ବାବୁସାନଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ କି ପ୍ରକୃତି? ତୃପ୍ତିଙ୍କ ଅଭିଯୋଗ ଆଧାରରେ ଜେରା କଲା ପୁଲିସ

The Sakala Picture
Published On

ଭୁବନେଶ୍ବର : ବାବୁସାନଙ୍କ ପ୍ରକୃତିଙ୍କ ସଂପର୍କ କେତେ ନିବିଡ? ବାବୁସାନଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ କି ପ୍ରକୃତି?ବାବୁସାନଙ୍କୁ ବ୍ଲାକମେଲ୍ କରୁଥିଲେ କି ପ୍ରକୃତି?ବାବୁସାନ୍ ଓ ପ୍ରକୃତି କୌଣସି ନିଶା ସେବନ କରୁଥିଲେ କି ?କେଉଁ ପରିସ୍ଥିତିରେ ରାସ୍ତାରେ ମୁହାଁମୁହିଁ ହେଲେ ବାବୁସାନ୍-ପ୍ରକୃତି-ତୃପ୍ତି?ପ୍ରକୃତିଙ୍କୁ କାହିଁକି ମାଡ଼ ମାରିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ? ଏପରି ଅନେକ ପ୍ରଶ୍ନର ସମ୍ମୁଖିନ ହୋଇଛନ୍ତି ପ୍ରକୃତି। ଚେନ୍ନାଇରୁ ଫେରିବା ପରେ ଆଜି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଖାରବେଳନଗର ଥାନା ପୁଲିସ୍ […]

ଭୁବନେଶ୍ବର : ବାବୁସାନଙ୍କ ପ୍ରକୃତିଙ୍କ ସଂପର୍କ କେତେ ନିବିଡ? ବାବୁସାନଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ କି ପ୍ରକୃତି?ବାବୁସାନଙ୍କୁ ବ୍ଲାକମେଲ୍ କରୁଥିଲେ କି ପ୍ରକୃତି?ବାବୁସାନ୍ ଓ ପ୍ରକୃତି କୌଣସି ନିଶା ସେବନ କରୁଥିଲେ କି ?କେଉଁ ପରିସ୍ଥିତିରେ ରାସ୍ତାରେ ମୁହାଁମୁହିଁ ହେଲେ ବାବୁସାନ୍-ପ୍ରକୃତି-ତୃପ୍ତି?ପ୍ରକୃତିଙ୍କୁ କାହିଁକି ମାଡ଼ ମାରିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ? ଏପରି ଅନେକ ପ୍ରଶ୍ନର ସମ୍ମୁଖିନ ହୋଇଛନ୍ତି ପ୍ରକୃତି। ଚେନ୍ନାଇରୁ ଫେରିବା ପରେ ଆଜି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଖାରବେଳନଗର ଥାନା ପୁଲିସ୍ ପଚରାଉଚରା କରିଛି। ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କ ଘରେ ପହଞ୍ଚିଥିଲେ। ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ୍ ସେଠାକୁ ଯାଇ ପ୍ରାୟ ଘଣ୍ଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା କରିଥିଲା।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ପ୍ରକୃତିଙ୍କ ବାପା-ମାଙ୍କ ଉପସ୍ଥିତିରେ ପୁଲିସ ପଚରାଉଚୁରା କରିଥିଲା। ପ୍ରକୃତିଙ୍କୁ ପୁଲିସ ଯାହା ଯାହା ପଚାରିଛି ସମସ୍ତ ଉତ୍ତର ରଖିଛନ୍ତି । ଆଇନ ନିକଟରୁ ନ୍ୟାୟ ପାଇବି ବୋଲି ଆଶା ରଖିଛି ବୋଲି ପୁଲିସ ପ୍ରକୃତିଙ୍କୁ ପଚରା ଉଚୁରା କରିବା ପରେ ଗଣମାଧ୍ୟମକୁ କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର।  ତୃପ୍ତି କରିଥିବା ଅଭିଯୋଗ ଅନୁଯାୟୀ, ପ୍ରକୃତି ବାବୁଶାନଙ୍କୁ ବ୍ଲାକମେଲ କରିବା ସହ ନିଶାଶକ୍ତ କରାଇଛନ୍ତି । ତାଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହ ତାଙ୍କ ଟଙ୍କା ଖର୍ଚ୍ଚ କରୁଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ୍‌ ଆଜି ପ୍ରକୃତିଙ୍କୁ ପଚରାଉଚରା କରିଥିବା ବେଳେ ଏଥିରେ ସେ ସହଯୋଗ କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଅନ୍ୟପଟେ ଯେଉଁ ଫିଲ୍ମର ପ୍ରମୋସନ୍ ଲାଗି ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ବାବୁସାନ୍ ଚେନ୍ନାଇ ଯାଇଥିଲେ, ସେହି ସିନେମାର ଟିମ୍ ଭୁବନେଶ୍ବର ଫେରିଆସିଲେଣି। ହେଲେ ଏଯାଏ ନାୟକ ବାବୁସାନ୍ ରାଜଧାନୀକୁ ଫେରିନାହାନ୍ତି। ଘଟଣାର ୩ ଦିନ ପରେ ବି ବାବୁଶାନ ଓଡ଼ିଶା ଫେରି ନ ଥିବା ବେଳେ ଘରକୁ ଫେରିଛନ୍ତି ପ୍ରକୃତି ମିଶ୍ର । ବାବୁସାନ ଏବେ କେଉଁଠି ଅଛନ୍ତି ତାହା ବାବୁସାନଙ୍କ ପରିବାର କିମ୍ବା ତାଙ୍କ ସହ ଯାଇଥିବା ପିଲ୍ମ ପୟୋଜକ ଟିମ୍‌ ମଧ୍ୟ ଜାଣିନଥିବା କହିଛନ୍ତି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବାବୁସାନ ଏବେ କେଉଁଠି ଅଛନ୍ତି ଏବଂ କେବେ ଓଡ଼ିଶା ଫେରିବେ ତାହା ଏବେ ପ୍ରଶ୍ନ ଘେରରେ ରହିଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ସୂଚନାଯୋଗ୍ୟ, ଗତ ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ହଙ୍ଗାମା ମଚାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ। ଏ ପର୍ଯ୍ୟନ୍ତ ଖାରବେଳନଗର ଥାନାରେ ଏହି ଘଟଣାକୁ ନେଇ ୨ଟି ମାମଲା ରୁଜୁ ହୋଇଛି। ପ୍ରକୃତି ମିଶ୍ରଙ୍କ ବାପା-ମା’ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟା ମିଶ୍ରଙ୍କ ତରଫରୁ ପ୍ରଥମ ମାମଲା ତୃପ୍ତିଙ୍କ ବିରୋଧରେ ରୁଜୁ କରିଛନ୍ତି। ସେହିପରି ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଦ୍ବିତୀୟ ମାମଲା ପ୍ରକୃତିଙ୍କ ବିରୋଧରେ ରୁଜୁ ହୋଇଛି। ତୃପ୍ତି ପୁଲିସ ନିକଟରେ ଅଭିଯୋଗ କରିବା ବେଳେ ସାଥୀରେ ଶାଶୁ ଅପରାଜିତା ମହାନ୍ତି ଉପସ୍ଥିତ ଥିଲେ। ନିଜର ଅଭିଯୋଗରେ ତୃପ୍ତି ସେଦିନର ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ଜୀବନ ଓ ପୁଅର ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି। ସେହିପରି ବାବୁସାନଙ୍କୁ ପ୍ରକୃତି ହଇରାଣ କରୁଛନ୍ତି ବୋଲି ତୃପ୍ତି କହିଛନ୍ତି। ତେବେ ଉଭୟ ମାମଲାରେ ପୁଲିସ ତୃପ୍ତିଙ୍କ ସହିତ ଅନ୍ୟମାନଙ୍କର ବୟାନ ରେକର୍ଡ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର