିୟମାନୁଯାୟୀ, ଯେଉଁ ଆକାଉଣ୍ଟଧାରୀ ବ୍ୟାଙ୍କ ଖାତାରେ ହାରାହାରି ମାସିକ ୧ ଲକ୍ଷ ଟଙ୍କାରୁ ଅଧିକ ବାଲାନ୍ସ ବଜାୟ ରଖିବେ, ସେମାନେ ଏସ୍‌ବିଆଇ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଏଟିଏମ୍‌ ଉଭୟରୁ ଅସୀମିତ ମାଗଣା କାରବାରର ସୁବିଧା ପାଇବେ। ଫଳରେ ସମସ୍ତ ମେଟ୍ରୋ କିମ୍ବା ଅଣ-ମେଟ୍ରୋ ଗ୍ରାହକମାନେ ଏବେ ପ୍ରତି ମାସରେ ଏସ୍‌ବିଆଇ ଏଟିଏମ୍‌ରୁ ୫ଟି ମାଗଣା ଏବଂ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ୧୦ଟି ମାଗଣା କାରବାର କରିପାରିବେ। ଯେଉଁ ଗ୍ରାହକମାନେ ୨୫,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା ମଧ୍ୟରେ ହାରାହାରି ମାସିକ ବାଲାନ୍ସ ବଜାୟ ରଖିବେ, ସେମାନେ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ୫ଟି ମାଗଣା କାରବାର ସୁବିଧା ପାଇବେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ମାସିକ ମାଗଣା ଏଟିଏମ୍‌ କାରବାର ସୀମା ସମାପ୍ତ ହେବା ପରେ, ଏସ୍‌ବିଆଇ ଏଟିଏମ୍‌ରେ ପ୍ରତ୍ୟେକ କାରବାର ପାଇଁ ୧୫ ଟଙ୍କା + ଜିଏସ୍‌ଟି ​​(ମେଟ୍ରୋ କିମ୍ବା ଅଣ-ମେଟ୍ରୋ) ଚାର୍ଜ ନିଆଯିବ। ଅନ୍ୟ ବ୍ୟାଙ୍କଗୁଡ଼ିକର ମାସିକ ମାଗଣା ଏଟିଏମ୍‌ କାରବାର ସୀମା ସମାପ୍ତ ହେବା ପରେ, ଏଟିଏମ୍‌ରେ ପ୍ରତ୍ୟେକ କାରବାର ପାଇଁ ୨୧ ଟଙ୍କା + ଜିଏସ୍‌ଟି​​(ମେଟ୍ରୋ କିମ୍ବା ଅଣ-ମେଟ୍ରୋ) ଚାର୍ଜ ଦେବାକୁ ପଡିବ। ମାଗଣା ସୀମା ସରିଯିବା ପରେ ମଧ୍ୟ ଏସ୍‌ବିଆଇ ଏଟିଏମ୍‌ରେ ବାଲାନ୍ସ ଚେକ୍‌ ଏବଂ ମିନି ଷ୍ଟେଟମେଣ୍ଟ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବନାହିଁ। ତଥାପି, ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ବାଲାନ୍ସ ଚେକ୍‌ ଏବଂ ମିନି ଷ୍ଟେଟମେଣ୍ଟ ପାଇଁ, ମାଗଣା ସୀମା ପରେ ୧୦ ଟଙ୍କା + ଜିଏସ୍‌ଟି ​​ଚାର୍ଜ ଲାଗୁ ହେବ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଆର୍‌ବିଆଇ ଏଡାର ଟଙ୍କା ଉଠାଣ ଶୁଳ୍କ ୨ଟଙ୍କା ବୃଦ୍ଧି କରିଛି। ଏହା ମେ’ ପହିଲାରୁ ଲାଗୁ ହେବ। ବର୍ତ୍ତମାନ, ମାଗଣା କାରବାର ସୀମା ଅତିକ୍ରମ କରିଥଲେ ଟଙ୍କା ଉଠାଣ ପାଇଁ ବ୍ୟାଙ୍କଗୁଡ଼ିକ ୨୧ ଟଙ୍କା ଚାର୍ଜ ଆଦାୟ କରନ୍ତି। ମେ ’ ପହିଲାରୁ ଏହି ଚାର୍ଜ ୨୩ ଟଙ୍କା ନେବେ। ପୂର୍ବରୁ, ଆର୍‌ବିଆଇ ମଧ୍ୟ ଏଟିଏମ୍‌ ଏକ୍ସଚେଞ୍ଜ ଫି’ ବୃଦ୍ଧି କରିବାକୁ ଘୋଷଣା କରିଥିଲା। ଆରବିଆଇ ମଧ୍ୟ ଇଣ୍ଟରଚେଞ୍ଜ ଫି’ରେ ୨ ଟଙ୍କା ବୃଦ୍ଧି କରିଛି। ଏହାର ଅର୍ଥ ହେଉଛି ଏବେ ପ୍ରତ୍ୟେକ କାରବାର ପାଇଁ ୧୯ ଟଙ୍କା ଇଣ୍ଟରଚେଞ୍ଜ ଚାର୍ଜ ଦେବାକୁ ପଡିବ, ଯାହା ପୂର୍ବରୁ ୧୭ ଟଙ୍କା ଥିଲା। ଏଟିଏମ୍‌ ଇଣ୍ଟରଚେଞ୍ଜ ଫି ହେଉଛି ଏକ ଶୁଳ୍କ ଯାହା ଗୋଟିଏ ବ୍ୟାଙ୍କ ଅନ୍ୟ ଏକ ବ୍ୟାଙ୍କକୁ ଏଟିଏମ୍‌ ସେବା ପ୍ରଦାନ କରିବା ପାଇଁ ଦେଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର