ପ୍ରଧାନମନ୍ତ୍ରୀ କହିଥିଲେ ବର୍ଷକୁ ୨ କୋଟି ଚାକିରି, ହେଲେ ମିଲିଲା କୋଟି କୋଟି ବେକାରୀ: ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ : କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’କୁ ଶନିବାର ୩୮ ଦିନ ପୂରଣ ହୋଇଛି। ଏହି ସମୟରେ ଯାତ୍ରା ପାଦରେ ଚାଲି ଚାଲି ୧ହଜାର କିଲୋମିଟର ପୂରଣ କରିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କର୍ଣ୍ଣାଟକର ବଲ୍ଲାରୀରେ ଏକ ଜନସଭାକୁ ସମ୍ବୋଧିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ପ୍ରତିବର୍ଷ ୨କୋଟି ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇ ଦେବେ। […]

ନୂଆଦିଲ୍ଲୀ : କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’କୁ ଶନିବାର ୩୮ ଦିନ ପୂରଣ ହୋଇଛି। ଏହି ସମୟରେ ଯାତ୍ରା ପାଦରେ ଚାଲି ଚାଲି ୧ହଜାର କିଲୋମିଟର ପୂରଣ କରିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କର୍ଣ୍ଣାଟକର ବଲ୍ଲାରୀରେ ଏକ ଜନସଭାକୁ ସମ୍ବୋଧିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ପ୍ରତିବର୍ଷ ୨କୋଟି ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇ ଦେବେ। ସେହି ଚାକିରି କୁଆଡେ ଗଲା? ଚାକିରି ମିଳିବା ବଦଳରେ କୋଟି କୋଟି ଯୁବକ ବେକାର ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ସେ ଆହୁରି କହିଛନ୍ତି ଯେ, ୪୫ବର୍ଷ ମଧ୍ୟରେ ଏବେ ଭାରତରେ ସର୍ବାଧିକ ବେକାରୀ ସମସ୍ୟା ଦେଖାଦେଇଛି। କେନ୍ଦ୍ର ସରକାର ଲୋକମାନଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ଏଥି ସହିତ ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ତେବେ ସରକାରୀ ଚାକିରି କଣିପାରିବେ ବୋଲି ରାହୁଲ କହିଛନ୍ତି। ଏଥି ସହିତ କର୍ଣ୍ଣାଟକରେ ୨.୫ ଲକ୍ଷ ସରକାରୀ ପଦବୀ ଖାଲି କାହିଁକି? ଯଦି ଆପଣ ପୁଲିସ୍ ସବ୍-ଇନ୍ସପେକ୍ଟର ହେବାକୁ ଚାହୁଁଛନ୍ତି ତେବେ ଆପଣ ୮୦ଲକ୍ଷ ଟଙ୍କା ଦେଇ ସବ୍-ଇନ୍ସପେକ୍ଟର ହୋଇପାରିବେ। ଯଦି ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଆପଣ କର୍ଣ୍ଣାଟକରେ ଏକ ସରକାରୀ ଚାକିରି କିଣିପାରିବେ। ଯଦି ଆପଣ ପାଖରେ ଟଙ୍କା ନାହିଁ, ତେବେ ଆପଣ ସାରା ଜୀବନ ବେକାର ହୋଇ ରହିଯିବେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ଏଥି ସହିତ ରାହୁଲ ବିଜେପି ଏବଂ ଆରଏସ୍‌ଏସକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ଦେଶରୁ ବିଭାଜନ କରିବାରେ ଏମାନଙ୍କ ଆଦର୍ଶ ମୁଖ୍ୟ ଭୁମିକା ନେଇଛି। ତାଙ୍କ କହିବା ମୁତାବକ, ଆମେ ଏହି ଯାତ୍ରାକୁ ‘ଭାରତ ଯୋଡୋ ଯାତ୍ରା’ ନାମରେ ନାମିତ କରିଛୁ କାରଣ ହଜାର ହଜାର ଲୋକ ଅନୁଭବ କରୁଛନ୍ତି ଯେ ବିଜେପି / ଆରଏସଏସର ଆଦର୍ଶ ଦେଶ ଭାଙ୍ଗୁଛି। ଦେଶକୁ ପୁଣି ଥରେ ଏକାଠି ଯୋଡିବା ପାଇଁ ଏହି ଯାତ୍ରା ଆରମ୍ଭ କରାଯାଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

ସୂଚନାଯୋଗ୍ୟ ଯେ, ୩,୫୭୦ କିମି ପଥ ଅତିକ୍ରମ କରିବାକୁ ଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ସେପ୍ଟେମ୍ବର ୭ ତାରିଖରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାକୁ ଆଜି ୩୮ ଦିନ ପୁରିଥିବ ବେଳେ ଯାତ୍ରା ତାମିଲନାଡୁ ଓ କେରଳ ପରେ ଏବେ କର୍ଣ୍ଣାଟକରେ ପହଞ୍ଚିଛି। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାମ୍ମୁ-କାଶ୍ମୀର ପର୍ୟ୍ୟନ୍ତ ଚାଲିବ ବୋଲି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି। ତେବେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଏହି ଯାତ୍ରା ଆରମ୍ଭ କରିଛି। ରାହୁଲ ଗାନ୍ଧୀ ଏହି ଯାତ୍ରାର ନେତୃତ୍ୱ ନେଉଛନ୍ତି। ଅନ୍ୟପଟେ ଏବେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଜାରି ରହିଛି। ନୂଆ ଅଧ୍ୟକ୍ଷ ଓ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ଦଳ ଆଗାମୀ ନିର୍ବାଚନର କେନ୍ଦ୍ରର ବିଜେପି ସରକାର ସହ ଲଢ଼ିବାକୁ ଯୋଜନା ପ୍ରସ୍ତୁତ କରିଛି।

15 Oct 2022 By The Sakala

ପ୍ରଧାନମନ୍ତ୍ରୀ କହିଥିଲେ ବର୍ଷକୁ ୨ କୋଟି ଚାକିରି, ହେଲେ ମିଲିଲା କୋଟି କୋଟି ବେକାରୀ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’କୁ ଶନିବାର ୩୮ ଦିନ ପୂରଣ ହୋଇଛି। ଏହି ସମୟରେ ଯାତ୍ରା ପାଦରେ ଚାଲି ଚାଲି ୧ହଜାର କିଲୋମିଟର ପୂରଣ କରିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କର୍ଣ୍ଣାଟକର ବଲ୍ଲାରୀରେ ଏକ ଜନସଭାକୁ ସମ୍ବୋଧିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ପ୍ରତିବର୍ଷ ୨କୋଟି ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇ ଦେବେ। ସେହି ଚାକିରି କୁଆଡେ ଗଲା? ଚାକିରି ମିଳିବା ବଦଳରେ କୋଟି କୋଟି ଯୁବକ ବେକାର ହୋଇଯାଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ୪୫ବର୍ଷ ମଧ୍ୟରେ ଏବେ ଭାରତରେ ସର୍ବାଧିକ ବେକାରୀ ସମସ୍ୟା ଦେଖାଦେଇଛି। କେନ୍ଦ୍ର ସରକାର ଲୋକମାନଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ଏଥି ସହିତ ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ତେବେ ସରକାରୀ ଚାକିରି କଣିପାରିବେ ବୋଲି ରାହୁଲ କହିଛନ୍ତି। ଏଥି ସହିତ କର୍ଣ୍ଣାଟକରେ ୨.୫ ଲକ୍ଷ ସରକାରୀ ପଦବୀ ଖାଲି କାହିଁକି? ଯଦି ଆପଣ ପୁଲିସ୍ ସବ୍-ଇନ୍ସପେକ୍ଟର ହେବାକୁ ଚାହୁଁଛନ୍ତି ତେବେ ଆପଣ ୮୦ଲକ୍ଷ ଟଙ୍କା ଦେଇ ସବ୍-ଇନ୍ସପେକ୍ଟର ହୋଇପାରିବେ। ଯଦି ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଆପଣ କର୍ଣ୍ଣାଟକରେ ଏକ ସରକାରୀ ଚାକିରି କିଣିପାରିବେ। ଯଦି ଆପଣ ପାଖରେ ଟଙ୍କା ନାହିଁ, ତେବେ ଆପଣ ସାରା ଜୀବନ ବେକାର ହୋଇ ରହିଯିବେ।

ଏଥି ସହିତ ରାହୁଲ ବିଜେପି ଏବଂ ଆରଏସ୍‌ଏସକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ଦେଶରୁ ବିଭାଜନ କରିବାରେ ଏମାନଙ୍କ ଆଦର୍ଶ ମୁଖ୍ୟ ଭୁମିକା ନେଇଛି। ତାଙ୍କ କହିବା ମୁତାବକ, ଆମେ ଏହି ଯାତ୍ରାକୁ ‘ଭାରତ ଯୋଡୋ ଯାତ୍ରା’ ନାମରେ ନାମିତ କରିଛୁ କାରଣ ହଜାର ହଜାର ଲୋକ ଅନୁଭବ କରୁଛନ୍ତି ଯେ ବିଜେପି / ଆରଏସଏସର ଆଦର୍ଶ ଦେଶ ଭାଙ୍ଗୁଛି। ଦେଶକୁ ପୁଣି ଥରେ ଏକାଠି ଯୋଡିବା ପାଇଁ ଏହି ଯାତ୍ରା ଆରମ୍ଭ କରାଯାଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୩,୫୭୦ କିମି ପଥ ଅତିକ୍ରମ କରିବାକୁ ଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ସେପ୍ଟେମ୍ବର ୭ ତାରିଖରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାକୁ ଆଜି ୩୮ ଦିନ ପୁରିଥିବ ବେଳେ ଯାତ୍ରା ତାମିଲନାଡୁ ଓ କେରଳ ପରେ ଏବେ କର୍ଣ୍ଣାଟକରେ ପହଞ୍ଚିଛି। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାମ୍ମୁ-କାଶ୍ମୀର ପର୍ୟ୍ୟନ୍ତ ଚାଲିବ ବୋଲି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି। ତେବେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଏହି ଯାତ୍ରା ଆରମ୍ଭ କରିଛି। ରାହୁଲ ଗାନ୍ଧୀ ଏହି ଯାତ୍ରାର ନେତୃତ୍ୱ ନେଉଛନ୍ତି। ଅନ୍ୟପଟେ ଏବେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଜାରି ରହିଛି। ନୂଆ ଅଧ୍ୟକ୍ଷ ଓ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ଦଳ ଆଗାମୀ ନିର୍ବାଚନର କେନ୍ଦ୍ରର ବିଜେପି ସରକାର ସହ ଲଢ଼ିବାକୁ ଯୋଜନା ପ୍ରସ୍ତୁତ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର