ନିଆରା ଅନ୍ଦାଜରେ ରାହୁଲ, ୯ ସେକେଣ୍ଡରେ ମାରିଲେ ୧୩ଟି ପୁଶଅପ୍

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏବେ ଭିନ ଭିନ ଅନ୍ଦାଜରେ ଦେଖିବାକୁ ମିଳୁଛି। ସେ ଏବେ ତାମିଲନାଡ଼ୁ ଗସ୍ତରେ ଅଛନ୍ତି। ଏହି ସମୟରେ ନିଆରା ଅନ୍ଦାଜରେ ନଜର ଆସିଥିବା ଦେଖିବାକୁ ମିଳିଛି । କେତେ ବେଳେ ସେ ସମୁଦ୍ରକୁ ଡେଇଁ ମତ୍ସ୍ଯଜୀବୀଙ୍କ ସହ ସମୟ କାଟୁଛନ୍ତି ତ, କେତେବେଳେ ଫିଟନେଶ ପାଇଁ ପୁଶଅପ କରୁଥିବା ଦେଖିବାକୁ ମିଳିଛି। ଆଜି କନ୍ୟାକୁମାରୀ ରୋଡରେ ହୋଇଥିବା ଏକ ରୋଡ ଶୋରେ ସାମିଲ ହୋଇଥିଲେ ରାହୁଲ ଗାନ୍ଧୀ ।  ଏହି […]

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏବେ ଭିନ ଭିନ ଅନ୍ଦାଜରେ ଦେଖିବାକୁ ମିଳୁଛି। ସେ ଏବେ ତାମିଲନାଡ଼ୁ ଗସ୍ତରେ ଅଛନ୍ତି। ଏହି ସମୟରେ ନିଆରା ଅନ୍ଦାଜରେ ନଜର ଆସିଥିବା ଦେଖିବାକୁ ମିଳିଛି । କେତେ ବେଳେ ସେ ସମୁଦ୍ରକୁ ଡେଇଁ ମତ୍ସ୍ଯଜୀବୀଙ୍କ ସହ ସମୟ କାଟୁଛନ୍ତି ତ, କେତେବେଳେ ଫିଟନେଶ ପାଇଁ ପୁଶଅପ କରୁଥିବା ଦେଖିବାକୁ ମିଳିଛି। ଆଜି କନ୍ୟାକୁମାରୀ ରୋଡରେ ହୋଇଥିବା ଏକ ରୋଡ ଶୋରେ ସାମିଲ ହୋଇଥିଲେ ରାହୁଲ ଗାନ୍ଧୀ ।  ଏହି ସମୟରେ ରାହୁଲ ଜଣେ ଛାତ୍ରୀଙ୍କ ସହିତ ପୁଶଅପ୍‌ କରୁଥିବାର ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ଜଣେ ଛାତ୍ରୀ ତାଙ୍କୁ ପୁଶ୍‌ ଅପ୍‌ ମାରିବାକୁ ଅନୁରୋଧ କରିଥିଲେ। ଯାହାପରେ ମଞ୍ଚ ଉପରେ ରାହୁଲ ଗାନ୍ଧୀ ଛାତ୍ରୀଙ୍କ ସହିତ ପୁଶ୍‌ ଅପ୍‌ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଅଲ୍‌ ଇଣ୍ଡିଆ ମହିଳା କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଭିଡିଓଟିରେ ରାହୁଲ ଗାନ୍ଧୀ ୯ ସେକେଣ୍ଡରେ‌ ୧୩ଟି ପୁଶଅପ୍‌ ମାରିଛନ୍ତି। ପୁଶଅପ୍‌ ମାରି ସାରିବା ପରେ ଛାତ୍ରୀ ଜଣକ ଗୋଟିଏ ହାତରେ ପୁଶଅପ୍‌ ମାରିବାକୁ କହିଥିଲେ। ଏହାପରେ ରାହୁଲ ଗୋଟିଏ ହାତରେ ପୁଶଅପ୍‌ ମାରିଥିଲେ। ରାହୁଲ ଗାନ୍ଧୀ ଯେଉଁ ଛାତ୍ରୀଙ୍କ ସହିତ ପୁଶଅପ୍‌ ଚ୍ୟାଲେଞ୍ଜ କରିଥିଲେ ସେ ଦଶମ ଶ୍ରେଣୀର ଛାତ୍ରୀ ମେରୋଲିନ୍‌ ଶୋନିଧା। ସେ ସେଣ୍ଟ ଜୋସେଫ୍‌ ହାଇସ୍କୁଲର ଛାତ୍ରୀ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବେ ଦକ୍ଷିଣ ରାଜ୍ୟ ଗସ୍ତରେ ଯାଉଛନ୍ତି । ଏହି ରାଜ୍ୟ ଗୁଡିକ ମଧ୍ୟରେ ପୁଡୁଚେରୀ, କେରଳ ଓ ତାମିଲନାଡୁରେ ରାହୁଲଙ୍କ ନିଆରା ଅନ୍ଦାଜ ଦେଖିବାକୁ ମିଳୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର