ଆଉ କେତେ ଦୁର୍ଘଟଣା ପରେ ଚେତିବେ, ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ତୁରନ୍ତ ଇସ୍ତଫା ଦିଅନ୍ତୁ : ଶରତ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର : ବାହାନଗାର ରେଳ ଦୁର୍ଘଟଣାର ଛାତିଥରା ଦୃଶ୍ୟମନରୁ ନ ଲିଭୁଣୁ ପୁଣି ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌। ଏହି ଦୁର୍ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ବାରମ୍ବାର ଏପରି ରେଳ ଦୁର୍ଘଟଣା ଘଟୁଥିବା କାରଣରୁ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ପିସିସି […]

ଭୁବନେଶ୍ବର : ବାହାନଗାର ରେଳ ଦୁର୍ଘଟଣାର ଛାତିଥରା ଦୃଶ୍ୟମନରୁ ନ ଲିଭୁଣୁ ପୁଣି ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌। ଏହି ଦୁର୍ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ବାରମ୍ବାର ଏପରି ରେଳ ଦୁର୍ଘଟଣା ଘଟୁଥିବା କାରଣରୁ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ବାରମ୍ବାର ଦୁର୍ଘଟଣା କାରଣରୁ ରେଳ ଯାତ୍ରା କରିବାକୁ ଲୋକେ ଭୟ କଲେଣି। ଲଗାତାର ଭାବେ ଟ୍ରେନ ଦୁର୍ଘଟଣା ଘଟୁଛି। ଲୋକଙ୍କ ଜୀବନ ଯାଉଛି। ଗୋଟିଏ ଜୀବନ ବି ମୂଲ୍ୟବାନ। ବାହାନଗା ପରେ କିଛି ମାସ ବ୍ୟବଧାନରେ ପୁଣି ରେଳ ଦୁର୍ଘଟଣା ଘଟିଛି। ଅକାରଣରେ ଜୀବନ ଯାଉଛି। ଆଉ କେତେ ଦୁର୍ଘଟଣା ପରେ ଚେତିବେ। ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ତୁରନ୍ତ ଇସ୍ତଫା ଦିଅନ୍ତୁ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଟ୍ରେନ ଦୁର୍ଘଟଣା ଆମକୁ ଦୁଃଖ ଲାଗୁଛି, ଲଜ୍ୟା ମଧ୍ୟ ଲାଗୁଛି । ଓଡ଼ିଶା ରାଜ୍ୟର ରେଳମନ୍ତ୍ରୀ ହୋଇଥିବାରୁ ଆମକୁ ଏ ବାରମ୍ବାର ଦୁର୍ଘଟଣା ପାଇଁ ଲଜ୍ୟା ଓ ଦୁଃଖ ଲାଗୁଛି । ରେଳ ବିଭାଗ ଏକ ସ୍ଵତନ୍ତ୍ର ବିଭାଗ । ଦ୍ରୁତ ଟ୍ରେନ ଓ ନାମ ପରିବର୍ତ୍ତନ କରୁଛନ୍ତି । ହେଲେ ଟ୍ରାକ କିନ୍ତୁ ସଜଡ଼ା ଯାଉନାହିଁ । ନୂଆ ଟ୍ରାକ ମଧ୍ୟ କରା ଯାଉନାହିଁ ।ମାଲବାହି ଟ୍ରେନ ସଂଖ୍ୟା ମଧ୍ୟ ବଢୀ ଯାଇଛି । ଗତ କିଛି ଦିନ ଭିତରେ ରେଳ ଦର୍ଘଟଣାରେ ୯୦୦ରୁ ଅଧିକ ଜୀବନ ଗଲାଣି । ପ୍ରଶାସନିକ ଅପାରଗତା ଯୋଗୁଁ ଏପରି ହେଉଛି। ତେଣୁ ଭାରତ ବର୍ଷ ପାଖରେ ରେଳ ମନ୍ତ୍ରୀ ଓଡ଼ିଶାକୁ ଆଉ ଲଜ୍ୟା କି ଦୁଃଖ ନଦେଇ ସେ ଇସ୍ତଫା ଦିଅନ୍ତୁ ବୋଲି ପଞ୍ଚାନନ କାନୁନଗୋ କହିଛନ୍ତି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର