ରାଷ୍ଟ୍ରପତି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ, ନିରବ ନବୀନଙ୍କ ଉପରେ ନଜର

The Sakala Picture
Published On

ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନ ନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୧୮ ତାରିଖରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‍ସି ନେତ୍ରୀ ମମତା ବାନାର୍ଜୀଙ୍କ ଆହ୍ୱାନରେ ଦେଶର ୧୭ ପ୍ରମୁଖ ବିରୋଧୀ ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‍ ଅବଦୁଲ୍ଲା ଓ ମହାତ୍ମାଗାନ୍ଧୀଙ୍କ ନାତି ତଥା ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀଙ୍କ ମଧ୍ୟରୁ ଜଣକୁ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀ କରିବାକୁ ସହମତ ହୋଇଥିବା […]

ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନ ନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୧୮ ତାରିଖରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‍ସି ନେତ୍ରୀ ମମତା ବାନାର୍ଜୀଙ୍କ ଆହ୍ୱାନରେ ଦେଶର ୧୭ ପ୍ରମୁଖ ବିରୋଧୀ ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‍ ଅବଦୁଲ୍ଲା ଓ ମହାତ୍ମାଗାନ୍ଧୀଙ୍କ ନାତି ତଥା ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀଙ୍କ ମଧ୍ୟରୁ ଜଣକୁ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀ କରିବାକୁ ସହମତ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଏନ୍‍ଡ଼ିଏ ପକ୍ଷରୁ କାହାକୁ ପରବର୍ତ୍ତୀ ରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ କରାଯିବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ବିଜେପି ଏଥିପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ସାରିଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଏହିକ୍ରମରେ ବିଜେପିର ବରିଷ୍ଠ ନେତା ତଥା ରାଜନାଥ ସିଂହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିବା ମଧ୍ୟ ସୂଚନା ମିଳିଛି। ଆଲୋଚନାର ବିଷୟବସ୍ତୁ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏନ୍‍ଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବା ନିମନ୍ତେ ନବୀନଙ୍କୁ ରାଜନାଥ ଅନୁରୋଧ କରିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ନିର୍ବାଚନ ଗଣିତ ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଲୋକସଭାର ୫୪୩ ଓ ରାଜ୍ୟସଭାର ୨୩୩ ସାଂସଦ ଏବଂ ବିଭିନ୍ନ ବିଧାନସଭାର ୪୮୦୯ ବିଧାୟକ ମତଦାନ କରିବେ। ସାଂସଦ ଓ ବିଭିନ୍ନ ରାଜ୍ୟର ବିଧାୟକଙ୍କ ସଂଖ୍ୟା ଆଧାରରେ ନିର୍ଦ୍ଧାରିତ ଭୋଟ ମୂଲ୍ୟକୁ ଆକଳନ କଲେ ରାଷ୍ଟ୍ରମତି ନିର୍ବାଚନ ନିମନ୍ତେ ମୋଟ ଭୋଟ ପରିମାଣ ୧୦୮୬୪୩୧ ରହିଛି। ୫,୪୩,୨୧୬ ଭୋଟ ପାଉଥିବା ବ୍ୟକ୍ତି ହିଁ ରାଷ୍ଟ୍ରପତି ନିମନ୍ତେ ନିର୍ବାଚିତ ହେବେ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଭୋଟ ଗଣିତକୁ ଦେଖିଲେ ୟୁପିଏ ଓ ଅନ୍ୟ ବିରୋଧୀ ଦଳଙ୍କ ନିକଟରେ ୫୧% ଭୋଟ ଥିବାବେଳେ ବିଜେପି ନେତୃତ୍ୱାଧୀନ ଏନ୍‍ଡ଼ିଏ ନିକଟରେ ରହିଛି ୪୯% ଭୋଟ। ମାତ୍ର ବିରୋଧୀ ମେଣ୍ଟରୁୁ ବିଜେଡ଼ି, ଟିଆର୍‍ଏସ୍‍, ଆପ୍‍, ଶିରୋମଣି ଅକାଳୀ ଦଳ, ୱାଇଏସ୍‍ଆର୍‍ ଆଦି ଦଳ ବିଭିନ୍ନ କାରଣରୁ ଦୂତ୍ୱ ଅବଲମ୍ବନ କରୁଛନ୍ତି। ଗୋଆ ନିର୍ବାଚନରେ ତୃଣମୂଳ ଦଳର ପ୍ରବେଶ ଯୋଗୁଁ ଆପ୍‍ ବିରୋଧୀ ମେଣ୍ଟରେ ସାମିଲ ହୋଇ ନ ଥିଲେ ହେଁ ବିଜେପିକୁ ସମର୍ଥନ କରିବା ସମ୍ଭାବନା କମ୍‍। ବିରୋଧୀ ମେଣ୍ଟରେ କଂଗ୍ରେସ ସାମିଲ ଥିବା ଯୋଗୁଁ କଂଗ୍ରେସ ଓ ଟିଆର୍‍ଏସ୍‍ ନିଜକୁ ଦୂରେଇ ରଖିଛି। ଏହି ପରିପ୍ରେକ୍ଷୀରେ ବିଜେଡ଼ି ନିକଟରେ ୩୧୦୦୦ ଓ ୱାଇଏସ୍‍ଆର୍‍ କଂଗ୍ରେସ ନିକଟରେ ଥିବା ୪୩୦୦୦ ଭୋଟ ମୂଲ୍ୟ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ମାତ୍ର ରାଷ୍ଟ୍ରପତି ନିର୍ବାଚନରେ ବିଜେଡି କେଉଁ ଭୂମିକାରେ ଅବତ୍ତୀର୍ଣ୍ଣ ହେବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବ ବୋଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ସ୍ପଷ୍ଟ କରିଛନ୍ତି। ବିଜେଡି ଗତଥର ଏନ୍‍ଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେଇଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଇଥିଲା। ଏହି ସ୍ଥିତିରେ ଓଡ଼ିଶାର ସ୍ୱାର୍ଥ ଏବଂ ଉପଯୁକ୍ତ ପ୍ରାର୍ଥୀତ୍ୱକୁ ଦେଖି ନବୀନ ନିଜ କାର୍ଡ ଖୋଲିବେ ବୋଲି ସ୍ପଷ୍ଟ ହୋଇଯାଇଛି। ଏହା ସତ୍ତ୍ବେ ନବୀନଙ୍କ ନିରବତା ଉଭୟ ବିଜେପି ନେତୃତ୍ୱାଧୀନ ଏନ୍‍ଡ଼ିଏ ଓ ବିରୋଧୀ ମେଣ୍ଟ ନିମନ୍ତେ ରହସ୍ୟମୟ ମନେ ହେଉଛି। ନିରବ ନବୀନଙ୍କ ଉପରେ ଉଭୟ ପକ୍ଷର ଦୃଷ୍ଟି ନିବଦ୍ଧ ରହିଛି।

ବିଜେଡିର ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦ କହିଛନ୍ତି ଯେ, କେବଳ ଗଣମାଧ୍ୟମ ନୁହେଁ, ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସାରା ଦେଶ ଅପେକ୍ଷା କରି ରହିଛି। ଠିକ୍‍ ସମୟରେ ମୁଖ୍ୟମନ୍ତ୍ରୀ ଉଚିତ ନିଷ୍ପତ୍ତି ନେବେ। ରାଜ୍ୟ ସ୍ୱାର୍ଥ ଦୃଷ୍ଟିକୋଣରୁ ବିଚାର କରି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ଶ୍ରୀ ନନ୍ଦ କହିଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତି ନିର୍ବାଚନ ବିଜ୍ଞପ୍ତି ପରେ ବିଧାନସଭାର ୧୪୭ ଜଣ ସଦସ୍ୟଙ୍କ ଭୋଟଦାନ ସୁରୁଖୁରରେ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ରାଜ୍ୟରେ ଭୋଟ ଦେବାକୁ ଇଚ୍ଛା କରୁଥିବା ସାଂସଦମାନେ ବିଧାନସଭାରେ ଭୋଟ ଦେବାର ବ୍ୟବସ୍ଥା ମଧ୍ୟ ରହିଛି। ଏଥିପାଇଁ ନିର୍ବାଚନର ୧୦ ଦିନ ପୂର୍ବରୁ ସାଂସଦ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିବେ।

ଏଥିପାଇଁ ବିଧିବଦ୍ଧ ଅନୁମତି ମିଳିଲେ ସାଂସଦଟିଏ ନିଜ ରାଜ୍ୟରେ ମଧ୍ୟ ଭୋଟ ଦେଇପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଜୁଲାଇ ୧୮ ତାରିଖରେ ପୂର୍ବାହ୍ନ ୧୦ ଘଣ୍ଟାରୁ ଅପରାହ୍ନ ୫ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ କରାଯାଇପାରିବ। ଏହି ନାମାଙ୍କନ ଆସନ୍ତା ୨୯ ତାରିଖ ଯାଏଁ ଜାରି ରହିବ। ଏହାର ପରଦିନ ଅର୍ଥାତ ୩୦ ତାରିଖରେ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ସେହିପରି ଜୁଲାଇ ମାସ ୨ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର