ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ; ଏହିସବୁ ସୁବିଧା ପାଇବେ ସାଧାରଣ ଲୋକ...

Madhusudan Das Picture
Published On

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ବଡ଼ ଆଶ୍ବସ୍ତି । କମିଲା ରେପୋ ରେଟ୍ । ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ ।  ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ଆଗରୁ ଏହା ୫.୫ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ରହିଛି ୫.୨୫ ପ୍ରତିଶତ। ମନିଟାରୀ ପଲିସ କମିଟି ବୈଠକ ପରେ ରେପୋ ରେଟ୍ ହ୍ରାସ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ସଂଜୟ ମାଲହୋତ୍ରା । ରେପୋ ରେଟ୍ କମିବା ପରେ ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଲୋନ୍ ଏବଂ EMI ଉପରେ ପଡିବ ।  EMI ଶସ୍ତା ହେବା ସହ ବ୍ୟାଙ୍କଗୁଡିକ ଗୃହ ଋଣ ଏବଂ ଗାଡ଼ି ଋଣ ଉପରେ ସୁଧ ହାର କମାଇବେ । 

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ରେପୋ ରେଟ୍ କମିବା ଦ୍ୱାରା ଆପଣଙ୍କ ମାସିକ କିସ୍ତି ବା EMI କମିଯିବ। ଯଦି ଆପଣ ୫୦ ଲକ୍ଷ ଟଙ୍କାର ଗୃହ ଋଣ ୨୦ ବର୍ଷ ପାଇଁ ନେଇଛନ୍ତି, ତେବେ ଆପଣଙ୍କର ବାର୍ଷିକ ପ୍ରାୟ ୪,୨୦୦ ଟଙ୍କା ସଞ୍ଚୟ ହେବ। ମୋଟ ସୁଧ ଉପରେ ଆପଣ ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କା ବଞ୍ଚାଇ ପାରିବେ। ୧୦ ଲକ୍ଷ ଟଙ୍କାର ଗାଡ଼ି ଋଣ ଉପରେ ମାସକୁ ପ୍ରାୟ ୫୦୦ ଟଙ୍କା କମିପାରେ ।  ଯେଉଁ ଗ୍ରାହକମାନଙ୍କର ଲୋନ୍ ରେପୋ ରେଟ୍ ସହିତ ଯୋଡ଼ା ହୋଇଛି, ସେମାନେ ତୁରନ୍ତ ଏହାର ଲାଭ ପାଇବେ ।  ସେହିପରି ଋଣ ଶସ୍ତା ହେବା ସହିତ ଫିକ୍ସ ଡିପୋଜିଟ୍ ବା FD ଉପରେ ମିଳୁଥିବା ସୁଧ ହାର ମଧ୍ୟ ସାମାନ୍ୟ କମିପାରେ ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

05 Dec 2025 By Madhusudan Das

ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ; ଏହିସବୁ ସୁବିଧା ପାଇବେ ସାଧାରଣ ଲୋକ...

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ବଡ଼ ଆଶ୍ବସ୍ତି । କମିଲା ରେପୋ ରେଟ୍ । ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ ।  ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ଆଗରୁ ଏହା ୫.୫ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ରହିଛି ୫.୨୫ ପ୍ରତିଶତ। ମନିଟାରୀ ପଲିସ କମିଟି ବୈଠକ ପରେ ରେପୋ ରେଟ୍ ହ୍ରାସ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ସଂଜୟ ମାଲହୋତ୍ରା । ରେପୋ ରେଟ୍ କମିବା ପରେ ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଲୋନ୍ ଏବଂ EMI ଉପରେ ପଡିବ ।  EMI ଶସ୍ତା ହେବା ସହ ବ୍ୟାଙ୍କଗୁଡିକ ଗୃହ ଋଣ ଏବଂ ଗାଡ଼ି ଋଣ ଉପରେ ସୁଧ ହାର କମାଇବେ । 

ରେପୋ ରେଟ୍ କମିବା ଦ୍ୱାରା ଆପଣଙ୍କ ମାସିକ କିସ୍ତି ବା EMI କମିଯିବ। ଯଦି ଆପଣ ୫୦ ଲକ୍ଷ ଟଙ୍କାର ଗୃହ ଋଣ ୨୦ ବର୍ଷ ପାଇଁ ନେଇଛନ୍ତି, ତେବେ ଆପଣଙ୍କର ବାର୍ଷିକ ପ୍ରାୟ ୪,୨୦୦ ଟଙ୍କା ସଞ୍ଚୟ ହେବ। ମୋଟ ସୁଧ ଉପରେ ଆପଣ ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କା ବଞ୍ଚାଇ ପାରିବେ। ୧୦ ଲକ୍ଷ ଟଙ୍କାର ଗାଡ଼ି ଋଣ ଉପରେ ମାସକୁ ପ୍ରାୟ ୫୦୦ ଟଙ୍କା କମିପାରେ ।  ଯେଉଁ ଗ୍ରାହକମାନଙ୍କର ଲୋନ୍ ରେପୋ ରେଟ୍ ସହିତ ଯୋଡ଼ା ହୋଇଛି, ସେମାନେ ତୁରନ୍ତ ଏହାର ଲାଭ ପାଇବେ ।  ସେହିପରି ଋଣ ଶସ୍ତା ହେବା ସହିତ ଫିକ୍ସ ଡିପୋଜିଟ୍ ବା FD ଉପରେ ମିଳୁଥିବା ସୁଧ ହାର ମଧ୍ୟ ସାମାନ୍ୟ କମିପାରେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର