୩ ସ୍ୱୟଂସେବକଙ୍କୁ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ : ବିଷ୍ଣୁ, ମୋହନ ଓ ଭଜନଙ୍କ ଉପରେ ଆସ୍ଥା ପ୍ରକଟ କଲେ ବିଜେପି ହାଇକମାଣ୍ଡ

The Sakala Picture
Published On

ନୂଆଦିଲ୍ଲୀ : ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି ନାଁ ଘୋଷଣା କରିବା ପରେ ଗତ ୯ ଦିନ ଧରି ଲାଗି ରହିଥିବା ରାଜନୈତିକ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଏହା ସହ ବିଜେପି ପଛରେ ଥିବା ଶକ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶାସନରେ କେତେ ପ୍ରାଧାନ୍ୟ ତାହା ପୁଣି ଥରେ ସାମ୍ନାକୁ ଆସିଛି। କାରଣ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବହୁମତ ହାସଲ ପରେ ସରକାର ପାଇଁ ବିଜେପି ଘୋଷଣା କରିଥିବା ୩ […]

ନୂଆଦିଲ୍ଲୀ : ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି ନାଁ ଘୋଷଣା କରିବା ପରେ ଗତ ୯ ଦିନ ଧରି ଲାଗି ରହିଥିବା ରାଜନୈତିକ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଏହା ସହ ବିଜେପି ପଛରେ ଥିବା ଶକ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶାସନରେ କେତେ ପ୍ରାଧାନ୍ୟ ତାହା ପୁଣି ଥରେ ସାମ୍ନାକୁ ଆସିଛି। କାରଣ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବହୁମତ ହାସଲ ପରେ ସରକାର ପାଇଁ ବିଜେପି ଘୋଷଣା କରିଥିବା ୩ ମୁଖ୍ୟମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ସହ ଜଡିତ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ଛତିଶଗଡ ଏବଂ ମଧ୍ୟପ୍ରଦେଶ ପରେ ବିଜେପି ରାଜସ୍ଥାନରେ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ନାଁକୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି। ମଧ୍ୟପ୍ରଦେଶ ତଥା ଛତିଶଗଡ ଭଳି ରାଜସ୍ଥାନରେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଜଣେ ବିଧାୟକଙ୍କୁ ଦେଇଛି ଯାହାର ନାମ ଆଲୋଚନା ମଧ୍ୟ ହୋଇନାହିଁ। ରାଜସ୍ଥାନର ଭଜନଲାଲ ଶର୍ମା, ମଧ୍ୟପ୍ରଦେଶର ମୋହନ ଯାଦବ ଏବଂ ଛତିଶଗଡର ବିଷ୍ଣୁଦେବ ସାଏଙ୍କ ମଧ୍ୟରେ ସବୁଠାରୁ ବଡ଼ ସମାନତା ହେଉଛି ଏହି ତିନିଜଣ ହେଉଛନ୍ତି ବିଶ୍ୱର ସର୍ବବୃହତ ଅଣ-ରାଜନୈତିକ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସ୍ୱେଚ୍ଛାସେବୀ। ଏହି ତିନିଜଣଙ୍କର ସଂଘ ସହିତ ବହୁତ ପୁରୁଣା ସଂଯୋଗ ଅଛି । ଆଉ ଏହି ୩ ଜଣ ହଠାତ ଗଣମାଧ୍ୟମ ଏବଂ ରାଜନୀତିରେ ‘ଡାର୍କ ହର୍ସ’ ଭାବେ ଉଭା ହୋଇଛନ୍ତି। କାରଣ ବିଜେପି ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବହୁମତ ହାସଲ ପରେ କିଏ ମୁଖ୍ୟମନ୍ତ୍ରୀ ହେବ, ଏହାକୁ ନେଇ ହେଉଥିବା ଚର୍ଚ୍ଚାରେ ଏମାନଙ୍କ ନାଁ ନଥିଲା। ନାଁ ଗଣମାଧ୍ୟମ ନାଁ ରାଜନୈତିକ ମହଲ କେଉଁଠି ବି ଏମାନଙ୍କୁ ନେଇ କିଛି ଆଲୋଚନା ହେଉନଥିଲ। ହେଲେ ଏମାନଙ୍କ ଉପରେ ବିଜେପି ହାଇକମାଣ୍ଡ ଆସ୍ଥା ପ୍ରକଟ କରି ବଡ଼ ଦାୟିତ୍ବ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

୩ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଏହି ନେତାମାନଙ୍କ ମଧ୍ୟରୁ ରାଜସ୍ଥାନ ସିଏମ ଭଜନଲାଲ ଶର୍ମା ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତୃତୀୟ ଥର ପାଇଁ ବିଧାୟକ ହୋଇଛନ୍ତି। ସେହିପରି ଛତିଶଗଡର ବିଷ୍ଣୁଦେବ ସାଏ ଚାରିଥର ସାଂସଦ, ଦୁଇଥର ବିଧାୟକ, ଦୁଇଥର ରାଜ୍ୟ ସଭାପତି ଏବଂ ଥରେ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି। ତେବେ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ୩ ସ୍ୱୟଂସେବକଙ୍କୁ ଉତ୍ତର ଭାରତର ତିନିଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯିବା ହେତୁ ବର୍ତ୍ତମାନ ବିଜେପି ଓ ସଂଘର ସମ୍ପର୍କକୁ ନେଇ କେବଳ ପ୍ରଶ୍ନ ଉଠୁନାହିଁ, ଲୋକସଭା ନିର୍ବାଚନ ପାଇଁ ସଂଘର ପରାମର୍ଶ ହିଁ ଚୂଡାନ୍ତ ବୋଲି ଜଣାପଡିଯାଇଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା

ରାଜସ୍ଥାନ ମୁଖ୍ୟମନ୍ତ୍ରୀ  ଭଜନଲାଲ ଶର୍ମା ପ୍ରଥମ ଥର ପାଇଁ ରାଜଧାନୀ ଜୟପୁରର ସାଙ୍ଗାନେରରୁ ଆସନରୁ ବିଧାନସଭା ନିର୍ବାଚିତ ହୋଇଛନ୍ତି। ୫୬ ବର୍ଷୀୟ ଭଜନଲାଲ ଶର୍ମାଙ୍କ ଘର ରାଜସ୍ଥାନର ଭରତପୁରରେ। ସେ ସାଙ୍ଗାନେର ବିଧାନସଭା ଆସନରୁ ଏଥର ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ କଂଗ୍ରେସର ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ତାଙ୍କୁ ୧,୪୫,୧୬୨ ଖଣ୍ଡ ଭୋଟ୍ ମିଳିଥିଲା। ଭଜନଲାଲ ଶର୍ମା ଏବେ ରାଜସ୍ଥାନ ବିଜେପିର ସାଧାରଣ ସଂପାଦକ ଅଛନ୍ତି। ସେ ୪ ଥର ରାଜ୍ୟ ବିଜେପିର ସାଧାରଣ ସଂପାଦକ ହୋଇଛନ୍ତି। ସେ ଆରଏସ୍‌ଏସ୍‌ ଓ ଏବିଭିପି ସହିତ ମଧ୍ୟ ଜଡ଼ିତ ଥିଲେ। ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ। ଏହି ସସ୍ପେନ୍ସ ଏପରି ଥିଲା ଯେ ସେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବୋଲି କେହି ଟେର୍ ପାଇନଥିଲେ । ଏପରିକି ନିଜେ ମୋହନ ଯାଦବ ମଧ୍ୟ ଏହା ଜାଣିନଥିଲେ । ସୋମବାର ହୋଇଥିବା ବିଜେପି ବିଧାୟକ ଦଳ ବୈଠକ ସମୟରେ ମୋହନ ଯାଦବ ପଛ ଧାଡ଼ିରେ ବସିଥିଲେ । ତାଙ୍କ ନାମ ଘୋଷଣା ହେବା ମାତ୍ରେ ସେ ନିଜେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଏକଥା ଆଉ କେହି ନୁହେଁ, ସେ ନିଜେ କହିଛନ୍ତି ।

ମୋହନ ଯାଦବ ମଧ୍ୟପ୍ରଦେଶରେ ବିଜେପିର ଏକ ବଡ଼ ଓବିସି ଚେହେରା। ମୋହନ ଯାଦବଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ପିଏଚଡି। ୫୮ ବର୍ଷୀୟ ମୋହନ ଯାଦବଙ୍କ ରାଜନୈତିକ କ୍ୟାରିୟର ୧୯୮୪ ରେ ଆରମ୍ଭ ହୋଇଥିଲା ଯେତେବେଳେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ। ସେ ଆରଏସଏସର ଜଣେ ସଦସ୍ୟ ମଧ୍ୟ ଅଟନ୍ତି। ସେ ୨୦୧୩ ରେ ଉଜ୍ଜୟୀନ ଦକ୍ଷିଣରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ କ୍ରମାଗତ ତୃତୀୟ ନିର୍ବାଚନ ପାଇଁ ଏଠାରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏଥର ସେ କଂଗ୍ରେସ ପ୍ରାର୍ଥୀ ଚେତନ ପ୍ରେମ ନାରାୟଣ ଯାଦବଙ୍କୁ ୧୨୯୪୧ ଭୋଟରେ ପରାସ୍ତ କରିଛନ୍ତି। ମୋହନ ଯାଦବଙ୍କୁ ୯୫୬୯୯ ଭୋଟ୍ ମିଳିଥିଲା ​।

ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦରୁ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ, ଏହା ପରେ ସେ ଭାରତୀୟ ଜନତା ପାର୍ଟି ଯୁବା ମୋର୍ଚ୍ଚାକୁ ପ୍ରବେଶ କରିଥିଲେ। ଉଜ୍ଜୟୀନ ଦକ୍ଷିଣର ବିଧାୟକ ତଥା ଶିବରାଜ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ କାମ କରିଥିବା ବେଳେ ଏବେ ତାଙ୍କୁ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି।

ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ

ଛତିଶଗଡରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାବେଳେ ମଧ୍ୟ ବିଜେପି ଉପରେ ସଂଘର ପ୍ରଭାବ ସ୍ପଷ୍ଟ ଦେଖାଯାଉଥିଲା। ସଂଘର ଲାବୋରେଟୋରୀରୁ ବାହାରିଥିବା ବିଷ୍ଣୁଦେବ ସାଏ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ଛତିଶଗଡର ଯଶପୁର ଜିଲ୍ଲାର ଆଦିବାସୀ ପ୍ରାଧାନ୍ୟ ବିଷ୍ଣୁଦେବ ସାଏ ନିଜେ ସଂଘରୁ ହିଁ ଜନସାଧାରଣଙ୍କ ସହ ପରିଚିତ ହୋଇଥିଲେ। ବିଷ୍ଣୁଦେବ ସାଏ ଚାରିଥର ସାଂସଦ, ଦୁଇଥର ବିଧାୟକ, ଦୁଇଥର ରାଜ୍ୟ ସଭାପତି ଏବଂ ଥରେ କେନ୍ଦ୍ର ମନ୍ତ୍ରୀ ହୋଇସାରିଛନ୍ତି।

୧୯୬୪ ଫେବ୍ରୁଆରୀ ୨୧ରେ ଯାସପୁର ଜିଲ୍ଲାର ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ବିଷ୍ଣୁଦେବ ସରପଞ୍ଚରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।୧୯୯୦ରୁ ୧୯୯୮ ଥିଲେ ମଧ୍ୟପ୍ରଦେଶ ବିଧାୟକ । ୧୯୯୯ରେ ତ୍ରୟୋଦଶ ଲୋକସଭାକୁ ହୋଇଥିଲେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଚତୁର୍ଦ୍ଦଶ ଲୋକସଭାରୁ ଏବଂ ୨୦୦୯ ଓ ୨୦୧୪ରେ ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ସେ କୁନକୁରୀ ବିଧାନସଭାରୁ ପ୍ରତିନିଧିତ୍ବ କରୁଛନ୍ତି ।

୨୦୧୮ରେ ବିଧାନସଭା ନିର୍ବାଚନରେ ​​ବିଜେପି ହାରିଯିବା ପରେ ମଧ୍ୟ ଛତିଶଗଡର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସମ୍ପୂର୍ଣ୍ଣ ସକ୍ରିୟ ଥିଲା। ସଂଘର ମୁଖ୍ୟ ମୋହନ ଭାଗବତ ମଧ୍ୟ ସେହି ସମୟରେ ଛତିଶଗଡ ଗସ୍ତରେ ଆସିଥିଲେ। ସଂଘର କର୍ମକର୍ତ୍ତାମାନେ ପୁଣିଥରେ ରାଜ୍ୟରେ ବିଜେପିର ସ୍ଥିତିକୁ ମଜବୁତ କରିଥିଲେ। ସଂଘର ପରାମର୍ଶରେ ଆଦିବାସୀ ସମ୍ପ୍ରଦାୟର ଜଣେ ପୁରୁଣା ସ୍ୱେଚ୍ଛାସେବୀ ବିଷ୍ଣୁ ଦେବ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦିଆଯାଇଛି।

12 Dec 2023 By The Sakala

https://www.thesakala.in/big-news/rss-and-bjp-connection-bhajanlal-sharma-in-rajasthan-vishnudev-sai-in-chhattisgarh-and-mohan-yadav-in-mp/article-28168
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର