ବାବୁସାନ୍-ପ୍ରକୃତିଙ୍କୁ ପୁଲିସର ନୋଟିସ୍ : ତୁରନ୍ତ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ, ଗେଷ୍ଟ ହାଉସରେ ଜାରି ରହିଛି ତଦନ୍ତ

The Sakala Picture
Published On

ଭୁବନେଶ୍ବର : ଗତକାଲି ରାସ୍ତା ଉପରେ ଷ୍ଟାର ଦମ୍ପତ୍ତି ଡ୍ରାମା ଘଟଣାରେ ଆଜି ତଦନ୍ତକୁ ଜୋରଦାର କରିଛି ପୁଲିସ। ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ କରିଛି ପୁଲିସ। ଉଭୟେ ରାଜ୍ୟ ବାହାରେ ଥିବାରୁ ଫୋନ ଯୋଗେ ଏହି ନୋଟିସ ପଠା ହୋଇଛି ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶା ଫେରି ତୁରନ୍ତ ଥାନାରେ ହାଜର ହୋଇ ନିଜ ନିଜର ପକ୍ଷ ରଖିବାକୁ ପୁଲିସ ତରଫରୁ ଉଭୟଙ୍କୁ ଅବଗତ କରାଯାଇଛି। […]

ଭୁବନେଶ୍ବର : ଗତକାଲି ରାସ୍ତା ଉପରେ ଷ୍ଟାର ଦମ୍ପତ୍ତି ଡ୍ରାମା ଘଟଣାରେ ଆଜି ତଦନ୍ତକୁ ଜୋରଦାର କରିଛି ପୁଲିସ। ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ କରିଛି ପୁଲିସ। ଉଭୟେ ରାଜ୍ୟ ବାହାରେ ଥିବାରୁ ଫୋନ ଯୋଗେ ଏହି ନୋଟିସ ପଠା ହୋଇଛି ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶା ଫେରି ତୁରନ୍ତ ଥାନାରେ ହାଜର ହୋଇ ନିଜ ନିଜର ପକ୍ଷ ରଖିବାକୁ ପୁଲିସ ତରଫରୁ ଉଭୟଙ୍କୁ ଅବଗତ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

କେବଳ ସେତିକି ନୁହେଁ ଖାରବେଳ ନଗର ଥାନା ପୋଲିସ ପ୍ରକୃତି ମିଶ୍ର ବୁକ କରିଥିବା ଗେଷ୍ଟ ହାଉସ ଯାଇ ତଦନ୍ତ କରିଛି। ସତ୍ୟନଗର ଅଞ୍ଚଳରେ ଥିବା ଏହି ଗେଷ୍ଟ ହାଉସକୁ ପ୍ରକୃତି ୩ ଦିନ ପାଇଁ ବୁକ କରିଥିଲେ। ସେଠାରେ ପ୍ରକୃତି ଓ ବାବୁସାନ ଏକାଠି ରହୁଥିବା ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ ଆଣିଛନ୍ତି। ବାବୁସାନଙ୍କୁ ସେହି ଗେଷ୍ଟ ହାଉସରେ ରହିଥିବାର ସ୍ଥାନୀୟ ଲୋକ ଦେଖିଥିଲେ ବୋଲି ସୂଚନା ମିଳିଥିଲା। ଏଣୁ ଗେଷ୍ଟହାଉସ କାହା ନାମରେ ବୁକ୍ ଥିଲା ? କେତେ ଦିନ ହେବ ବୁକ୍ ହୋଇଥିଲା ? କିଏ କିଏ ରହୁଥିଲେ ? ବାବୁସାନ୍ ଏବଂ ପ୍ରକୃତି ମିଶ୍ର କେବେ ଠାରୁ ରହୁଥିଲେ ? ଏସବୁ ଦିଗକୁ ନେଇ ପୁଲିସ ତଦନ୍ତ ପ୍ରକ୍ରିୟା ଆଗକୁ ବଢାଇବ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

ଗତକାଲିର ଘଟଣା ଘଟିଥିବା ଘଟଣାସ୍ଥଳରେ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପୁଲିସ ପଚରାଉଚରା କରୁଛି । ଗତକାଲି ସକାଳେ କଣ ଘଟିଥିଲା ସେ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ଜଣଙ୍କ ବୟାନ ରେକର୍ଡ କରିଛି । ସେପଟେ ଆଜି ତୃପ୍ତିଙ୍କ ଘରକୁ ଯିବେ ତଦନ୍ତକାରୀ ଟିମ୍ । ପୁଲିସ ତୃପ୍ତିଙ୍କ ମଉସା ଓ ମାଉସୀଙ୍କୁ ପଚରାଉଚରା କରିସାରିଛି ।ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ଅଭିଯୋଗ କ୍ରମେ ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ, ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ ହୋଇଛି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଗତକାଲି ଖାରବେଳନଗର ଥାନାରେ ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀ ଉଭୟ ସ୍ବାମୀ ବାବୁସାନ୍‌ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି । ପ୍ରକୃତି ବାବୁସାନଙ୍କୁ ବଶ କରି ରଖିଥିବାରୁ ସେ ତାଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ପ୍ରାୟ ୨ ବର୍ଷ ହେଲା ତାଙ୍କ ସାଂସାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାବୁସାନ୍ ତାଙ୍କୁ ଟଙ୍କାଟିଏ ଦେଉନଥିଲେ, ଅଥଚ ପ୍ରକୃତିଙ୍କୁ ହୀରା ଗହଣା ଉପହାର ଦେଉଥିଲେ । ମାସ ମାସ ଧରି ଘର ଛାଡ଼ି ପ୍ରକୃତିଙ୍କ ସହ ରହୁଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ସେହିଭଳି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ୨ ବର୍ଷ ହେବ ବାବୁସାନ୍ ଓ ପ୍ରକୃତି ଲିଭ୍‌ଇନ୍‌ରେ ରହୁଥିଲେ ।ଏନେଇ ୨୦୨୦ ସେପ୍ଟେମ୍ବର ୨୩ ଓ ୨୫ରେ ଉଭୟ ପରିବାରକୁ ନେଇ ୨ଥର ବୈଠକ ବସିଥିଲା । ମାତ୍ର ଝଗଡ଼ା ବଢ଼ିଥିଲା ସିନା କୌଣସି ସମାଧାନ ହୋଇନଥିଲା । ଉଭୟ ଦିନକୁ ଦିନ ଅଧିକ ନିକଟତର ହୋଇଥିଲେ । ଅନେକ ସମୟରେ ପ୍ରକୃତିଙ୍କ ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରେ ବାବୁସାନ୍ ରହୁଥିଲେ । ସେମାନେ ଗୋଆରେ ବୁଲୁଥିଲେ। ସେମାନଙ୍କୁ ୩ଥର ସେ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛନ୍ତି । ତେବେ ଗତ କିଛି ମାସ ହେଲା ବାବୁସାନ୍ ଆଉ ତାଙ୍କ ପାଖକୁ ଘରକୁ ଆସୁନଥିଲେ ।

24 Jul 2022 By The Sakala

ବାବୁସାନ୍-ପ୍ରକୃତିଙ୍କୁ ପୁଲିସର ନୋଟିସ୍ : ତୁରନ୍ତ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ, ଗେଷ୍ଟ ହାଉସରେ ଜାରି ରହିଛି ତଦନ୍ତ

ଭୁବନେଶ୍ବର : ଗତକାଲି ରାସ୍ତା ଉପରେ ଷ୍ଟାର ଦମ୍ପତ୍ତି ଡ୍ରାମା ଘଟଣାରେ ଆଜି ତଦନ୍ତକୁ ଜୋରଦାର କରିଛି ପୁଲିସ। ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ କରିଛି ପୁଲିସ। ଉଭୟେ ରାଜ୍ୟ ବାହାରେ ଥିବାରୁ ଫୋନ ଯୋଗେ ଏହି ନୋଟିସ ପଠା ହୋଇଛି ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶା ଫେରି ତୁରନ୍ତ ଥାନାରେ ହାଜର ହୋଇ ନିଜ ନିଜର ପକ୍ଷ ରଖିବାକୁ ପୁଲିସ ତରଫରୁ ଉଭୟଙ୍କୁ ଅବଗତ କରାଯାଇଛି।

କେବଳ ସେତିକି ନୁହେଁ ଖାରବେଳ ନଗର ଥାନା ପୋଲିସ ପ୍ରକୃତି ମିଶ୍ର ବୁକ କରିଥିବା ଗେଷ୍ଟ ହାଉସ ଯାଇ ତଦନ୍ତ କରିଛି। ସତ୍ୟନଗର ଅଞ୍ଚଳରେ ଥିବା ଏହି ଗେଷ୍ଟ ହାଉସକୁ ପ୍ରକୃତି ୩ ଦିନ ପାଇଁ ବୁକ କରିଥିଲେ। ସେଠାରେ ପ୍ରକୃତି ଓ ବାବୁସାନ ଏକାଠି ରହୁଥିବା ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ ଆଣିଛନ୍ତି। ବାବୁସାନଙ୍କୁ ସେହି ଗେଷ୍ଟ ହାଉସରେ ରହିଥିବାର ସ୍ଥାନୀୟ ଲୋକ ଦେଖିଥିଲେ ବୋଲି ସୂଚନା ମିଳିଥିଲା। ଏଣୁ ଗେଷ୍ଟହାଉସ କାହା ନାମରେ ବୁକ୍ ଥିଲା ? କେତେ ଦିନ ହେବ ବୁକ୍ ହୋଇଥିଲା ? କିଏ କିଏ ରହୁଥିଲେ ? ବାବୁସାନ୍ ଏବଂ ପ୍ରକୃତି ମିଶ୍ର କେବେ ଠାରୁ ରହୁଥିଲେ ? ଏସବୁ ଦିଗକୁ ନେଇ ପୁଲିସ ତଦନ୍ତ ପ୍ରକ୍ରିୟା ଆଗକୁ ବଢାଇବ ବୋଲି ଜଣାପଡିଛି।

ଗତକାଲିର ଘଟଣା ଘଟିଥିବା ଘଟଣାସ୍ଥଳରେ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପୁଲିସ ପଚରାଉଚରା କରୁଛି । ଗତକାଲି ସକାଳେ କଣ ଘଟିଥିଲା ସେ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ଜଣଙ୍କ ବୟାନ ରେକର୍ଡ କରିଛି । ସେପଟେ ଆଜି ତୃପ୍ତିଙ୍କ ଘରକୁ ଯିବେ ତଦନ୍ତକାରୀ ଟିମ୍ । ପୁଲିସ ତୃପ୍ତିଙ୍କ ମଉସା ଓ ମାଉସୀଙ୍କୁ ପଚରାଉଚରା କରିସାରିଛି ।ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ଅଭିଯୋଗ କ୍ରମେ ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ, ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ ହୋଇଛି ।

ଗତକାଲି ଖାରବେଳନଗର ଥାନାରେ ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀ ଉଭୟ ସ୍ବାମୀ ବାବୁସାନ୍‌ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି । ପ୍ରକୃତି ବାବୁସାନଙ୍କୁ ବଶ କରି ରଖିଥିବାରୁ ସେ ତାଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ପ୍ରାୟ ୨ ବର୍ଷ ହେଲା ତାଙ୍କ ସାଂସାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାବୁସାନ୍ ତାଙ୍କୁ ଟଙ୍କାଟିଏ ଦେଉନଥିଲେ, ଅଥଚ ପ୍ରକୃତିଙ୍କୁ ହୀରା ଗହଣା ଉପହାର ଦେଉଥିଲେ । ମାସ ମାସ ଧରି ଘର ଛାଡ଼ି ପ୍ରକୃତିଙ୍କ ସହ ରହୁଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ସେହିଭଳି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ୨ ବର୍ଷ ହେବ ବାବୁସାନ୍ ଓ ପ୍ରକୃତି ଲିଭ୍‌ଇନ୍‌ରେ ରହୁଥିଲେ ।ଏନେଇ ୨୦୨୦ ସେପ୍ଟେମ୍ବର ୨୩ ଓ ୨୫ରେ ଉଭୟ ପରିବାରକୁ ନେଇ ୨ଥର ବୈଠକ ବସିଥିଲା । ମାତ୍ର ଝଗଡ଼ା ବଢ଼ିଥିଲା ସିନା କୌଣସି ସମାଧାନ ହୋଇନଥିଲା । ଉଭୟ ଦିନକୁ ଦିନ ଅଧିକ ନିକଟତର ହୋଇଥିଲେ । ଅନେକ ସମୟରେ ପ୍ରକୃତିଙ୍କ ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରେ ବାବୁସାନ୍ ରହୁଥିଲେ । ସେମାନେ ଗୋଆରେ ବୁଲୁଥିଲେ। ସେମାନଙ୍କୁ ୩ଥର ସେ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛନ୍ତି । ତେବେ ଗତ କିଛି ମାସ ହେଲା ବାବୁସାନ୍ ଆଉ ତାଙ୍କ ପାଖକୁ ଘରକୁ ଆସୁନଥିଲେ ।

https://www.thesakala.in/big-news/police-notice-to-babusan-prakruti-order-to-appear-in-police-station-immediately/article-13558
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର