ଲୋକପ୍ରିୟ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା, ନିଜ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

The Sakala Picture
Published On

ମୁୁମ୍ବାଇ: ଜୀବନ ହାରିଲେ ଆଉ ଜଣେ ଅଭିନେତ୍ରୀ । ଲୋକପ୍ରିୟ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଛନ୍ତି । ଇନ୍ଦୋର ସ୍ଥିତ ତାଙ୍କ ବାସଭବନରୁ ବୈଶାଳୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ମିଳିଛି । ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିନେତ୍ରୀ ବୈଶାଳୀ ଠକ୍କର ଗତ ୧ ବର୍ଷ ହେଲା […]

ମୁୁମ୍ବାଇ: ଜୀବନ ହାରିଲେ ଆଉ ଜଣେ ଅଭିନେତ୍ରୀ । ଲୋକପ୍ରିୟ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଛନ୍ତି । ଇନ୍ଦୋର ସ୍ଥିତ ତାଙ୍କ ବାସଭବନରୁ ବୈଶାଳୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ମିଳିଛି । ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଅଭିନେତ୍ରୀ ବୈଶାଳୀ ଠକ୍କର ଗତ ୧ ବର୍ଷ ହେଲା ଇନ୍ଦୋରରେ ରହୁଥିଲେ । ବୈଶାଳୀ ତାଙ୍କ ଅଭିନୟ ଜୀବନ ମଧ୍ୟରେ ଅନେକ ଲୋକପ୍ରିୟ ସୋରେ ଭାଗ ନେଇଛନ୍ତି । ସେ ‘ସସୁରାଲ ସିମର କା’ ସିରିଏଲରେ ଅଞ୍ଜଳୀ ଭୂୂମିକାରେ ଅଭିନୟ କରି ବେଶ୍ ପରିଚିତ ହୋଇପାରିଥିଲେ । ଏହା ବ୍ୟତୀତ ସେ ସୁପର ସିଷ୍ଟର, ମନମୋହିନୀ ସିଜିନ-୨ ରେ ଭାଗ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଆତ୍ମହତ୍ୟା କରିବା ପରେ ଅଭିନେତ୍ରୀ ବୈଶାଳୀ ଛାଡି ଯାଇଥିବା ସୁଇସାଇଡ ନୋଟ୍‌କୁ ପୁଲିସ ଜବତ କରିଛି । ତେବେ କେଉଁ କାରଣରୁ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର