ବାବୁସାନ୍‌ ତାଙ୍କ ପରିବାର ପାଖକୁ ଫେରି,ସୁଖର ସଂସାର ଗଢ଼ନ୍ତୁ : ମନ୍ମଥ ମିଶ୍ର

The Sakala Picture
Published On

ଭୁବନେଶ୍ବର : ଏବେ ବାଟରେ ପଡ଼ି ହାଟରେ ଗଡୁଛି ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି, ପତ୍ନୀ ତୃପ୍ତି ଓ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ କଳହ। ଷ୍ଟାର କଳିର ଗତ ୩ ଦିନ ଧରି ସାରା ରାଜ୍ୟରେ ଚର୍ଚ୍ଚା ଆଲୋଚନାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ପୁଲିସରେ ମାମଲା ରୁଜୁ ପରେ ପୁଲିସ ତଦନ୍ତ କରୁଛି। ଘଟଣା ସହ ସମ୍ପୃକ୍ତିଥିବା ସସମ୍ତଙ୍କୁ ପୁଲିସ ପଚରାଉଚୁରା କରିଥିବା ବେଳେ କେବଳ ବାବୁସାନ ଓଡ଼ିଶା ଫେରିନଥିବା କାରଣରୁ ତାଙ୍କୁ ପୁଲିସ ପଚରାଉଚୁରା […]

ଭୁବନେଶ୍ବର : ଏବେ ବାଟରେ ପଡ଼ି ହାଟରେ ଗଡୁଛି ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି, ପତ୍ନୀ ତୃପ୍ତି ଓ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ କଳହ। ଷ୍ଟାର କଳିର ଗତ ୩ ଦିନ ଧରି ସାରା ରାଜ୍ୟରେ ଚର୍ଚ୍ଚା ଆଲୋଚନାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ପୁଲିସରେ ମାମଲା ରୁଜୁ ପରେ ପୁଲିସ ତଦନ୍ତ କରୁଛି। ଘଟଣା ସହ ସମ୍ପୃକ୍ତିଥିବା ସସମ୍ତଙ୍କୁ ପୁଲିସ ପଚରାଉଚୁରା କରିଥିବା ବେଳେ କେବଳ ବାବୁସାନ ଓଡ଼ିଶା ଫେରିନଥିବା କାରଣରୁ ତାଙ୍କୁ ପୁଲିସ ପଚରାଉଚୁରା କରିପାରିନାହିଁ। ଘଟଣାର ୩ ଦିନ ପରେ ବି ବାବୁଶାନ ଓଡ଼ିଶା ଫେରି ନ ଥିବା ବେଳେ ଘରକୁ ଫେରିଛନ୍ତି ପ୍ରକୃତି ମିଶ୍ର । ବାବୁସାନ ଏବେ କେଉଁଠି ଅଛନ୍ତି ତାହା ବାବୁସାନଙ୍କ ପରିବାର କିମ୍ବା ତାଙ୍କ ସହ ଯାଇଥିବା ପିଲ୍ମ ପୟୋଜକ ଟିମ୍‌ ମଧ୍ୟ ଜାଣିନଥିବା କହିଛନ୍ତି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବାବୁସାନ ଏବେ କେଉଁଠି ଅଛନ୍ତି ଏବଂ କେବେ ଓଡ଼ିଶା ଫେରିବେ ତାହା ଏବେ ପ୍ରଶ୍ନ ଘେରରେ ରହିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

ଅନ୍ୟପଟେ ପ୍ରକୃତି ଚେନ୍ନାଇରୁ ଫେରିଥିବା ବେଳେ ଆଜି ଖାରବେଳନଗର ଥାନା ପୁଲିସ୍‌ ତାଙ୍କୁ ପଚରାଉଚରା କରିଛି। ଖାରବେଳନଗର ଥାନା ଆଇଆଇସି ଓ ଲେଡି ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ପ୍ରକୃତିଙ୍କ ଘରେ ପହଞ୍ଚିଥିଲେ। ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ୍‌ ସେଠାକୁ ଯାଇ ପ୍ରାୟ ଘଣ୍ଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା କରିଥିଲା।ତୃପ୍ତି କରିଥିବା ଅଭିଯୋଗ ଅନୁଯାୟୀ, ପ୍ରକୃତି ବାବୁଶାନଙ୍କୁ ବ୍ଲାକମେଲ କରିବା ସହ ନିଶାଶକ୍ତ କରାଇଛନ୍ତି । ତାଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହ ତାଙ୍କ ଟଙ୍କା ଖର୍ଚ୍ଚ କରୁଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ୍‌ ଆଜି ପ୍ରକୃତିଙ୍କୁ ପଚରାଉଚରା କରିଥିବା ବେଳେ ଏଥିରେ ସେ ସହଯୋଗ କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ।

ଆହୁରି ପଢ଼ନ୍ତୁ: FATF ବୈଠକ ପୂର୍ବରୁ ପାକିସ୍ତାନର ନୂଆ ଡ୍ରାମା: ଆତଙ୍କବାଦୀ ମାସୁଦ୍ ଆଝାର ଉପରେ ୭୦ ଲକ୍ଷର ପୁରସ୍କାର ଘୋଷଣା

ସେପଟେ ପ୍ରକୃତିଙ୍କ ପିତା ମନ୍ନଥ ମିଶ୍ର କହିଛନ୍ତି, ଘଟଣା ସମ୍ପର୍କରେ ପୁଲିସ ଆମ ଉପସ୍ଥିତିରେ ପ୍ରକୃତିକୁ ପଚରାଉଚରା କରିଛି। ଯାହା ଉତ୍ତର ଦେବା କଥା ପ୍ରକୃତି ଦେଇ ସାରିଛି। ମୁଁ ଆଇନ ଉପରେ ସବୁ ଛାଡ଼ି ଦେଇଛି। ଆମେ ଚେନ୍ନାଇରେ ବାବୁଶାନ୍‌ଙ୍କୁ ଭେଟିଥିଲୁ। ମୁଁ ଚାହୁଁଛି ବାବୁ ତାଙ୍କ ପରିବାର ପାଖକୁ ଫେରି ସୁଖର ସଂସାର କରନ୍ତୁ। ସେ ଆହୁରି କହିଛନ୍ତି, ମୋ ଝିଅ ପ୍ରକୃତି ତା’ ପରିବାର ସହ ଅଛି। ସେ ମାନସିକ ସ୍ତରରେ ଶାନ୍ତିରେ ଅଛି।ପ୍ରକୃତି ଚେନ୍ନାଇରେ ଥିବା ବେଳେ ଗତକାଲି ତାଙ୍କ ବାପାମା’ ସେଠାକୁ ଯାଇଥିଲେ। ସେଠାରୁ ସେମାନେ ପ୍ରକୃତିଙ୍କୁ ନେଇ ଆଜି ସକାଳେ ଭୁବନେଶ୍ୱର ଫେରିଥିଲେ। ତେବେ ବାବୁଶାନ କୁଆଡ଼େ ଗଲେ, ସେ ଏବେ କେଉଁଠି ଅଛନ୍ତି ସେ ସମ୍ପର୍କରେ କାହା ପାଖରେ ସଠିକ୍‌ ସୂଚନା ନାହିଁ।‘ଦମନ’ ଫିଲ୍ମର ପ୍ରମୋସନ ପାଇଁ ବାବୁଶାନ ଚେନ୍ନାଇ ଯାଇଥିବା ବେଳେ ଫିଲ୍ମର ଟିମ୍‌ ଆଜି ଭୁବନେଶ୍ୱର ଫେରି ଆସିଛି। ବାବୁଶାନ ହୋଟେଲରୁ ଚେକ୍‌ଆଉଟ୍‌ କରି କେଉଁଆଡ଼େ ଚାଲି ଯାଇଥିବା ବେଳେ ଏବେ ସେ କେଉଁଠି ଅଛନ୍ତି ସେ ସମ୍ପର୍କରେ କାହା ପାଖରେ ସଠିକ୍‌ ସୂଚନା ନ ଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ୍ ଆକ୍ଟ ୨୦୨୬: ₹୨୦୦୦ ପର୍ଯ୍ୟନ୍ତ ୟୁପିଆଇ ଏବଂ ରୁପେ କାରବାର ଉପରେ କୌଣସି ଶୁଳ୍କ ନାହିଁ

ସେପଟେ ଚେନ୍ନାଇରେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ଥିବା ହୋଟେଲ ସିସିଟିଭି ଫୁଟେଜ୍ ଭାଇରାଲ୍ ହେବାରେ ଲାଗିଛି। ଚେନ୍ନାଇରେ ଥିବା ବେଳେ ବାବୁସାନ୍ ଓ ପ୍ରକୃତି ଗୋଟିଏ ହୋଟେଲ୍‌ରେ ଥିଲେ। ଯେଉଁ ହୋଟେଲ୍‌ରେ ବାବୁସାନ୍ ଥିଲେ, ସେଠାରେ ହିଁ ରହିଥିଲେ ପ୍ରକୃତି। ହୋଟେଲର ସିସିଟିଭି ଫୁଟେଜ୍‌ରେ ଦୁଇ ଜଣଙ୍କୁ ଦେଖିବାକୁ ମିଳିଥିଲା । ସେମାନଙ୍କ ସହ ପ୍ରକୃତିଙ୍କ ପରିବାର ଲୋକଙ୍କ ମଧ୍ୟ ଦେଖିବାକୁ ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର