ନିର୍ବାଚନ ଫଳ ପ୍ରକାଶ ପରେ ଖାଉଟିଙ୍କ ପାଇଁ ଆରମ୍ଭ ହେବ ଖରାପ ସମୟ : ୧୦% ପର୍ଯ୍ୟନ୍ତ ବଢ଼ିପାରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ମୂଲ୍ୟ

The Sakala Picture
Published On

ନୂଆଦିଲ୍ଲୀ : ସାରା ଦେଶରେ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଜୁନ୍‌ ପହିଲାରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବ ଏବଂ ଜୁନ୍‌ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନ ଫଳ ପ୍ରକାଶ ପରେ ଖାଉଟିଙ୍କ ପାଇଁ ଖରାପ ସମୟ ହେବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅର୍ଥାତ୍‌ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା […]

ନୂଆଦିଲ୍ଲୀ : ସାରା ଦେଶରେ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଜୁନ୍‌ ପହିଲାରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବ ଏବଂ ଜୁନ୍‌ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନ ଫଳ ପ୍ରକାଶ ପରେ ଖାଉଟିଙ୍କ ପାଇଁ ଖରାପ ସମୟ ହେବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅର୍ଥାତ୍‌ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୦ ଟଙ୍କା ଯାଏ ବୃଦ୍ଧି ପାଇବ। ଏହା ସହ ରନ୍ଧନ ଗ୍ୟାସ୍‌ ବା ଏଲପିଜି ସିଲିଣ୍ଡର କ୍ଷେତ୍ରରେ ଗ୍ରାହକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିବାକୁ ଯାଉଛି। ପୁଣି ଥରେ ହଜାରେ ଟପିବ ଏଲ୍‌ପିଜି ସିଲିଣ୍ଡର ଦର, ଯାହା ମଧ୍ୟ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଗ୍ରାହକଙ୍କ ରୋଷେଇ ଘର ବଜେଟ ବଢ଼ାଇବ। ସେହିପରି ନିର୍ବାଚନ ପରେ ମୋବାଇଲ ଟାରିଫ୍‌ରେ ବୃଦ୍ଧିି ଆକାରରେ ଉପଭୋକ୍ତାମାନଙ୍କୁ ସବୁଠାରୁ ବଡ଼ ଝଟ୍‌କା ଲାଗିବ । ଏକସଙ୍ଗେ ମୋବାଇଲ କଲ୍‌୍‌ ଆଉ ଡାଟା ମହଙ୍ଗା ହେବ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏବଂ ପରେ ଯେପରି ପରିସ୍ଥିତି ଦେଖିବାକୁ ମିଳିିଥିଲା, ଏଥର ମଧ୍ୟ ତାହାର ପୁନରାବୃତ୍ତି ଘଟିବ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମାର୍ଚ୍ଚ ମାସରେ ଦେଶରେ ପେଟ୍ରୋଲ ଦର ଲିଟର ପିଛା ୭୪ ଟଙ୍କା ୮୮ ପଇସା ଏବଂ ଡିଜେଲ ଲିଟର ପିଛା ୬୬ ଟଙ୍କା ୧୪ ପଇସା ରହିଥିବାବେଳେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୬୭୩ ଟଙ୍କା ୫୦ ପଇସା ରହିଥିଲା। ତେବେ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ୨୦୧୯ ଜୁନ୍‌୍‌ ମାସରେ ପେଟ୍ରୋଲ ଦର ଲିଟର ପିଛା ୭୫ ଟଙ୍କା ୭୫ ପଇସା ଏବଂ ଡିଜେଲ ଲିଟର ପିଛା ୬୬ ଟଙ୍କା ୯୯ ପଇସା ରହିଥିବାବେଳେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୭୩୭ ଟଙ୍କା ୫୦ ପଇସାକୁ ବୃଦ୍ଧି ଘଟିଥିଲା। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୩୭ ପଇସା ରହିଥିବାବେଳେ ଡିଜେଲ ଦର ୯୨ ଟଙ୍କା ୮୬ ପଇସା ରହିଛି। ନିର୍ବାଚନ ପରେ ଉଭୟ ତୈଳ ଦରରେ ଲିଟର ପିଛା ୧୦ ଟଙ୍କା ବୃଦ୍ଧିି ଘଟିପାରେ। ସେହିିପରି ବର୍ତ୍ତମାନ ସିଲିଣ୍ଡର ପିଛା ୯୨୯ ଟଙ୍କା ରହିଥିଲା ରନ୍ଧନ ଗ୍ୟାସ୍‌ ଦର ନୂଆ ସରକାର ଆସିବା ପରେ ପୁଣିଥରେ ୧୦୦୦ ଟଙ୍କା ଅତିକ୍ରମ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

ଏ ସମ୍ପର୍କରେ ଅର୍ଥନୀତିଜ୍ଞ ତ୍ରିନାଥ ଲେଙ୍କା କହିଛନ୍ତି ଯେ, ନିର୍ବାଚନ ପରେ ଟେଲିକମ୍‌ ଅପରେଟରମାନେ ମୋବାଇଲ ଟାରିିଫ୍‌ରେ ବଡ଼ ଧରଣ ବୃଦ୍ଧି କରିପାରନ୍ତି। ଏପରିକି ସେମାନେ ଟାରିଫ୍‌୍‌ ମୂଲ୍ୟରେ ୨୦-୨୫% ବୃଦ୍ଧି କରିବା ସମ୍ଭାବନା ରହିଛି। ଯଦି ଏହା ହୁଏ ତେବେ ଉପଭୋକ୍ତାମାନଙ୍କୁ କଲ୍‌ କରିବା ଏବଂ ଡାଟା ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିପାରେ। ଏସବୁବ୍ୟତୀତ ମୁଦ୍ରାସ୍ଫୀତି କ୍ଷେତ୍ରରେ ସରକାରଙ୍କୁ ସେଭଳି ବଡ଼ ସଫଳତା ମିଳୁ ନ ଥିବାରୁ କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥାତ୍‌ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏହାର ପ୍ରମୁଖ ସୁଧହାରରେ କୌଣସି ପ୍ରକାର ହ୍ରାସ ଘଟାଉନାହିଁ। ଯାହା ଫଳରେ ଉଚ୍ଚ ଋଣ ସୁଧହାରରେ ଭାରାକ୍ରାନ୍ତ ଥିବା ଗ୍ରାହକମାନଙ୍କୁ ଇଏମ୍‌ଆଇରେ କୌଣସି ପ୍ରକାର ଆଶ୍ୱସ୍ତି ମିଳିପାରୁନାହିଁ। ତେଣୁ ନିର୍ବାଚନ ପରେ ବଜାର ମହଙ୍ଗା ହେଲେ ମୁଦ୍ରାସ୍ଫୀତି ଆହୁରି ବଢ଼ିଯିବ। ଯାହା ଫଳରେ ଆର୍‌ବିଆଇ ନିକଟରେ ସୁଧହାର ହ୍ରାସ କରିବା ନେଇ କୌଣସି ସୁଯୋଗ ରହିବନି ବୋଲି ବିଶେଷଜ୍ଞମାନେ ଆକଳନ କରିିଛନ୍ତି।

29 May 2024 By The Sakala

ନିର୍ବାଚନ ଫଳ ପ୍ରକାଶ ପରେ ଖାଉଟିଙ୍କ ପାଇଁ ଆରମ୍ଭ ହେବ ଖରାପ ସମୟ : ୧୦% ପର୍ଯ୍ୟନ୍ତ ବଢ଼ିପାରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ମୂଲ୍ୟ

ନୂଆଦିଲ୍ଲୀ : ସାରା ଦେଶରେ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଜୁନ୍‌ ପହିଲାରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବ ଏବଂ ଜୁନ୍‌ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନ ଫଳ ପ୍ରକାଶ ପରେ ଖାଉଟିଙ୍କ ପାଇଁ ଖରାପ ସମୟ ହେବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅର୍ଥାତ୍‌ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୦ ଟଙ୍କା ଯାଏ ବୃଦ୍ଧି ପାଇବ। ଏହା ସହ ରନ୍ଧନ ଗ୍ୟାସ୍‌ ବା ଏଲପିଜି ସିଲିଣ୍ଡର କ୍ଷେତ୍ରରେ ଗ୍ରାହକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିବାକୁ ଯାଉଛି। ପୁଣି ଥରେ ହଜାରେ ଟପିବ ଏଲ୍‌ପିଜି ସିଲିଣ୍ଡର ଦର, ଯାହା ମଧ୍ୟ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଗ୍ରାହକଙ୍କ ରୋଷେଇ ଘର ବଜେଟ ବଢ଼ାଇବ। ସେହିପରି ନିର୍ବାଚନ ପରେ ମୋବାଇଲ ଟାରିଫ୍‌ରେ ବୃଦ୍ଧିି ଆକାରରେ ଉପଭୋକ୍ତାମାନଙ୍କୁ ସବୁଠାରୁ ବଡ଼ ଝଟ୍‌କା ଲାଗିବ । ଏକସଙ୍ଗେ ମୋବାଇଲ କଲ୍‌୍‌ ଆଉ ଡାଟା ମହଙ୍ଗା ହେବ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏବଂ ପରେ ଯେପରି ପରିସ୍ଥିତି ଦେଖିବାକୁ ମିଳିିଥିଲା, ଏଥର ମଧ୍ୟ ତାହାର ପୁନରାବୃତ୍ତି ଘଟିବ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମାର୍ଚ୍ଚ ମାସରେ ଦେଶରେ ପେଟ୍ରୋଲ ଦର ଲିଟର ପିଛା ୭୪ ଟଙ୍କା ୮୮ ପଇସା ଏବଂ ଡିଜେଲ ଲିଟର ପିଛା ୬୬ ଟଙ୍କା ୧୪ ପଇସା ରହିଥିବାବେଳେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୬୭୩ ଟଙ୍କା ୫୦ ପଇସା ରହିଥିଲା। ତେବେ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ୨୦୧୯ ଜୁନ୍‌୍‌ ମାସରେ ପେଟ୍ରୋଲ ଦର ଲିଟର ପିଛା ୭୫ ଟଙ୍କା ୭୫ ପଇସା ଏବଂ ଡିଜେଲ ଲିଟର ପିଛା ୬୬ ଟଙ୍କା ୯୯ ପଇସା ରହିଥିବାବେଳେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୭୩୭ ଟଙ୍କା ୫୦ ପଇସାକୁ ବୃଦ୍ଧି ଘଟିଥିଲା। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୩୭ ପଇସା ରହିଥିବାବେଳେ ଡିଜେଲ ଦର ୯୨ ଟଙ୍କା ୮୬ ପଇସା ରହିଛି। ନିର୍ବାଚନ ପରେ ଉଭୟ ତୈଳ ଦରରେ ଲିଟର ପିଛା ୧୦ ଟଙ୍କା ବୃଦ୍ଧିି ଘଟିପାରେ। ସେହିିପରି ବର୍ତ୍ତମାନ ସିଲିଣ୍ଡର ପିଛା ୯୨୯ ଟଙ୍କା ରହିଥିଲା ରନ୍ଧନ ଗ୍ୟାସ୍‌ ଦର ନୂଆ ସରକାର ଆସିବା ପରେ ପୁଣିଥରେ ୧୦୦୦ ଟଙ୍କା ଅତିକ୍ରମ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଏ ସମ୍ପର୍କରେ ଅର୍ଥନୀତିଜ୍ଞ ତ୍ରିନାଥ ଲେଙ୍କା କହିଛନ୍ତି ଯେ, ନିର୍ବାଚନ ପରେ ଟେଲିକମ୍‌ ଅପରେଟରମାନେ ମୋବାଇଲ ଟାରିିଫ୍‌ରେ ବଡ଼ ଧରଣ ବୃଦ୍ଧି କରିପାରନ୍ତି। ଏପରିକି ସେମାନେ ଟାରିଫ୍‌୍‌ ମୂଲ୍ୟରେ ୨୦-୨୫% ବୃଦ୍ଧି କରିବା ସମ୍ଭାବନା ରହିଛି। ଯଦି ଏହା ହୁଏ ତେବେ ଉପଭୋକ୍ତାମାନଙ୍କୁ କଲ୍‌ କରିବା ଏବଂ ଡାଟା ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିପାରେ। ଏସବୁବ୍ୟତୀତ ମୁଦ୍ରାସ୍ଫୀତି କ୍ଷେତ୍ରରେ ସରକାରଙ୍କୁ ସେଭଳି ବଡ଼ ସଫଳତା ମିଳୁ ନ ଥିବାରୁ କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥାତ୍‌ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏହାର ପ୍ରମୁଖ ସୁଧହାରରେ କୌଣସି ପ୍ରକାର ହ୍ରାସ ଘଟାଉନାହିଁ। ଯାହା ଫଳରେ ଉଚ୍ଚ ଋଣ ସୁଧହାରରେ ଭାରାକ୍ରାନ୍ତ ଥିବା ଗ୍ରାହକମାନଙ୍କୁ ଇଏମ୍‌ଆଇରେ କୌଣସି ପ୍ରକାର ଆଶ୍ୱସ୍ତି ମିଳିପାରୁନାହିଁ। ତେଣୁ ନିର୍ବାଚନ ପରେ ବଜାର ମହଙ୍ଗା ହେଲେ ମୁଦ୍ରାସ୍ଫୀତି ଆହୁରି ବଢ଼ିଯିବ। ଯାହା ଫଳରେ ଆର୍‌ବିଆଇ ନିକଟରେ ସୁଧହାର ହ୍ରାସ କରିବା ନେଇ କୌଣସି ସୁଯୋଗ ରହିବନି ବୋଲି ବିଶେଷଜ୍ଞମାନେ ଆକଳନ କରିିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର