ସଙ୍କଟରେ ‘ମହା ଅଘାଡ଼ି’ ସରକାର : ଶିବସେନାର ୪୦ ବିଦ୍ରୋହୀ ବିଧାୟକଙ୍କୁ ଧରି ଗୌହାଟୀରେ ପହଞ୍ଚିଲେ ଏକନାଥ ସିନ୍ଧେ

The Sakala Picture
Published On

ମୁମ୍ବାଇ : ଦୀର୍ଘ ୩୦ ମାସ ପରେ ପୁଣିଥରେ ମହାରାଷ୍ଟ୍ରରେ ଆରମ୍ଭ ହୋଇଛି କ୍ଷମତା ଲଢ଼େଇ। ଶିବସେନା ବିଧାୟକ ଦଳ ନେତା ଏକନାଥ ସିନ୍ଧେଙ୍କ ସହ ୪୦ ଶିବସେନା ବିଧାୟକ ଓ ମନ୍ତ୍ରୀ ବିଜେପି ସହ ମେଣ୍ଟ ଦାବି କରି ବିଦ୍ରୋହ ଆରମ୍ଭ କରିଛନ୍ତି। ମୁମ୍ବାଇ ଛାଡ଼ି ସୁରତର ମେରିଡ଼ିଅନ ହୋଟେଲରେ ଡେରା ପକାଇ ଥିବା ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶିବସେନାର ୪୦ଜଣ ବିଦ୍ରୋହୀ ବିଧାୟକ ଗତ ପାହାନ୍ତାରେ ଗୁଜରାଟର ସୁରତସ୍ଥିତ ହୋଟେଲ୍‌ରୁ ବାହାରି […]

ମୁମ୍ବାଇ : ଦୀର୍ଘ ୩୦ ମାସ ପରେ ପୁଣିଥରେ ମହାରାଷ୍ଟ୍ରରେ ଆରମ୍ଭ ହୋଇଛି କ୍ଷମତା ଲଢ଼େଇ। ଶିବସେନା ବିଧାୟକ ଦଳ ନେତା ଏକନାଥ ସିନ୍ଧେଙ୍କ ସହ ୪୦ ଶିବସେନା ବିଧାୟକ ଓ ମନ୍ତ୍ରୀ ବିଜେପି ସହ ମେଣ୍ଟ ଦାବି କରି ବିଦ୍ରୋହ ଆରମ୍ଭ କରିଛନ୍ତି। ମୁମ୍ବାଇ ଛାଡ଼ି ସୁରତର ମେରିଡ଼ିଅନ ହୋଟେଲରେ ଡେରା ପକାଇ ଥିବା ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶିବସେନାର ୪୦ଜଣ ବିଦ୍ରୋହୀ ବିଧାୟକ ଗତ ପାହାନ୍ତାରେ ଗୁଜରାଟର ସୁରତସ୍ଥିତ ହୋଟେଲ୍‌ରୁ ବାହାରି ବିମାନ ଯୋଗେ ଆସାମର ଗୌହାଟୀ ଅଭିମୁଖେ ଯାତ୍ରା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ସମ୍ବାଦ ସରବରାହ ସଂସ୍ଥା ‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ, ସୁରତସ୍ଥିତ ‘ଲି ମେରିଡିଏନ୍‌ ହୋଟେଲ୍‌’ରେ ରହୁଥିବା ପ୍ରାୟ ୭ଜଣ ସ୍ବାଧୀନ ବିଧାୟକ ମଧ୍ୟ ସିନ୍ଧେଙ୍କ ସହିତ ଗ‌ୌହାଟୀରେ ପହଞ୍ଚିଛନ୍ତି।ବିଦ୍ରୋହୀ ବିଧାୟକମାନଙ୍କୁ ପାହାନ୍ତା ସମୟରେ ବିଳାସମୟ ବସ୍‌ରେ ବସାଇ ବିମାନ ବନ୍ଦରକୁ ନିଆଯାଇଥିଲା। ସେଠାରୁ ସେମାନେ ଅନ୍ୟତମ ବିଜେପି ଶାସିତ ରାଜ୍ୟ ଆସାମ ଅଭିମୁଖେ ବିମାନ ଯାତ୍ରା କରିଥିଲେ।ସୁରତ ବିମାନ ବନ୍ଦରରେ ଏକନାଥ ସିନ୍ଧେ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ବାଲାସାବେହ ଠାକ୍‌ରେଙ୍କ ଶିବସେନା ପରିତ୍ୟାଗ କରିନାହୁଁ, କି କରିବୁ ନାହିଁ। ଆମେ ବାଲାସାହେବଙ୍କ ହିନ୍ଦୁତ୍ବ ମାନି ଚଳୁଛୁ ଏବଂ ଏହି ଧାରାକୁ ଅଗ୍ରସର କରାଇବୁ।

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

ସେପଟେ ଗତକାଲି ଉଦ୍ଧବ ଠାକରେଙ୍କ ସହ ଏକନାଥ ସିନ୍ଧେ ଫୋନ୍‌ରେ କଥା ହେବା ସହ ଏକ ସର୍ତ୍ତ ରଖିଛନ୍ତି । ବିଜେପି ସହ ମେଣ୍ଟ କଲେ ପାର୍ଟି ଭାଙ୍ଗିବନି । ଯଦି ଉଦ୍ଧବ ଠାକରେ ବିଜେପି ସହ ମେଣ୍ଟ କରିବାକୁ ପ୍ରସ୍ତୁତ ହୁଅନ୍ତି, ତେବେ ଶିବସେନା ଦଳରେ ବିଭାଜନ ହେବ ନାହିଁ। ସମସ୍ତ ବିଧାୟକ ପୁଣିଥରେ ଫେରିବେ ବୋଲି ଏକନାଥ ସିନ୍ଧେ କହିଥିଲେ।  ଏଥିସହ ଏକନାଥ କହିଛନ୍ତି, ସେ ବାଲାସାହେବ ଠାକେରଙ୍କ ଦଳ ଶିବସେନାଙ୍କ ସହ ଅଛନ୍ତି । ଏପଟେ ଘଟଣାକୁ ନେଇ ଆଜି ଦିନ ଗୋଟାଏରେ ମହାରାଷ୍ଟ୍ର କ୍ୟାବିନେଟ ବୈଠକ ଡାକିଛନ୍ତି ଉଦ୍ଧବ ଠାକରେ । କଂଗ୍ରେସ ଏବଂ ଏନସିପି ସହ ମେଣ୍ଟ ଭାଙ୍ଗି ବିଜେପି ସହ ମେଣ୍ଟ କରିବାକୁ ସର୍ତ୍ତ ରଖିଛନ୍ତି । ଏପରିକି ଏକନାଥ ସିନ୍ଦେ ନିଜେ ମୁଖ୍ୟମନ୍ତ୍ରୀ ଆସନ ଉପରେ ଆଖି ପକାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏନେଇ ସିନ୍ଦେ, ୩ ବିଧାୟକଙ୍କୁ ମାତୋଶ୍ରୀ ପଠାଇଥିଲେ । ସେଠାରେ କଣ ଆଲୋଚନା ହୋଇଥିଲା ତାହା ସାମ୍ନାକୁ ଆସିନାହିଁ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‍ରେ ବିଧାୟକ ଦଳ ନେତା ପଦରୁ ଏକନାଥ ସିନ୍ଧେଙ୍କୁ ହଟାଇ ତାଙ୍କ ସ୍ଥାନରେ ଅଜୟ ଚୌଧୁରୀଙ୍କୁ ନୂଆ ବିଧାୟକ ଦଳ ନେତା ନିଯୁକ୍ତ କରିଛନ୍ତି। ଏହି ଘଟଣା ପରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା-କଂଗ୍ରେସ-ଏନ୍‍ସିପି ‘ମହା ଅଘାଡ଼ି’ ସରକାରର ସ୍ଥିତି ବିପଦରେ ପଡ଼ିଛି।
ସେପେଟ  ଏକନାଥ ସିନ୍ଧେଙ୍କ ବିଦ୍ରୋହ ପରେ ମଧ୍ୟ ମହାରାଷ୍ଟ୍ରରେ ଉଦ୍ଧବ ସରକାର ପାଇଁ ବିପଦ ନ ଥିବା ଶିବସେନା ଦାବି କରିଛି। ଏବେ ମଧ୍ୟ ଉଦ୍ଧବଙ୍କ ନିକଟରେ ସରକାର ନିମନ୍ତେ ଆବଶ୍ୟକ ୧୪୪ ସଂଖ୍ୟାରୁ ଅଧିକ ବିଧାୟକ ଅଛନ୍ତି ବୋଲି ଦଳ ଦାବି କରିଛି। ମହାରାଷ୍ଟ୍ରର ମୋଟ ୨୮୮ ଆସନ ମଧ୍ୟରୁ ଜଣେ ବିଧାୟକଙ୍କ ମୃତ୍ୟୁ ଘଟିଛି। ଉଦ୍ଧବ ସରକାରକୁ ଶିବସେନାର ୫୫, ଏନ୍‍ସିପିର ୫୩, କଂଗ୍ରେସର ୪୪ ବିଧାୟକଙ୍କ ସହ ଏଆଇଏମ୍‍ଆଇଏମ୍‍ର ୨, ବିବିଏର ୩, ପିଜିପିର ୨, ସମାଜବାଦୀ ପାର୍ଟିର ୨ ଓ ୯ ଜଣ ଅନ୍ୟ ସ୍ୱାଧୀନ ବିଧାୟକଙ୍କ ସମର୍ଥନ କରୁଥିବା ଦଳ ଦାବି କରିଛି।

ମହାରାଷ୍ଟ ମହାଅଘାଡ଼ି ସରକାରରେ ରହିଥିବା ଫାଟ କିଛିଦିନ ତଳେ ସ୍ପଷ୍ଟ ହୋଇଥିଲା। ରାଜ୍ୟସଭା ନିର୍ବାଚନରେ ବିଜେପିର ୩ ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ ଏବଂ ସେମାନଙ୍କୁ ୧୩୪ଟି ଭୋଟ ମିଳିଥିଲା। ବିଜେପି ଓ ଏହାର ସହଯୋଗୀଙ୍କ ନିକଟରେ ୧୧୩ଟି ଭୋଟ ଥିବାବେଳେ ଶିବସେନା ଓ ଅନ୍ୟ ଦଳରୁ ୨୧ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ଜଣାପଡ଼ିବା ପରେ ଅଘାଡ଼ିରେ ସବୁକିଛି ଠିକ୍‍ ନ ଥିବା ଚର୍ଚ୍ଚା ହୋଇଥିଲା। ଅଘାଡ଼ିରେ ସାମିଲ ଦଳଗୁଡ଼ିକ ନିକଟରେ ୧୭୦ ଭୋଟ ଥିବାବେଳେ ଏକନାଥ ଗୋଷ୍ଠୀର ୩୦ ଜଣ ବିଧାୟକଙ୍କ ବିଦ୍ରୋହ ସରକାର ପାଇଁ ସମସ୍ୟା ସୃଷ୍ଟି କରିଛି। ଏହି ୩୦ ଜଣ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ମହାବିକାଶ ଅଘାଡ଼ି ସରକାର ସଂଖ୍ୟାଲଘୁ ହୋଇଯିବାର ଆଶଙ୍କା ଦେଖା ଦେଇଛି।

ଏହି ପରିପ୍ରେକ୍ଷୀରେ ବିଜେପି ସ୍ପଷ୍ଟ ଭାବରେ ଏହି ପ୍ରସଙ୍ଗରେ କୌଣସି ମତାମତ ଦେଇନାହିଁ। ଦଳ ପକ୍ଷରୁ କୁହାଯାଇଛି ଏହା ଶିବସେନାର ଆଭ୍ୟନ୍ତରୀଣ ବ୍ୟାପାର। ଯଦି ସିନ୍ଧେଙ୍କ ଗୋଷ୍ଠୀ ପକ୍ଷରୁ ସରକାର ଗଠନ ନିମନ୍ତେ ସମର୍ଥନ ଲୋଡ଼ାଯାଏ ତେବେ ଦଳ ବିଚାର କରିବ ବୋଲି ମହାରାଷ୍ଟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି। ୨୦୧୯ ନିର୍ବାଚନ ପରେ ବିଜେପି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ପ୍ରୟାସ କରି ବିଫଳ ହୋଇଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ବିଜେପି ଅତ୍ୟନ୍ତ ସତର୍କତାର ସହ ପରିସ୍ଥିତି ଉପରେ ଲକ୍ଷ୍ୟ ରଖିଛି। ସେହିପରି ଅଘାଡ଼ିର ଅନ୍ୟତମ ମୁଖ୍ୟ ସଦସ୍ୟ ଏନ୍‍ସିପି ମଧ୍ୟ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛି। ଏନ୍‍ସିପି ମୁଖ୍ୟ ଶରଦ ପାୱାର ଘଟଣାକୁ ଶିବସେନାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଉଲ୍ଲେଖ କରି ଏଥିରୁ ଦୂରେଇ ରହିବାକୁ ଚେଷ୍ଟା କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକନାଥ ସିନ୍ଧେ ଆରମ୍ଭରୁ ବିଜେପି ସହ ମେଣ୍ଟ ସମର୍ଥନରେ ଅଛନ୍ତି ଏବଂ କଂଗ୍ରେସ-ଏନ୍‍ସିପି ସମର୍ଥନରେ ସରକାର ଗଠନକୁ ବିରୋଧ କରୁଛନ୍ତି। ଏନ୍‍ସିପି ଓ କଂଗ୍ରେସ ସମର୍ଥନରେ ସରକାର ରାଜ୍ୟର ହିନ୍ଦୁମାନଙ୍କ ବିଶ୍ୱାସ ହରାଇଛି ବୋଲି ବିଭିନ୍ନ ସମୟରେ ମତ ଦେଇଛନ୍ତି।

22 Jun 2022 By The Sakala

https://www.thesakala.in/big-news/rebel-shiv-sena-leader-eknath-shinde-along-with-other-party-mlas-arrived-in-guwahati/article-12673
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର