ବଲିଉଡ୍‌ରେ ମୋ ଝିଅ ନିଜକୁ ପ୍ରତିଷ୍ଠିତ କରିଛି, ବାବୁ-ପ୍ରକୃତିକୁ ଅସ୍ତ୍ର କରି ବଲିଉଡକୁ ଯିବାକୁ ଚାହୁଁଥିଲା : ମନ୍ମଥ ମିଶ୍ର

The Sakala Picture
Published On

ଭୁବନେଶ୍ବର : ବାବୁସାନ ମୋ ଝିଅ ପ୍ରକୃତିକୁ ଅସ୍ତ୍ର କରି ବଲିଉଡକୁ ଯିବାକୁ ଚାହୁଁଥିଲା। ବାବୁ ଓଡ଼ିଶାରେ ବହୁତ କାମ କଲାଣି, ଏବେ ସେ ବଲିଉଡରେ କାମ କରିବାକୁ ଚାହୁଁଥିଲା। ଏଣୁ ତାକୁ ଏକ ମାଧ୍ୟମ ଦରକାର ଥିଲା। ଏଣୁ ସେ ପ୍ରକୃତିକୁ ଅସ୍ତ୍ର କରି ତାର ଆକାକ୍ଷାଂ ପୂରଣ କରିବାକୁ ଚାହୁଁଥିଲା ବୋଲି କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର। ସେ କହିଛନ୍ତି ମୋ ଝିଅ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଛି। ଏବେ ତା ପାଖକୁ […]

ଭୁବନେଶ୍ବର : ବାବୁସାନ ମୋ ଝିଅ ପ୍ରକୃତିକୁ ଅସ୍ତ୍ର କରି ବଲିଉଡକୁ ଯିବାକୁ ଚାହୁଁଥିଲା। ବାବୁ ଓଡ଼ିଶାରେ ବହୁତ କାମ କଲାଣି, ଏବେ ସେ ବଲିଉଡରେ କାମ କରିବାକୁ ଚାହୁଁଥିଲା। ଏଣୁ ତାକୁ ଏକ ମାଧ୍ୟମ ଦରକାର ଥିଲା। ଏଣୁ ସେ ପ୍ରକୃତିକୁ ଅସ୍ତ୍ର କରି ତାର ଆକାକ୍ଷାଂ ପୂରଣ କରିବାକୁ ଚାହୁଁଥିଲା ବୋଲି କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର। ସେ କହିଛନ୍ତି ମୋ ଝିଅ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଛି। ଏବେ ତା ପାଖକୁ ବଲିଉଡରୁ ବହୁ ଅଫର ଆସୁଛି। ବଲିଉଡରେ କରୋନା ପୂର୍ବରୁ ପ୍ରକୃତିଙ୍କର ୨ ଟି ଫିଲ୍ମର ସୁଟିଂ 25ପ୍ରତିଶତ ସରିଥିଲା ମାତ୍ର କରୋନା ପାଇଁ ବନ୍ଦ ହେଇଗଲା। ଏବେ ବଲିଉଡର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ସହ ଏକ ଚଳଚିତ୍ର ସୁଟିଂ ସରିଛି ଯାହା ଆସନ୍ତା ଅକ୍ଟୋବର ବା ନଭେମ୍ବର ରେ ରିଲିଜ ହେବାର ଅଛି। ନାନା ପାଟେକରଙ୍କ ସହ ଲିଡ଼ ରୋଲରେ ଅଭିନୟ କରିବା କୌଣସି ଅଭିନେତ୍ରୀ ପାଇଁ ସ୍ୱପ୍ନ। ଏବେ ପ୍ରକୃତିଙ୍କୁ ମୁମ୍ବାଇରୁ ଅନେକ ଆସୁଛି ଅଫର ବୋଲି ମଧ୍ୟ କହିଛନ୍ତି ମନ୍ମଥ ମିଶ୍ର।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଆଜି ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପ୍ରକୃତିଙ୍କୁ ପ୍ରାୟ ଘଣ୍ଟାଏ କାଳ ପଚରାଉଚରା କରିଥିଲା। ପ୍ରକୃତିକୁ ପୁଲିସ ପଚରାଉଚରା କରିବା ପରେ ମନ୍ମଥ ମିଶ୍ର ଏକ ବଡ ଖୁଲାସା କରି କହିଥିଲେ ଯେ ବାବୁସାନ ମୋ ଝିଅ ପ୍ରକୃତିକୁ ଅସ୍ତ୍ର ବଲିଉଡକୁ ଯିବାକୁ ଚାହୁଁଥିଲା। ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଛି ପ୍ରକୃତି ମିଶ୍ର।ବଲିଉଡରେ କରୋନା ପୂର୍ବରୁ ପ୍ରକୃତିଙ୍କର 2 ଟି ଫିଲ୍ମର ସୁଟିଂ 25ପ୍ରତିଶତ ସରିଥିଲା ମାତ୍ର କରୋନା ପାଇଁ ବନ୍ଦ ହେଇଗଲା। ଏବେ ବଲିଉଡର ଲୋକପ୍ରିୟ ଅଭିନେତା ନାନା ପଟେକରଙ୍କ ସହ ଏକ ଚଳଚିତ୍ର ସୁଟିଂ ସରିଛି ଯାହା ଆସନ୍ତା ଅକ୍ଟୋବର ବା ନଭେମ୍ବର ରେ ରିଲିଜ ହେବାର ଅଛି। ଏବେ ମୁମ୍ବାଇରୁ ଏବେ ଅନେକ ଅଫର ଆସୁଛି। ଗତ ୨୩ ତାରିଖ ଘଟଣା ପରେ ଆମେ ସବୁ କାମ ଛାଡି ଚେନ୍ନାଇ ଝିଅ ପାଖକୁ ଗଲୁ। ଝିଅର ମାନସିକ ଦୁଶ୍ଚିନ୍ତା ଦୂର କରିବା ପାଇଁ ଆମେ ଚେନ୍ନାଇ ଯାଇଥିଲୁ। ଆମେ ପହଞ୍ଚିବା ପରେ ହୋଟେଲରେ ପ୍ରକୃତି ସବୁ ଛାଡି ଆମ ସହ ଆସିଥିଲା ବୋଲି ମନ୍ମଥ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ମନ୍ମଥ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଚେନ୍ନାଇରେ ବାବୁସାନ ଏବଂ ପ୍ରକୃତି ହୋଟେଲରେ ଥିଲେ। ହୋଟେଲରେ ପ୍ରକୃତି ଏବଂ ବାବୁଙ୍କୁ ବୁଝାଇଛି। ଘରକୁ ଫେରି ସ୍ତ୍ରୀ ଓ ପୁଅସହ ଭଲରେ ରହିବା ପାଇଁ ପରାମର୍ଶ ଦେଇଛି। ଆମେ ପହଞ୍ଚିବା ପରେ ହୋଟେଲରେ ପ୍ରକୃତି ସବୁ ଛାଡି ଆମ ସହ ଆସିଥିଲା। ବାବୁ ଚାହୁଁଥିଲା ପ୍ରକୃତି ତା ସହ ରହିବାକୁ କିନ୍ତୁ ଆମ ଝିଅ ଆମକୁ ବାଛିଥିଲା। ମୋ ଝିଅ ବଲିଉଡ ରେ ନିଜକୁ ପ୍ରତିଷ୍ଠିତ କରି ପାରିଛି । ସେ ଓଡ଼ିଶାରେ ରହୁ ନଥିଲା ମଝିରେ ମଝିରେ ଆସୁଥିଲା। ପୁଣି ଫେରିଯିବ ସେ ମୁମ୍ବାଇ। ପ୍ରେମମର ନିଆଁ ଏତେ ଜୋରରରେ ବଢିଯିବ ବୋଲି ସେ ଜାଣି ନଥିଲା ବୋଲି କହିଛନ୍ତି ବାପା ମନ୍ମଥ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର