ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ରିପୋର୍ଟ: ଘନଉଛି ଲୋହିତ ସାଗର ସଙ୍କଟ, ପେଟ୍ରୋଲ ମୂଲ୍ୟ ୧୩୫ ଓ ଡିଜେଲ ଛୁଇଁବ ୧୨୦ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ:  ଲୋହିତ ସାଗରରେ ହୁତି ବିଦ୍ରୋହୀମାନଙ୍କ ଦ୍ବାରା ଜାରି ରହିଥିବା ଉପଦ୍ରବ ଜନିତ ସଙ୍କଟ ଘନେଇବାରେ ଲାଗିଛି। ଯଦି ଏହି ସଙ୍କଟ ଦୀର୍ଘ ଦିନ ଜାରି ରୁହେ ତେବେ ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଉପରେ ଏହାର ପ୍ରଭାବ ପଡ଼ିବ। ଏଥିଯୋଗୁ ଅଶୋଧିତ ତୈଳ ମୂଲ୍ୟ ଦ୍ୱିଗୁଣିତ ହେବ।ଏପରିକି ବ୍ୟାରେଲ ପିଛା ୧୫୫ରୁ ୧୬୦ ଡଲାରରେ ପହଞ୍ଚିପାରେ। ଯଦି ଏହା ହୁଏ ତେବେ ଭାରତରେ ପେଟ୍ରୋଲ ମୂଲ୍ୟ ୧୩୫ ଟଙ୍କା ଛୁଇଁବ ବୋଲି ଗୋଲ୍ଡମ୍ୟାନ୍ ସ୍ୟାଚ୍‌ […]

ନୂଆଦିଲ୍ଲୀ:  ଲୋହିତ ସାଗରରେ ହୁତି ବିଦ୍ରୋହୀମାନଙ୍କ ଦ୍ବାରା ଜାରି ରହିଥିବା ଉପଦ୍ରବ ଜନିତ ସଙ୍କଟ ଘନେଇବାରେ ଲାଗିଛି। ଯଦି ଏହି ସଙ୍କଟ ଦୀର୍ଘ ଦିନ ଜାରି ରୁହେ ତେବେ ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଉପରେ ଏହାର ପ୍ରଭାବ ପଡ଼ିବ। ଏଥିଯୋଗୁ ଅଶୋଧିତ ତୈଳ ମୂଲ୍ୟ ଦ୍ୱିଗୁଣିତ ହେବ।ଏପରିକି ବ୍ୟାରେଲ ପିଛା ୧୫୫ରୁ ୧୬୦ ଡଲାରରେ ପହଞ୍ଚିପାରେ। ଯଦି ଏହା ହୁଏ ତେବେ ଭାରତରେ ପେଟ୍ରୋଲ ମୂଲ୍ୟ ୧୩୫ ଟଙ୍କା ଛୁଇଁବ ବୋଲି ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦୀର୍ଘ ଦିନ ଧରି ସ୍ଥିର ରହିଛି। ଆଗକୁ ନିର୍ବାଚନ ଥିବାରୁ ଆଗାମୀ ଦିନରେ ଏହି ଧାରା ଜାରି ରହିପାରେ। ହେଲେ ଲୋହିତ ସାଗରରେ ଦେଖାଦେଇଥିବା ସଙ୍କଟ ଯୋଗୁ ନିବାଚନ ପରେ ଏଥିରେ କେତେକାଂଶରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଗୋଲ୍ଡମ୍ୟାନ୍ ସ୍ୟାଚ୍‌ର ତୈଳ ଅନୁସନ୍ଧାନ ବିଭାଗର ମୁଖ୍ୟ ଡନ୍ ଷ୍ଟ୍ରୁଭେନ କହିଛନ୍ତି ଯେ, ଯଦି ଲୋହିତ ସାଗର ସଙ୍କଟ ଦୀର୍ଘ ସମୟ ଧରି ଚାଲିବ ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତ ଳର ମୂଲ୍ୟ ଦ୍ୱିଗୁଣ ହେବ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଏହାର ଅର୍ଥ ହେଉଛି ବର୍ତ୍ତମାନର ସ୍ତରରୁ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୫୫ ରୁ ୧୬୦ ଡଲାରରେ ପହଞ୍ଚିପାରେ। ଯଦି ଅଶୋଧିତ ତୈଳର ମୂଲ୍ୟ ଏହି ସ୍ତରରେ ପହଞ୍ଚେ ତେବେ ଦେଶରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ଅତି କମ୍‌ରେ ୧୩୫ ଟଙ୍କା ହୋଇପାରେ। ବର୍ତ୍ତମାନ ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୭ ଡଲାରରୁ ଅଧିକ ରହିଛି। ଲୋହିତ ସାଗର ସଙ୍କଟ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମେରିକା, ବ୍ରିଟେନ ଏବଂ ଅନେକ ୟୁରୋପୀୟ ଦେଶ ଏବେ ହୁତିମାନଙ୍କୁ ଜବାବ୍‌ ଦେଉଛନ୍ତି। ଇରାନ୍‌ ହୁତି ଆତଙ୍କବାଦୀଙ୍କ ସମର୍ଥନରେ ଛିଡା ହୋଇଛି। ଏହି ପରିସ୍ଥିତି ଭାରତ ପାଇଁ ମଧ୍ୟ ଏହା ଏକ ବଡ ମୁଣ୍ଡବ୍ୟଥାର କାରଣ ହୋଇଛି। ତୈଳ ପରିବହନରେ ସମସ୍ୟା ଦେଖାଦେଲେ ଅଶୋଧିତ ତେଲର ମୂଲ୍ୟ ଦ୍ୱିଗୁଣିତ ହେବ। ଏପରି ହେଲେ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ପଡିପାରେ। ଏଥି ଯୋଗୁ ଦେଶରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ଆନୁମାନିକ ୧୩୫ ଟଙ୍କା ଏବଂ ଡିଜେଲ ୧୨୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର